ଏକତରଫା ପ୍ରେମରୁ ବିଚ୍‌ ରାସ୍ତାରେ ଛାତ୍ରୀଙ୍କୁ ଛୁରାମାଡ଼

କଲେଜରୁ ବସ୍‌ରେ ଫେରି ଚାଲି ଚାଲି ଗଲା ବେଳେ ଛାତ୍ରୀଙ୍କ ଉପରେ ଆକ୍ରମଣ ।

Knife Attack

କଟକ ସଦର ଥାନା ପ୍ରତାପନଗରୀରେ ଅଘଟଣ । ବିଚ୍ ରାସ୍ତାରେ ଇଂଜିନିୟରିଂ ଛାତ୍ରୀଙ୍କୁ ଛୁରାମାଡ଼ ହୋଇଛି । ଏକ ତରଫା ପ୍ରେମରୁ ଜଣେ ଯୁବକ ଛୁରା ମାଡ଼ କରିଥିବାର ସୂଚନା ମିଳିଛି । କଲେଜରୁ ବସ୍‌ରେ ଫେରି ଚାଲି ଚାଲି ଗଲା ବେଳେ ଛାତ୍ରୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଛୁରା ମାଡ଼ରେ ଛାତ୍ରୀଙ୍କ ହାତ ଓ ଜଂଘରେ ଗୁରୁତର ଆଘାତ ହୋଇଥିବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଛି ।