Advertisment

ସିବିଆଇ ସ୍କାନରରେ ଥିଲେ ଇଡି ଅଧିକାରୀ; ଗିରଫ ଭୟରେ ହାରିଲେ ଜୀବନ !

ଆଲୋକ ଦୁର୍ନୀତି ମାମଲାରେ ଇଡି ଓ ସିବିଆଇର ସ୍କାନରରେ ଥିଲେ। ତେବେ ଗିରଫ ଭୟରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଅଦ୍ୟତନ ହୋଇଛି
ED Officer Suspect In A Corruption Case, Dies by Suicide In Delhi.

suicide

Advertisment

ଇଡି ଅଧିକାରୀଙ୍କ ଆତ୍ମହତ୍ୟା ! ରେଳ ଧାରଣାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜଣେ ଅଧିକାରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଅଧିକାରୀ ଆଲୋକ କୁମାର ରଂଜନ। ଆଲୋକ ଦୁର୍ନୀତି ମାମଲାରେ ଇଡି ଓ ସିବିଆଇର ସ୍କାନରରେ ଥିଲେ। ତେବେ ଗିରଫ ଭୟରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଆଲୋକଙ୍କ ଘର ଗାଜିଆବାଦରେ। ସେ ନୂଆଦିଲ୍ଲୀରେ ଇଡିରେ ଡେପୁଟେସନରେ ଥିଲେ। ଏହାପୂର୍ବରୁ ସେ ଆୟକର ବିଭାଗରେ ମଧ୍ୟ କାମ କରିଥିଲେ। ନିକଟରେ ଏକ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ ଦୁଇଥର ପଚରାଉଚରା କରିଥିଲା, କିନ୍ତୁ ପ୍ରମାଣ ଅଭାବରୁ ତାଙ୍କୁ ଛାଡି ଦିଆଯାଇଥିଲା।

ଇଡିର ଜଣେ ସହକାରୀ ନିର୍ଦ୍ଦେଶକ ସନ୍ଦୀପ ସିଂଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ସିବିଆଇ ଗିରଫ କରିଥିଲା। ଜଣେ ଅଭିଯୋଗକାରୀ ଦାବି କରିଛନ୍ତି ଯେ ସନ୍ଦୀପ ତାଙ୍କ ପୁଅକୁ ଗିରଫ ନକରିବା ପାଇଁ ୫୦ ଲକ୍ଷ ଟଙ୍କା ମାଗିଥିଲେ। ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସନ୍ଦୀପଙ୍କୁ ଦିଲ୍ଲୀର ଲାଜପତ ନଗରରୁ ସିବିଆଇ ଗିରଫ କରିଥିଲା।

Advertisment

ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ରରେ ପୁଣି ଲଜ୍ଜା; ୬ ଛାତ୍ରୀଙ୍କୁ ଅଶ୍ଳୀଳ ଭିଡ଼ିଓ ଦେଖାଇ ଯୌନ ଶୋଷଣ କରୁଥିଲେ ଶିକ୍ଷକ...

ସନ୍ଦୀପ ସିଂ ମୁମ୍ବାଇର ଜଣେ ସୁନା ବ୍ୟବସାୟୀଙ୍କଠାରୁ ଏହି ଟଙ୍କା ନେଉଥିଲେ। ଇଡି ଏହି ସୁନା ବ୍ୟବସାୟୀଙ୍କ ଘରେ ରେଡ୍‌ କରିଥିଲା ଓ ସନ୍ଦୀପ ସେହି ଟିମର ସଦସ୍ୟ ଥିଲେ। ଏତଲାରେ ସନ୍ଦୀପ ସିଂହ ଓ ଏନଫୋର୍ସମେଣ୍ଟ ଅଧିକାରୀ ଆଲୋକଙ୍କ ନାମ ମଧ୍ୟ ଥିଲା । ପରେ ସନ୍ଦୀପ ସିଂହଙ୍କୁ ନିଲମ୍ବିତ କରାଯାଇଥିଲା। ମାତ୍ର ପ୍ରମାଣ ଅଭାବରୁ ଆଲୋକଙ୍କୁ ଛାଡି ଦିଆଯାଇଥିଲା।

Advertisment

ଏହାପରେ ଆଲୋକ ଇଡି ଓ ସିବିଆଇର ସ୍କାନରରେ ଥିଲେ। ହେଲେ ଗତକାଲି ରେଳ ଧାରଣାରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଘଟଣାର ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଜଣେ ପୋଲିସ ଅଧିକାରୀ।

Enforcement Directorate ED Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ