Advertisment

କଟକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର: ବନ୍ଧୁକ ବିକ୍ରି ଡିଲ୍‌ ପାଇଁ ଆସିଥିଲା, ଫାୟାରିଂ କଲା ପୋଲିସ୍‌...

କଟକରେ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଓରଫ ଦୀପକ ନାୟକକୁ ପୋଲିସର ଏନ୍‌କାଉଣ୍ଟର କରିଛି। ଶଙ୍କରର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ SCBରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
Encounter in Cuttack, Notorious Criminal Shankar Injured

Encounter in Cuttack

Advertisment

ପୁଣି ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୋଲିସ୍‌। କଟକ ରେ ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଓରଫ ଦୀପକ ନାୟକକୁ ପୋଲିସର ଏନ୍‌କାଉଣ୍ଟର କରିଛି। ଶଙ୍କରର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ SCB ରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ, ଗୁଳି ସହ ଗୋଟିଏ ଅଟୋକୁ ପୋଲିସ୍‌ ଜଵତ କରିଛି।

Advertisment

କଟକ ଡିସିପିଙ୍କ ସୂଚନା ଅନୁସାରେ, ବିଡାନାସୀ ଭୁଆସୁଣୀ ପଠାରେ ଶଙ୍କର ଲୁଚିଥିବା ନେଇ ସ୍ପେଶାଲ ସ୍କ୍ୱାଡ୍‌କୁ ଖବର ମିଳିଥିଲା। ବନ୍ଧୁକ ବିକ୍ରି ପାଇଁ  ଶଙ୍କର ଡିଲ୍‌ କରିବାକୁ ଯାଇଥିବା ବେଳେ ସ୍ପେଶାଲ ସ୍କ୍ୱାଡ୍‌ ଓ ବିଡାନାସୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାକୁ କାବୁ କରିବାକୁ ଚେଷ୍ଟା କରିଥିଲେ। ତେବେ ଶଙ୍କର ଫେରାର ହେବାକୁ ଉଦ୍ୟମ ସହ ପୋଲିସ୍‌ ଉପରକୁ ଗୁଳି ଚଳାଇଥିଲା। ଏହାର ଜବାବରେ ପୋଲିସ୍‌ ଶଙ୍କର ଉପରକୁ ଫାୟାରିଂ କରିଥିଲା। 

Advertisment

ଶଙ୍କରର ଘର ରାଣୀହାଟ ଗୋପାଳ ସାହିରେ। ତା’ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ହତ୍ୟାକାଣ୍ଡ, ଚୋରା ବନ୍ଧୁକ କାରବାର, ବୋମାମାଡ଼, ଆଦି ବହୁ ଅପରାଧରେ ଶଙ୍କର ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

Encounter Encounter In Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ