Advertisment

ତୁମୁଡ଼ିବନ୍ଧରେ ମାତିଲେ ନକ୍ସଲ; ଚାଲିଛି ପୋଲିସ-ନକ୍ସଲ ଗୁଳିବିନିମୟ

ବୁଢ଼ାନଈ ସଂରକ୍ଷିତ ଜଙ୍ଗଲରେ ନକ୍ସଲମାନେ ଲୁଚିରହିଥିବାନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ପରେ ପରେ ଘଟଣାସ୍ଥେଳରେ ପହଞ୍ଚି କୁମ୍ୱିଂ ଅପରେସନ ଆରମ୍ଭ କରିଥିଲା ।

ଅଦ୍ୟତନ ହୋଇଛି
Encounter

Encounter

Advertisment

ପୁଣି ମାତିଲେ ନକ୍ସଲ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧରେ ପୋଲିସ-ନକ୍ସଲ ଗୁଳି ବିନିମୟ ହୋଇଛି । ବୁଢ଼ାନଈ ସଂରକ୍ଷିତ ଜଙ୍ଗଲରେ ନକ୍ସଲଙ୍କ ସହ ଏସ୍‌ଓଜି ଯବାନ ମୁହାଁମୁହିଁ ହେବା ଫଳରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଛନ୍ତି ।

Advertisment

ସୂଚନା ମୁତାବକ ବୁଢ଼ାନଈ ସଂରକ୍ଷିତ ଜଙ୍ଗଲରେ ନକ୍ସଲମାନେ ଲୁଚିରହିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ପରେ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୁମ୍ୱିଂ ଅପରେସନ ଆରମ୍ଭ କରିଥିଲା । ଘଞ୍ଚ ଜଙ୍ଗଲ ଭିତରେ ମାଓ କ୍ୟାମ୍ପ ଠାବ କରିଥିଳେ ଯବାନ । ପରେ ପରେ ଉଭୟ ନକ୍ସଲ ଓ ଯବାନମାନେ ମୁହାଁମୁହିଁ ହୋଇଛନ୍ତି ।

ଏବେ ବି ବୁଢ଼ାନଈ ସଂରକ୍ଷିତ ଜଙ୍ଗଲରେ ଗୁଳିବିନିମୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଯବାନଙ୍କ ଗୁଳିରେ କୌଣସି ନକ୍ସଲ ନିହତ ହୋଇଥିବା ସୂଚନା ଆସିନାହିଁ ।

Advertisment
Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ