Jharpada Jail
ପୁଣି ଚର୍ଚ୍ଚାରେ ରାଜଧାନୀର ଝାରପଡ଼ା ଜେଲ୍। ବ୍ଲେଡରେ ଜେଲରଙ୍କ ହାତ କାଟିଦେଲେ କଏଦୀ । ଜେଲ୍ ଭିତରେ ଜେଲରଙ୍କୁ ୩ ଜଣ କଏଦୀ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଜେଲରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ସମସ୍ତ କଏଦୀଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ ହୋଇଛି। କଏଦୀ ସନ୍ତୋଷ ନାୟକ, ଅଜୟ ନାୟକ, ନରାଣ ମହାନ୍ତି ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ଗତ ୨୨ ତରିଖରେ ହାତରେ ଛୁରୀ ଧରି ମୋବାଇଲରେ ସୁଟ୍ କରି ଚର୍ଚ୍ଚାଇ ଆସିଥିଲେ। ଏହାପରେ ଝାରପଡା ଜେଲରୁ ଛୁରୀ ଓ ମୋବାଇଲ ଜବତ ହୋଇଥିଲା। ତେବେ କାହିଁକି ଜେଲରଙ୍କୁ ପିଟିଲେ ଏହାର କାରଣ ଅସ୍ପଷ୍ଟ ରହିଛି। ଜେଲ ଭିତରେ ମାରଣାସ୍ତ୍ର ବୁଲିବା ଏବେ ଜେଲରଙ୍କୁ ଆକ୍ରମଣ ପରେ ସୁରକ୍ଷାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।
ନିକଟରେ କଏଦୀଙ୍କ ହାତରେ ଥିଲା ମାରଣାସ୍ତ୍ର । ଜେଲର ସେଲ୍ ଭିତରେ ଦେଖାଇଥିଲେ ଭାଇଗିରି । ଛୁରୀ ବୁଲାଇ ମୋବାଇଲରେ କରିଥିଲେ ଭିଡିଓ ସୁଟିଂ । ସାକ୍ଷୀଙ୍କୁ ପଠାଇ କରିଥିଲେ ଭୟଭୀତ । ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ପୁଣି ଥରେ ପଦାରେ ପଡ଼ିଥିଲା ଝାରପଡା ଜେଲ ଭିତରର ସତ । ସୁରକ୍ଷାକୁ ନେଇ ପ୍ରଶ୍ନ ମଧ୍ୟ ଉଠିଥିଲା । ଝାରପଡା ଜେଲ ଭିତରେ ଚାଲିଛି କଣ ?
ସେପଟେ କେବଳ ସାକ୍ଷୀ ନୁହେଁ, କିଛି ଅଭିଯୁକ୍ତ ବଟି ବି ଏଭଳି ମାଗୁଥିବା ଅଭିଯୋଗ ହୋଇଥିଲା । ତେବେ ଜେଲ ଭିତରକୁ ସ୍ମାର୍ଟ ଫୋନ ଆସିଲା କେମିତି ? ଜେଲ ଭିତରୁ ଧମକପୂର୍ଣ୍ଣ ଭିଡ଼ିଓ କଲ କରାଯାଉଛି କେମିତି ? ଏମିତି କେତେ ସ୍ମାର୍ଟ ଫୋନ ଜେଲ୍ ଭିତରେ ରହିଛି, ତାକୁ ନେଇ ଉଠିଥିଲା ପ୍ରଶ୍ନ ।
ଘଟଣା ଘଟିବା ପରେ ଝାରପଡା ଜେଲରୁ ଜବତ ହୋଇଥିଲା ଛୁରୀ ଓ ମୋବାଇଲ । ତେବେ ଗଳାବାଟ ଦେଇ ଜେଲ ଭିତରକୁ ଏସବୁ ଯାଇଥିବା କହିଥିଲେ ଜେଲ କର୍ତ୍ତୃପକ୍ଷ । ଏନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ବି ଦିଆଯାଇଥିବା ସୂଚନା ଦେଇଥିଲେ ଝାରପଡା ଜେଲ ସୁପରିଟେଣ୍ଡେଣ୍ଟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729841570.jpg)