Advertisment

ରାଜଧାନୀରେ ମାଆ-ପୁଅ ଗୃହବନ୍ଦୀ, ଶୁଣୁନି ପୋଲିସ୍ !

ଏହା ଆମର ନିଜ ଘର। ନିଜ ଘରେ ଆମେ ନିଜେ ବନ୍ଦୀ ହୋଇଛୁ। ନୂଆବର୍ଷରେ ଆମେ ବନ୍ଦୀର ଜୀବନ ବିତାଉଛୁ। ୫ ଦିନ ହେଲାଣି ଆମେ ବନ୍ଦୀ ହୋଇ ରହିଛୁ।

ଅଦ୍ୟତନ ହୋଇଛି
ମାଆ ପୁଅ ଗୃହବନ୍ଦୀ

ମାଆ ପୁଅ ଗୃହବନ୍ଦୀ

Advertisment

ଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ଭୁବନେଶ୍ୱରରେ ମାଆ-ପୁଅ ଗୃହବନ୍ଦୀ।  ଘଣ୍ଟାଏ କି ୨ ଘଣ୍ଟା ନୁହେଁ, ୭ ଦିନ ହେଲାଣି ଗୃହବନ୍ଦୀ କରି ରଖାଯାଇଛି। ସିଆର୍‌ପି ଛକ ପ୍ରିୟଦର୍ଶନୀ ମାର୍କେଟ ପଛ ପଟେ ଏକ ଘରେ ବନ୍ଦୀ ରଖାଯାଇଛି। ମାଆପୁଅଙ୍କୁ ୭ ଦିନ ହେଲା ବାହାରୁ କେହି ତାଲା ପକାଇ ଦେଇଛି। ଉଭୟଙ୍କୁ ଉଦ୍ଧାର କରାଯାଉନଥିବାରୁ ଆଲୋଡନ ସୃଷ୍ଟି କରାଯାଇଛି। ଜାଗାବାଡ଼ିକୁ ନେଇ କିଛି ଆଇନଗତ ସମସ୍ୟା ଥିବା ଅନୁମାନ କରାଯାଉଛି। ଏନେଇ ପୁଲିସକୁ ଖବର କରାଯାଇଥିଲେବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି। 

Advertisment

ଏନେଇ ବନ୍ଦୀ ରହିଥିବା ବୃଦ୍ଧା ଅନସୂୟା ମହାନ୍ତି କହିଛନ୍ତି ଯେ ଦୀର୍ଘ ୪ରୁ ୫ଦିନ ହେଲାଣି ଆମେ ଗୋଟିଏ ଘରେ ବନ୍ଦୀ ହୋଇ ରହିଛୁ। କେବଳ ଚା, ବିସ୍କୁଟ ଖାଇ ରହିଛୁ। ଜମି ବିବାଦକୁ ନେଇ ଆମକୁ ବନ୍ଦୀ କରି ରଖିଛନ୍ତି। ଏନେଇ ଆମେ ପୋଲିସକୁ ଖବର ଦେଇଥିଲେ ବି ସେମାନେ ଶୁଣୁନାହାନ୍ତି। ଉଦ୍ଧାର ପାଇଁ ଭଗବାନଙ୍କୁ ଡାକୁଛୁ।  

ଏନେଇ ବୃଦ୍ଧାଙ୍କ ପୁଅ କାନ୍ଦି କାନ୍ଦି କହିଛନ୍ତି ଯେ, ଏହା ଆମର ନିଜ ଘର। ନିଜ ଘରେ ଆମେ ନିଜେ ବନ୍ଦୀ ହୋଇଛୁ। ନୂଆବର୍ଷରେ ଆମେ ବନ୍ଦୀର ଜୀବନ ବିତାଉଛୁ। ୫ ଦିନ ହେଲାଣି ଆମେ ବନ୍ଦୀ ହୋଇ ରହିଛୁ। ମୋ ବୁଢୀ ମା ନଖାଇ ଦୁର୍ବଳ ହେବାକୁ ଲାଗିଲେଣି।  

Advertisment

ରାଜଧାନୀ ପ୍ରିୟଦର୍ଶିନୀ ମାର୍କେଟ ଅଞ୍ଚଳରେ ଘରେ ମାଆପୁଅ ବନ୍ଦୀ ଘଟଣାକୁ ସଂପତ୍ତି ବିବାଦ କହିଛନ୍ତି ଏସିପି ସଞ୍ଜୀବ ଶତପଥୀ। ସେ କହିଛନ୍ତି- ଦୁଇ ମହିଳାଙ୍କ ମଧ୍ୟରେ ସଂପତ୍ତି ବିବାଦ ଦେଖାଦେଇଛି। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ମାମଲାରେ ହାଇକୋର୍ଟ ମଧ୍ୟ ସ୍ଥିତାବସ୍ଥା ନିର୍ଦ୍ଦେଶ ଦେଇଛନ୍ତି। ଘର ଭିତରେ ଥିବା ମହିଳା ବାହାରକୁ ବାହାରିବାକୁ ମନା କରୁଛନ୍ତି। ତେବେ ଭିଡ଼ ଦୃଷ୍ଟିରୁ ଏହି ସ୍ଥାନରେ ୧୪୪ ଧାରା ଲଗାଯାଇଛି। 

Bhubaneswar Commissionrate Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ