Advertisment

କୁଳାଙ୍ଗାର ପୁଅ ପାଇଁ ମା-ବାପାଙ୍କ ଆଖିରେ ଲୁହ, କହିଲେ...‘ଜନ୍ମ କରି ଭୁଲ୍ କରିଛୁ’

କୁଳାଙ୍ଗାର ପୁଅ ପାଇଁ ଆଜି ମା-ବାପାଙ୍କ ଆଖିରେ ଲୁହ। ପୁଅର ଅକଥନୀୟ ଅତ୍ୟାଚାରରେ ଅତିଷ୍ଠ ହୋଇଗଲେଣି ବୃଦ୍ଧ ଦମ୍ପତ୍ତି। ଯେଉଁ ବୟସରେ ରୋଜଗାର କରି ମା-ବାପାଙ୍କ ସେବା କରିବା କଥା, ପୁଅ ତାଙ୍କୁ ଟଙ୍କା ମାଗୁଛି, ମାଡ଼ ମାରୁଛି ।

ଅଦ୍ୟତନ ହୋଇଛି
Elderly Parents Endure Unbearable

Elderly Parents Endure Unbearable

Advertisment

କୁଳାଙ୍ଗାର ପୁଅ ପାଇଁ ଆଜି ମା-ବାପାଙ୍କ ଆଖିରେ ଲୁହ। ପୁଅ ଯୋଉଦିନ ଜନ୍ମ ହେଇଥିଲା କେତେ ଖୁସି ହୋଇଥିଲେ ସେମାନେ। ନିଜେ ଉପାସ ରହି ତାକୁ ଖୁଆଇ ଏଡିକିଟିଏରୁ ଏଡୁଟେ କରିଥିଲେ। ଆାଶା ଥିଲା ପରିଣତ ବୟସରେ ଟିକିଏ ସାହା ହେବ। ହେଲେ କ’ଣ ହେବ? ପୁଅର ଅକଥନୀୟ ଅତ୍ୟାଚାରରେ ଅତିଷ୍ଠ ହୋଇଗଲେଣି ବୃଦ୍ଧ ଦମ୍ପତ୍ତି। ଯେଉଁ ବୟସରେ ରୋଜଗାର କରି ମା’-ବାପାଙ୍କ ସେବା କରିବା କଥା, କୁଳାଙ୍ଗାର ତାଙ୍କୁ ଟଙ୍କା ମାଗୁଛି, ମାଡ଼ ମାରୁଛି।

Advertisment

କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗ୍ରାମର ଗୋପୀ ପ୍ରଧାନ ଓ ତାଙ୍କ ବୃଦ୍ଧା ପତ୍ନୀ। ବୁଢା ବାପା, ମା’ଙ୍କୁ ମାଡ଼ ମାରୁଛି କୁଳାଙ୍ଗାର ପୁଅ ଯୋଗେଶ୍। ତାକୁ ୨୬ବର୍ଷ ହୋଇଥିଲେ ମଧ୍ୟ ନିଜେ ରୋଜଗାର ନକରି ବୁଢା ବାପା-ମାଙ୍କୁ ଟଙ୍କା ମାଗେ। ନଦେଲେ ଆରମ୍ଭ ହୋଇଯାଏ ତାର ଅକଥନୀୟ ଅତ୍ୟାଚାର। ଏ ବିଷୟରେ ପଚାରିବାରୁ ତା’ର ମୁହଁ ଫୁଟାଣି କହିଲେ ନସରେ।

ବୃଦ୍ଧ ବାପା ଚାଲି ପାରୁ ନଥିବା ବେଳେ ତାଙ୍କୁ କାମ କରି ଟଙ୍କା ଆଣିବାକୁ ଧମକ ଦିଏ ଯୋଗେଶ। ଖାଇବାକୁ ନଦେଲେ ସେ ବାପା-ମାଙ୍କୁ ଦାଣ୍ଡରେ ଘୋଷାଡି ଘୋଷାଡି ମାଡ ମାରେ। ଗ୍ରାମବାସୀ ପ୍ରତିବାଦ କଲେ ତାଙ୍କୁ ବି ଗାଳି ଗୁଲଜ କରେ। ଯୋଗେଶର ଅତ୍ୟାଚାରରେ ବୃଦ୍ଧ ଦମ୍ପତ୍ତି ଏତେ ଭୟଭୀତ ହୋଇଯାଆନ୍ତି ଯେ ପର ଦୁଆରେ ଆଶ୍ରା ନିଅନ୍ତି ।

Advertisment

ଯୋଗେଶର ମାନସିକ ସ୍ଥିତି ଠିକ୍ ଥିବା କୁହନ୍ତି ଗ୍ରାମବାସୀ। ସେ ଜାଣିଶୁଣି ଟଙ୍କା ପାଇଁ ବାପା-ମାଙ୍କ ଉପରେ ଅତ୍ୟାଚାର କରେ। ତେଣୁ ତୁରନ୍ତ ତାକୁ ପୋଲିସ ଗିରଫ କରିବାକୁ ସେମାନେ ନିବେଦନ କରିଛନ୍ତି।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ