Advertisment

Cyber Fraud: ଡିଜିଟାଲ ଆରେଷ୍ଟ; ଠକି ନେଲେ ୫୦ ଲକ୍ଷ, ଜୀବନ ହାରିଲେ ସ୍ବାମୀ-ସ୍ତ୍ରୀ...

ସାଇବର୍‌ ଫ୍ରଡର ସାଂଘାତିକ ପରିଣାମ। ପରିଣତ ବୟସରେ ଜୀବନ ହାରିବାକୁ ବାଧ୍ୟ ହୋଇଛନ୍ତି ବୃଦ୍ଧ ଦମ୍ପତ୍ତି।

ଅଦ୍ୟତନ ହୋଇଛି
Digital Arrest

Digital Arrest

Advertisment

ଡିଜିଟାଲ ଆରେଷ୍ଟର ଶିକାର ବୃଦ୍ଧ ଦମ୍ପତି । ଦୁର୍ବୃତ୍ତ ଠକି ନେଲେ ୫୦ ଲକ୍ଷ  । ଜୀବନ ହାରିଦେଲେ ସ୍ବାମୀ-ସ୍ତ୍ରୀ । ସାଇବର୍‌ ଫ୍ରଡର ସାଂଘାତିକ ପରିଣାମ। ପରିଣତ ବୟସରେ ଜୀବନ ହାରିବାକୁ ବାଧ୍ୟ ହୋଇଛନ୍ତି ବୃଦ୍ଧ ଦମ୍ପତ୍ତି। ସ୍ୱମୀ ନାଜରେଥ ଓ ପତ୍ନୀ ପ୍ଲାଭିଆନ୍। ଏମାନଙ୍କ ଆତ୍ମହତ୍ୟା ପଛର କାରଣ ଶୁଣିଲେ ଆପଣ ଚକିତ ହୋଇଯିବେ। ଥରି ଉଠିବ ଆପଣଙ୍କ ଦେହ ହାତ। ଏମାନଙ୍କୁ ଜୀବନ ହାରିବାକୁ ବାଧ୍ୟ କରିଛି ଡିଜିଟାଲ ଆରେଷ୍ଟ। ଠକଙ୍କ ଜାଲରେ ଫସି ସର୍ବଶ୍ୱାନ୍ତ ହୋଇପଡିଛନ୍ତି ଏହି ଦମ୍ପତ୍ତି। ଶେଷରେ ନେଇଛନ୍ତି ଚରମ ନିଷ୍ପତ୍ତି। ସାଇବର ଅପରାଧିଙ୍କ ଏଭଳି କିଛି ଭୟଙ୍କର କାରନାମା ସାମ୍ନାକୁ ଆସିଛି କର୍ଣ୍ଣାଟକରୁ। ପୋଲିସ ବନ୍ଦ ଘରୁ ଉଭୟଙ୍କ ମୃତଦେହ ଉଦ୍ଧାର କରିଛି। 

Advertisment

କର୍ଣ୍ଣାଟକାର ବେଲାଗାଭି ଜିଲ୍ଲା ଅନ୍ତର୍ଗତ ଖାନାପୁର ତାଲୁକା। ଏଠାକାର ବେଡି ଗାଁରେ ୭୯ ବର୍ଷୀୟ ପତ୍ନୀ ଫ୍ଲାଭିଆନାଙ୍କ ସହ ରୁହନ୍ତି ୮୨ ବର୍ଷୀୟ ଡି ସନତାନ ନାଜରେଥ। ସେ ‌ଏକଦା ମହାରାଷ୍ଟ୍ର ସଚିବାଳୟରେ କାମ କରୁଥିଲେ। ମାର୍ଚ୍ଚ ୨୭ ତାରିଖ ଗୁରୁବାର। ନାଜରେଥ ଓ ଫ୍ଲାଭିଆନା ଦୀର୍ଘ ସମୟ ଧରି ଘରୁ ବାହାରି ନଥିଲେ। ବୃଦ୍ଧ ଦମ୍ପତ୍ତିଙ୍କୁ କ’ଣ ହେଲା ଭାବି ପଡ଼ୋଶୀଙ୍କ ସନ୍ଦେହ ଘାରିଥିଲା। ଘରର କବାଟ ବାଡେଇଥିଲେ ମଧ୍ୟ କେହି ଖୋଲିନଥିଲେ। କବାଟ ଭାଙ୍ଗି ଘରେ ପଶିବା ପରେ ସ୍ତ୍ରୀ ଫ୍ଲାଭିଆନାଙ୍କ ନିସ୍ତେଜ ମୃତଦେହ ବେଡ ଉପରେ ପଡ଼ିଥିବା ଦେଖି ଚକିତ ହୋଇପଡିଥିଲେ। ନାଜରେଥଙ୍କ ମୃତଦେହ ଘରର ଅଣ୍ଡର ଗ୍ରାଉଣ୍ଡ ପାଣି ଟାଙ୍କିରୁ ମିଳିଥିଲା। ମୃତଦେହ ନିକଟରୁ ପୋଲିସ ଏକ  ହାତ ଲେଖା ଚିଠି ବି ଜବତ କରିଛି। ଏଥିରେ ଜୀବନ ହାରିବାର ପ୍ରକୃତ କାରଣ ଗୋଟି ଗୋଟି କରି ବଖାଣିଛନ୍ତି ଦମ୍ପତି।

ଅଧିକ ପଢ଼ନ୍ତୁ: ବାଂଲାଦେଶୀ ସେକ୍ସ ରାକେଟ୍: ଦଲାଲ ଦମ୍ପତିଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍‌

Advertisment

ସୁଇସାଇଡ ନୋଟରେ ଦୁଇ ଜଣ ବ୍ୟକ୍ତି ସୁମିତ ବିରା ଓ ଅନୀଲ ଯାଦବର ନାଁ ଉଲ୍ଲେଖ କରିଛନ୍ତି ନାଜରେଥ। ସୁମିତ ନିଜକୁ ନୂଆଦିଲ୍ଲୀର ଟେଲିକମ ବିଭାଗର ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କୁ ଯୋଗାଯୋଗ କରିଥିଲା। ବେଆଇନ ଭାବେ ତାଙ୍କ ନାଁରେ ଗୋଟିଏ ସିମ କିଣାଯାଇଛି। ଏହି ସିମକୁ ବିଭିନ୍ନ ପ୍ରକାରର ବେଆଇନ କାମ ଓ ବିଜ୍ଞାପନ ପାଇଁ ବ୍ୟବହାର କରାଯାଇଛି ବୋଲି କହି ଡରାଇଥିଲେ। ଏହାପରେ ସୁମିତ ଅନୀଲକୁ ଟ୍ରାନ୍ସଫର କରିଥିଲେ କଲ୍‌। ଅନୀଲ ନିଜକୁ ଦିଲ୍ଲୀ କ୍ରାଇମବ୍ରାଞ୍ଚର ଅଧିକାରୀର ପରିଚୟ ଦେଇ ନାଜରେଥଙ୍କ ସହ କଥା ହୋଇଥିଲା। କଥାବାର୍ତ୍ତା ଆଳରେ ଠକମାନେ ବେଶ୍ ଚାଲାକର ସହ ତାଙ୍କ ସମ୍ପତ୍ତି ଓ ଆର୍ଥିକ ସ୍ଥିତିର ପୂରା ଡିଟେଲ୍‌ ହାତେଇ ନେଇଥିଲେ। ମାମଲାକୁ ରଫାଦଫା କରିବା ପାଇଁ ପ୍ରଥମେ ୫ ଲକ୍ଷ ଟଙ୍କା ମାଗିଥିଲା ଅନୀଲ। 

ତେବେ ଟଙ୍କା ପାଇବା ପରେ ବି ଥମି ନଥିଲା ଠକମାନଙ୍କ ନିର୍ଯାତନା। ବାରମ୍ବାର ଧମକ ଦେଇ ନାଜରେଥ ଓ ଫ୍ଲାଭିଆନାଙ୍କ ଠାରୁ ଲୁଟି ନେଇଥିଲେ ୫୦ ଲକ୍ଷରୁ ଅଧିକ ଟଙ୍କା। ଡିଜିଟାଲ ନେଣଦେଣ ରେକର୍ଡରୁ ଏହା ଜାଣିବାକୁ ପାଇଛି ପୋଲିସ୍‌। ତେବେ ଉଭୟ ବୃଦ୍ଧ ଦମ୍ପତ୍ତିଙ୍କ ମୃତ୍ୟୁ ପଛର କାରଣ କ’ଣ ତାହା ଜାଣିବା ପାଇଁ ପୋଲିସ୍‌ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ମୋବାଇଲ ଫୋନ, ଛୁରୀ ଓ ସୁଇସାଇଡ ନୋଟକୁ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି। 

Advertisment

ଅଧିକ ପଢ଼ନ୍ତୁ: ବାବୁଙ୍କ ଆଖି ଖୋସି ଦେଲା ପରି ସମ୍ପତ୍ତି; ମିଳିଲାଣି ୧୭ ଲକ୍ଷ, ୧୧ପ୍ଲଟ୍‌ ଓ ୩ଟି ଫ୍ଲାଟ୍‌

Cyber Fraud Elderly Couple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ