Advertisment

ଅଭୟକାନ୍ତ ପାଠକଙ୍କୁ ୧୨ ଘଣ୍ଟାର ମାରାଥନ ଜେରା କଲା ଇଡି

ଆୟବହିର୍ଭୁତ ସମ୍ପତ୍ତି ଏବଂ ଚାକିରି ନାଁରେ ଠକେଇ ଲିଙ୍କ୍‌ରେ ଭୁବନେଶ୍ୱର ବିବେକାନନ୍ଦ ମାର୍ଗସ୍ଥିତ ତାଙ୍କ ବାସଭବନରେ ଚଢ଼ଉ କରିଛି ଇଡି। ସକାଳ ପ୍ରାୟ ୭ଟାରୁ ଏହି ରେଡ ଆରମ୍ଭ ହୋଇଥିଲା।

Abhayakant Pathak

Abhayakant Pathak

Advertisment

ଭୁବନେଶ୍ୱର: ଅଭୟକାନ୍ତ ପାଠକଙ୍କ ଘର ରେଡ୍ ସହ ୧୨ ଘଣ୍ଟାର ମାରାଥନ ଜେରା କଲା ଇଡି। ରେଡ୍ ବେଳେ ପୁଅ ଆକାଶ ପାଠକଙ୍କ ଦାମୀ କାରକୁ ନିଜ ଅଧିନକୁ ଇଡି ନେଇଯାଇଛି। ED ଜେରା ପରେ ପ୍ରତିକ୍ରିୟା ରଖିଛନ୍ତି ଅଭୟକାନ୍ତ ପାଠକ। କହିଛନ୍ତି, ମୋ ପ୍ରତି ଆକ୍ରୋଶମୂଳକ ଭାବେ ପଦକ୍ଷେପ ନିଆଯାଉଛି ଦୁର୍ନୀତି କରିନି, ପ୍ରମାଣ କରି ଦେଖାଅ ବୋଲି କହିଛନ୍ତି ଅଭୟକାନ୍ତ।କର୍ପୋରେଟ ବିବାଦ ପାଇଁ ମୋ ପୁଅକୁ ଫସାଇ ଦିଆଯାଇଛି। କେହି ଦୁର୍ନୀତି ପ୍ରମାଣିତ କଲେ, ତାହେଲେ ସାଧାରଣରେ ଫାଶୀ ପାଇଁ ପ୍ରସ୍ତୁତ ବୋଲି ଅଭୟକାନ୍ତ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ ଆମ ନାଁରେ ଗୋଟିଏ ଭିଜିଲାନ୍ସ କେସ୍‌ ହୋଇଛି ଓ କ୍ରାଇମବ୍ରାଞ୍ଚ କେସ୍‌ ହୋଇଛି। ଏହି ୨ଟି କେସ୍‌ ପରେ ରାଜ୍ୟ ସରକାର ଇଡିକୁ ମାମଲା ଟ୍ରାନ୍ସଫର କରିଥିଲେ। ଏନେଇ ସେମାନେ ମୋତେ, ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ପଚରାଉଚୁରା କରିବା ସହ ଆକାଶକୁ ଜେଲ୍‌ରେ ମଧ୍ୟ ପଚରାଉଚୁରା କରିଥିଲେ। ପରେ ସେମାନେ ଘର ସର୍ଚ୍ଚ କରିଥିଲେ। କିଛି ଖାଲି ବକ୍ସ ସାଙ୍ଗରେ ନେଇଯାଇଛନ୍ତି। ମୋ ଆକାଉଣ୍ଟରୁ କୌଣସି ବଡ଼ ଟ୍ରାଞ୍ଜାକ୍ସନ ହୋଇନାହିଁ, ଯାହା କେବଳ ସାଲାରୀ ଆକାଉଣ୍ଟରୁ ଟ୍ରାଞ୍ଜାକ୍ସନ ହୋଇଛି।  

ଆୟବହିର୍ଭୁତ ସମ୍ପତ୍ତି ଏବଂ ଚାକିରି ନାଁରେ ଠକେଇ ଲିଙ୍କ୍‌ରେ ଭୁବନେଶ୍ୱର ବିବେକାନନ୍ଦ ମାର୍ଗସ୍ଥିତ ତାଙ୍କ ବାସଭବନରେ ଚଢ଼ଉ କରିଛି ଇଡି। ସକାଳ ପ୍ରାୟ ୭ଟାରୁ ଏହି ରେଡ ଆରମ୍ଭ ହୋଇଥିଲା। ତେବେ ଏହି ରେଡ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ  ଡକ୍ୟୁମେଣ୍ଟ ଏବଂ ଫାଇଲ୍ ଜବତ କରିଥିବା ଇଡି ସୂତ୍ରରୁ ସୂଚନା ମିଳିଛି। ପୂର୍ବରୁ ଇଡି ଦୁଇ ଦୁଇ ଥର ଅଭୟକାନ୍ତଙ୍କୁ ଜେରା କରିଥିଲା।  ଏହା ପୂର୍ବରୁ ତାଙ୍କ ପୁଅ ଆକାଶ ପାଠକକଙ୍କୁ ମଧ୍ୟ ଡାକି ଇଡି ପଚରାଉଚୁରା କରିଥିଲା।

Advertisment
Bhubaneswar ED Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ