Advertisment

ଶୁଣାଣି ବେଳେ ଜଜ୍‌ଙ୍କୁ ଛୁରା ଦେଖାଇଲେ ଯୁବକ

ଘଟଣା ପରେ ବୈଦ୍ୟନାଥପୁର ଥାନାରେ ଅଭିଯୁକ୍ତ ଯୁବକ ଅଟକ ।

ଅଦ୍ୟତନ ହୋଇଛି
SDJM

SDJM

Advertisment

ଶୁଣାଣି ଚାଲିଥିବା ବେଳେ SDJMଙ୍କୁ ଛୁରା ଦେଖାଇଲେ ଯୁବକ । ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଯୁବକ ଜଣଙ୍କ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି । ଘଟଣା ପରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖାଯାଇଛି । ଯୁବକ ଜଣଙ୍କ ନାଁ ଭଗବାନ ସାହୁ । ତାଙ୍କ ଘର ପୁରୁଣା ବ୍ରହ୍ମପୁର ଅଞ୍ଚଳରେ । କିଛି ମାମଲା କାରଣରୁ ସେ ଆଜି କୋର୍ଟକୁ ଆସିଥିଲେ । ଛୁରି ଧରି କୋର୍ଟରେ ଡାଏସ ଉପରକୁ ଚଢି ଯାଇଥିଲେ । ତେବେ କୋର୍ଟକୁ ଆସିବା ବେଳେ ସେ ମଦ୍ୟପାନ କରିଥିବା ସୂଚନା ମିଳିଛି । ବୈଦ୍ୟନାଥପୁର ଥାନା ପୋଲିସ ଅଭିଯୁକ୍ତକୁ ଅଟକ ରଖି ଅନୁସନ୍ଧାନ ଜାରି ରଖିଛି ।

Advertisment

SDJM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ