Advertisment

ଯାଞ୍ଚ ବେଳେ ଗାଡ଼ିରୁ ଧରାପଡ଼ିଲା ୧୫ କେଜି ସୁନା !

ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ କରିଥିଲେ। SSTକୁ ଆବଶ୍ୟକୀୟ କାଗଜ ପତ୍ର ଦେଖାଇ ନପାରିବାରୁ ଗାଡ଼ିଟିକୁ ଜଳେଶ୍ୱର ପୁଲିସକୁ ହସ୍ତାନ୍ତର କରିଥିଲେ।

Gold Sezied

Gold Sezied

Advertisment

ଜଳେଶ୍ୱରରେ CT ଆଣ୍ଡ୍ GSTର ଚଢ଼ାଉ। ଅଳଙ୍କାର ଆଣୁଥିବା ଗାଡ଼ି ଅଟକ। ପଶ୍ଚିମବଙ୍ଗରୁ ଓଡ଼ିଶାକୁ ସୁନା ଆଣୁଥିବା ବେଳେ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଦ୍ୱାରା ଏକ ଗାଡ଼ିକୁ ଅଟକ ରଖାଯାଇଛି । ପ୍ରାୟ ୬ ଘଣ୍ଟା ଧରି ଜଳେଶ୍ୱର ଥାନାରେ ଗାଡ଼ିଟିକୁ ଅଟକ ରହିଛି । ଗାଡ଼ିକୁ ଜଳେଶ୍ୱର ଥାନାକୁ ଆଣି ଚାଲିଛି ଛାନଭିନ୍। ଗାଡ଼ିରେ ପ୍ରାୟ ୧୫ କେଜି ସୁନା ଥିବା ସୂଚନା ମିଳିଛି। ତେବେ ଏହି ସୁନା କେଉଁ ଉଦ୍ଦେଶ୍ୟରେ କିଏ ନେଉଥିଲୋ ସେ ଜିଏସଟି ଅଧିକାରୀ ମାନେ ତଦନ୍ତ ଜାରି ରଖିଛନ୍ତି ।

Advertisment

ନିର୍ବାଚନ ପାଇଁ ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ବାଲେଶ୍ୱର ଓ ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ୍‌ ଟୋଲ୍‌ ଗେଟ୍‌ରେ ଗାଡ଼ି ଯାଞ୍ଚ କରୁଥିଲା ଫ୍ଲାଇଂ ସ୍କ୍ୱାର୍ଡ। ଠିକ୍‌ ସେହି ସମୟରେ ପଶ୍ଚିବମଙ୍ଗରୁ ଓଡ଼ିଶାକୁ ଆସୁଥିଲା ସିକ୍ୟୁଏଲ୍ ଲଜିଷ୍ଟିକ ଟ୍ରାନ୍ସପୋର୍ଟ ନାଁର ଏକ ଗାଡ଼ି। ସେହି ଗାଡ଼ିକୁ ଯାଞ୍ଚ କରିଥିଲା ଫ୍ଲାଇଂ ସ୍କ୍ୱାର୍ଡ। ଯାଞ୍ଚ ବେଳେ ପୂଳା ପୂଳା ସୁନା ବାହାରିଥିଲା। ଯାହାର ଓଜନ ପ୍ରାୟ ୧୫ କେଜିରୁ ଅଧିକ ହେବ। ଏନେଇ ଫ୍ଲାଇଂ ସ୍କ୍ୱାର୍ଡ ଗାଡ଼ିରେ ଥିବା କର୍ମଚାରୀଙ୍କୁ ପଚାରିଥିଲେ। ହେଲେ ସେମାନେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ।

ସୁନା ଚାଲାଣ କରୁଥିବା ଅଭିଯୁକ୍ତଙ୍କ କଥାରେ ତାଳମେଳ ନରହିବାରୁ ଫ୍ଲାଇଂ ସ୍କ୍ୱାର୍ଡ ସମସ୍ତଙ୍କୁ ଧରି ଜଳେଶ୍ୱର ଥାନା ପୁଲିସ୍‌କୁ ହସ୍ତାନ୍ତର କରିଥିଲା। ପୁଲିସ ଗାଡ଼ି ଓ ସୁନାକୁ ଜବତ କରିଛି। ମାଜିଷ୍ଟ୍ରଟ୍‌ ଉପସ୍ଥିତିରେ ପୁଲିସ୍ ଜବତ ସୁନାକୁ ଓଜନ କରୁଛି। ଏହି ଘଟଣାର ତଦନ୍ତ ସିଟି ଆଣ୍ଡ ଜିଏସ୍‌ଟି ଟିମ୍‌ କରୁଥିବା ବେଳେ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଏତେ ପରିମାଣରେ ସୁନା କିଏ ଓ କାହିଁକି ଆଣୁଥିଲା, ତାହା ଜଣାପଡ଼ି ନାହିଁ।

Advertisment

ଆଜି ଅପରାହ୍ନରେ ପ୍ରାୟ ୫ଟା ସମୟରେ ଜଳେଶ୍ୱର ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ WB 02 AL 9567 ଫରଚୁନର ଗାଡିକୁ ଯାଞ୍ଚ କରିଥିଲା। ସେଥିରେ ପ୍ରାୟ ଚାରି ଲକ୍ଷ ଟଙ୍କା ବାହାରିଥିଲା। ଏହି ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ କରିଥିଲେ। SSTକୁ ଆବଶ୍ୟକୀୟ କାଗଜ ପତ୍ର ଦେଖାଇ ନପାରିବାରୁ ଗାଡ଼ିଟିକୁ ଜଳେଶ୍ୱର ପୁଲିସକୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ