ମଦ୍ୟପ ମାମୁଁ ! ଭାଣିଜୀ ଦେହରେ ଲଗାଇଲା ନିଆଁ

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାମୁକୁ ଅଟକ ରଖି ପଚରାଉଚରା କରୁଛି ।

Fire

ପୁଣି ଜଣେ ମଦ୍ୟପ ମାମୁଁର ଉନ୍ମତ କାଣ୍ଡ । ନିଶାରେ ଭାଣିଜୀକୁ ହତ୍ୟା ଉଦ୍ୟମ । ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ବିଦ୍ୟାନଗରରେ ଅଭାବନୀୟ ଘଟଣା । ଭାଣିଜୀକୁ ନିଆଁରେ ପୋଡ଼ି ମାମୁଁର ହତ୍ୟା ଉଦ୍ୟମ । ନିଶାସକ୍ତ ଅବସ୍ଥାରେ ଭାଣିଜୀ ଦେହରେ ନିଆଁ ଲଗାଇ ଦେଲା ମାମୁ । ୧୩ ବର୍ଷୀୟ ଭାଣିଜୀ ପୋଡ଼ି ହୋଇ ଗୁରୁତର ହୋଇଥିବା ଜଣାପଡ଼ିଛି । ତାଙ୍କୁ MKCGରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାମୁକୁ ଅଟକ ରଖି ପଚରାଉଚରା କରୁଛି ।