Advertisment

Maharashtra:ମହିଳା କନଷ୍ଟେବଳଙ୍କୁ ଧକ୍କା ଦେଲା, ରାସ୍ତାରେ ୧୦୦ ମିଟର ଘୋଷାଡି ନେଲା

ମଦ ନିଶାରେ ଚୁର୍‌ ଅଟୋ ଡ୍ରାଇଭର। ନିଶା ଏମିତି ଯେ ତା ଆଖିକୁ କିଛି ଦେଖା ଯାଉନଥିଲା। ଜଣଙ୍କ ପରେ ଜଣକୁ ଧକ୍କା ଦେଇ ଆଗକୁ ଗଡ଼ାଇ ଚାଲିଥିଲା ଗାଡି। ଏପରିକି ପୋଲିସ ଅଟକାଇବା ପରେ ସେ ଅଟକି ନଥିଲା। ଓଲଟି କନଷ୍ଟେବଳଙ୍କୁ ଧକ୍କା ଦେଇ ରାସ୍ତାରେ ଘୋଷାଡି ନେଇଥିଲା।

maharastra

maharastra

Advertisment

ମଦ ନିଶାରେ ଚୁର୍‌ ଅଟୋ ଡ୍ରାଇଭର। ନିଶା ଏମିତି ଯେ ତା ଆଖିକୁ କିଛି ଦେଖା ଯାଉନଥିଲା। ଜଣଙ୍କ ପରେ ଜଣକୁ ଧକ୍କା ଦେଇ ଆଗକୁ ଗଡ଼ାଇ ଚାଲିଥିଲା ଗାଡି। ଏପରିକି ପୋଲିସ ଅଟକାଇବା ପରେ ସେ ଅଟକି ନଥିଲା। ଓଲଟି କନଷ୍ଟେବଳଙ୍କୁ ଧକ୍କା ଦେଇ ରାସ୍ତାରେ ଘୋଷାଡି ନେଇଥିଲା। ଦେଖନ୍ତୁ ଏ ଦୃଶ୍ୟକୁ। କିଭଳି ମହିଳା କନଷ୍ଟେବଳଙ୍କୁ ଅଟୋ ପଛପଟେ ଘୋଷାଡି ନେଉଛି ମଦୁଆ ଡ୍ରାଇଭର। ସେ ଚିତ୍କାର କରୁଥିଲେ ମଧ୍ୟ କିଛି ଶୁଣୁନି।

Advertisment

ଏ ଘଟଣା ହେଉଛି ମହାରାଷ୍ଟ୍ର ସତାରା ସହରର। ମହିଳା କନଷ୍ଟେବଳ ହେଉଛନ୍ତି ଭାଗ୍ୟଶ୍ରୀ ଯାଦବ। ସେ ମଙ୍ଗଳବାର ସହରର ଏକ କ୍ରସିଂରେ ଡ୍ୟୁଟି କରୁଥିଲେ। ଏତିକି ବେଳେ ଏକ ଅଟୋ ତିନି ଜଣଙ୍କୁ ଧକ୍କା ଦେଇ ସେହି ରାସ୍ତା ଦେଇ ଆସୁଥିବା ତାଙ୍କୁ ଖବର ମିଳିଥିଲା। ଦ୍ରୁତ ଗତିରେ ଆସୁଥିବା ଅଟୋକୁ ସେ ଅଟକାଇବାକୁ ଚେଷ୍ଟା କରିଥିଲେ।

ହେଲେ କିଛି ଛୁଣିନଥିଲେ ଅଟୋ ଚାଳକ। ମଦ ନିଶାରେ ଗାଡ଼ି ଚଳାଉଥିବାରୁ ଜୋରିମାନା ଭୟରେ ଅଟୋ ଡ୍ରାଇଭର ଦେବରାଜ କାଲେ ଖସି ଯିବାକୁ ଉଦ୍ୟମ କରିଥିଲା। ଆଉ ଗାଡିକୁ ଅଟକାଇବାକୁ ଯାଇ ଅଟୋ ପଛରେ ଲାଖି ଯାଇଥିଲେ ଭାଗ୍ୟଶ୍ରୀ। ଅଟୋ ଡ୍ରାଇଭର ରାସ୍ତା ଉପରେ ତାଙ୍କୁ ୧୦୦ ମିଟର ଯାଏଁ ଘୋଷାଡି ନେଇଥିଲେ। ଏହି ଦୃଶ୍ୟ ଦେଖି ସେଠାରେ ଥିବା କିଛି ଲୋକେ ରଡି ଚିତ୍କାର କରିବା ସହ ଅଟୋକୁ ଅଟକାଇବାରେ ସକ୍ଷମ ହୋଇଥିଲେ। ମଦୁଆ ଅଟୋ ଚାଳକଙ୍କୁ ନିର୍ଧୂମ ମାଡ ମାରିବା ପରେ ତାଙ୍କୁ ପୋଲିସ ଜିମା ଦେଇଛନ୍ତି।

Advertisment

ଗୁରୁତର ଆହତ ହୋଇଥିବା ଭାଗ୍ୟଶ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଯାଇଛି। ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍କା ଚାଲିଛି। ଦେବରାଜଙ୍କୁ ଗିରଫ କରିବା ସହ ଅଟୋକୁ ଜବତ କରି ପୋଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।

Constable Maharastra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ