Drug Trade
ନିଶା...ଗଞ୍ଜେଇ...ଧୂଆଁ...ରାଜଧାନୀ ଭୁବନେଶ୍ବରରେ ଏବେ ଡ୍ରଗ୍ସ କାରବାର ଯେମିତି ଜାଲ ଭଳି ମାଡ଼ି ଚାଲିଛି। ସାହି, ବସ୍ତିରେ ଆଉ ସୀମିତ ନାହିଁ ଏଇ ବେପାର। ବିଚ୍ ରାସ୍ତାରେ ଥିବା ଗ୍ରୋସରୀ ଦୋକାନ ହେଉ ଅବା କ୍ଷୀର, ଚକୋଲେଟ୍ ମିଳୁଥିବା ଷ୍ଟୋର୍। ସତେ ଯେମିତି ଏବେ ସବୁଠି ମାତିଛନ୍ତି ବେପାରୀ ଆଉ ବିଛାଇଛନ୍ତି ନିଶାର ଜାଲ।
ରାଜଧାନୀରେ ଦୋକାନରେ କୋର୍ଡ ୱାର୍ଡରେ ଚାଲିଛି ଏଇ ନିଶା ବ୍ୟବସାୟ। ଗଞ୍ଜେଇ ସିଗାରେଟ୍ ର କୋଡ୍ ୱାଡରେ ନଳୀ ଆଉ ୟାକୁ ଟାଣିବାକୁ ବଜାରରେ ମିଳୁଛି ଗୋଗୋ ପେପର୍। ଓଟିଭିର ଷ୍ଟିଙ୍ଗ୍ ଅପରେସନରେ ଧରାପଡ଼ିଛି ଏସବୁ କଳାଜହରର କଳା କାରନାମା ।
ଗୋଗୋ ହେଉଛି ପତଳା ଓ ଶୀଘ୍ର ନ ଚିରିଲା ଭଳି ଏକ କାଗଜ। ଯାହା ନିଶାଖୋରଙ୍କ ଅତି ପ୍ରିୟ। ଏଇ ଗୋଗୋ ପେପରରେ ହିଁ ଡ୍ରଗ୍ସ ଟଣା ହୁଏ, ଗଞ୍ଜେଇ ଟାଣନ୍ତି। ଭୁବନେଶ୍ବରର ପ୍ରାୟ ସବୁ ଛକରେ ଏବେ ଖୁଲମ୍ ଖୁଲା ଚାଲିଛି ବ୍ରାଉନସୁଗର୍, ଡ୍ରଗ୍ସର ବିଜନେସ୍। ଆଉ ଏସବୁର ଗରାଖ କୁଆଡ଼େ ବଡ଼ ବଡ଼ ବିଶ୍ବବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ।
ଦିନ ରାତି ନିଶା ଆଡ଼କୁ ଟାଣି ହେଇ ଆସୁଛନ୍ତି, ଆଉ ନିଶା କବଳରେ ପଡ଼ି ଉବୁଟୁବୁ ହେଉଛନ୍ତି। ସଂଧ୍ୟା ହେଲେ ଏମାନଙ୍କ ଆଡ୍ଡା ଜମେ,ନିଛାଟିଆ, ଅନ୍ଧାରୁଆ, ଶୂନଶାନ ଖାଲି ପଡ଼ିଆ। ପଙ୍ଗତ ବସେ ଆଉ ଅପରାଧ ପାଇଁ ଯୋଜନା ତିଆରୀ ହୁଏ।ନିଶାଖୋର ଓ ନିଶା କାରବାର ପଛର ନାୟକଙ୍କୁ ଧରିବାକୁ ଅନେକ ଧରପଗଡ଼ ହେଉଛି। ତଥାପି ଯେମିତି ଏସବୁ ଥମିବାର ନାଁ ହିଁ ନେଉନି।
ଭୁବନେଶ୍ବର କଟକରେ ଏକାଧିକ ଥର ଅବକାରୀ ଓ ପୋଲିସ୍ ରେଡ୍ କରିଛନ୍ତି। ବିଚ୍ ରାସ୍ତା ଉପରେ ଗୋଡ଼ାଗୋଡ଼ି ହେଇ ଧରା ବି ପଡ଼ିଛନ୍ତି ଅଭିଯୁକ୍ତ। ତଥାପି ଏସବୁ ବେପାର ଯେମିତି ବୋଲ ମାନୁନି। ବ୍ରାଉନସୁଗର, କୋକେନ, ଗଞ୍ଜେଇ, ଚରସ୍, ଅଫିମ, ମ୍ୟାରିଜୁଆନା ଭଳି ନିଶା ଏବେ ପିଲାଙ୍କୁ କବଳିତ କରିଛି।
ସବୁଠୁ ବଡ କଥା ହେଲା ରାଜଧାନୀର ଗଳିକନ୍ଦିରେ ଏବେ ଏହି ସବୁ ନିଶା ଅତି ସହଜରେ ମିଳିଯାଉଛି । ଆମେ କରିଥିବା ଷ୍ଟିଙ୍ଗ ଅପରେସନରେ ଏଭଳି କିଛି ଭିଡିଓ ହୋଇଛି କଏଦ। ଯେଉଁଠି ନଳି, ଗୋଗୋ ମାଗିଲେ ହାତକୁ ବଢାଇ ଦେଉଛନ୍ତି ଡ୍ରଗ୍ସ ଓ ଗଞ୍ଜେଇ ପାଇଁ ବ୍ୟବହୃତ ଏଇ ସ୍ବତନ୍ତ୍ର ପେପର-ଯାହାର ନାଁ ଗୋଗୋ।
ସେପଟେ ଅବକାରୀ ବିଭାଗ କହିଛି ନିଶା କାରବାରକୁ ରୋକିବାକୁ ପଦକ୍ଷେପ ନିଆଯାଉଛି ତାସହ ସଚେତନତା ବି ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Drug_Trade_1751560311.jpg)