ଚାକିରିରୁ ବାହାର କରିଦେଲେ ମାଲିକ; ଘରେ ପଶି କାର୍‌-ବାଇକ୍‌ ଜାଳିଦେଲା ଡ୍ରାଇଭର

କୁହାଯାଉଛି କି, ପ୍ରତିଶୋଧ ପରାୟଣ ହୋଇ ଘରେ ପଶି କାର ଏବଂ ବାଇକ୍ ଜାଳିଦେଇଛି ଡ୍ରାଇଭର । ଭୁବନେଶ୍ୱର ଖଣ୍ଡଗିରିରୁ ଏଭଳି ଅଭିଯୋଗ ଆସିଥିବାବେଳେ ଡ୍ରାଇଭରର ସମସ୍ତ କାରନାମା ସିସିଟିଭିରେ କଏଦ ହୋଇଛି ।

ଚାକିରି ଚାଲିଗଲା ବୋଲି... ମାଲିକଙ୍କ ଗାଡ଼ି ଜାଳିଦେଲା ଡ୍ରାଇଭର

ଚାକିରିରୁ ବାହାର କରିଦେଲେ ମାଲିକ । ରାଗିଗଲା ଡ୍ରାଇଭର । ଘରେ ପଶି କାର୍‌ ସହ ବାଇକ୍‌ରେ ଲଗାଇଦେଲା ନିଆଁ । ନିଆଁ ଲାଗିବା ପରେ ବାଇକ୍‌ ଓ କାର୍‌ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ଏପରି ଏକ ଘଟଣା ଆଉ କେଉଁ ଅଞ୍ଚଳରେ ନୁହେଁ, ବରଂ ଘଟିଛି ଖୋଦ୍‌ ରାଜଧାନୀରେ ।

ବ୍ୟକ୍ତିଙ୍କ ଏପରି କାରନାମା ସମସ୍ତଙ୍କୁ ଚକିତ କରିଛି । ଡ୍ରାଇଭର ଜଣକ କେଉଁ ଉଦ୍ଦେଶ୍ୟରେ ଏପରି କାଣ୍ଡ ଘଟାଇଚି ତାହା ଜଣାପଡ଼ିନାହିଁ । ପେଟ ପାଟଣାକୁ ନେଇ ଏପରି କାଣ୍ଡ ଘଟାଇଛି ନା ଅନ୍ୟ କିଛି , ସେନେଇ ସ୍ପଷ୍ଟ ହୋଇନାହିଁ । କି ଏନେଇ ପୋଲିସରେ ମଧ୍ୟ ସୂଚନା ଦିଆଯାଇନାହିଁ ।

କୁହାଯାଉଛି କି, ପ୍ରତିଶୋଧ ପରାୟଣ ହୋଇ ଘରେ ପଶି କାର ଏବଂ ବାଇକ୍ ଜାଳିଦେଇଛି ଡ୍ରାଇଭର । ଭୁବନେଶ୍ୱରର ଖଣ୍ଡଗିରିରୁ ଏଭଳି ଅଭିଯୋଗ ଆସିଥିବାବେଳେ ଡ୍ରାଇଭରର ସମସ୍ତ କାରନାମା ସିସିଟିଭିରେ କଏଦ ହୋଇଛି । ଖଣ୍ଡଗିରି କ୍ରିଷ୍ଣା ଗାର୍ଡେନ ଫେଜ୍ ୨ରେ ରହୁଥିବା ଜ୍ୟୋସ୍ନା ମହାନ୍ତି ଓ ଅଜିତ କୁମାର ନାୟକଙ୍କ ଘରେ ଏଭଳି କାଣ୍ଡ ଘଟାଇଛି ଦୁର୍ବୃତ୍ତ ।

ଅଜିତ କୁମାର ନାୟକଙ୍କ କହିବା ଅନୁଯାୟୀ ତାଙ୍କ କାର ନିୟମିତ ଭାବେ ଖରାପ ହେବା ପରେ ସେ ଆଉ ତାକୁ ଚଳାଇ ନଥିଲେ । ତେଣୁ କାର ଡ୍ରାଇଭରକୁ ମଧ୍ୟ ଆଉ ଆସିବାକୁ ମନା କରିଥିଲେ । ଏହା ଛଡା ଡ୍ରାଇଭର ଜଣକ ମଧ୍ୟ ନିଶାସେବନ କରୁଥିବା ସେ ଅଭିଯୋଗ କରିଛନ୍ତି ।