Advertisment

DRDO ତଥ୍ୟ ଚୋରି ମାମଲା; ବିବାହର ପ୍ରତିଶ୍ରୁତି ଦେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନେଇଗଲା ରହସ୍ୟମୟୀ ସୁନ୍ଦରୀ

DRDO ତଥ୍ୟ ଚୋରି ଘଟଣାରେ ଦିନକୁ ଦିନ ସାମ୍ନାକୁ ଆସିଛି ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା। କର୍ମଚାରୀଙ୍କୁ ହନି ଟ୍ରାପ୍‌ରେ ପକାଇଥିବା ସୁନ୍ଦରୀ ବିଷୟରେ ଅନେକ କଥା ଜାଣିବାକୁ ମିଳିଛି ତଦନ୍ତକାରୀ ଟିମ୍‌କୁ।

DRDO information leak case

DRDO information leak case

Advertisment

ବାଲେଶ୍ୱର: DRDO ତଥ୍ୟ ଚୋରି ଘଟଣାରେ ଦିନକୁ ଦିନ ସାମ୍ନାକୁ ଆସିଛି ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା। କର୍ମଚାରୀଙ୍କୁ ହନି ଟ୍ରାପ୍‌ରେ ପକାଇଥିବା ସୁନ୍ଦରୀ ବିଷୟରେ ଅନେକ କଥା ଜାଣିବାକୁ ମିଳିଛି ତଦନ୍ତକାରୀ ଟିମ୍‌କୁ। 

Advertisment

 ରହସ୍ୟମୟୀ ମହିଳା ଅଭିଯୁକ୍ତ ବସନ୍ତକୁ ବିବାହ ପ୍ରସ୍ତାବ ଦେଇଥିବା ସୂଚନା ଦେଇଛନ୍ତି  କ୍ରାଇମବ୍ରାଞ୍ଚ ଏଏସ୍‌ପି ପ୍ରଶାନ୍ତ କୁମାର ବିଷୋୟୀ । ସୁନ୍ଦରୀର ମାୟାଜାଲରେ ପଡି  ଅଭିଯୁକ୍ତମାନେ ମିଜାଇଲ୍ ଟେଷ୍ଟର ଗୁପ୍ତ ତଥ୍ୟ ଦେଇଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ । ମିଜାଇଲ୍ ଟେଷ୍ଟ ପୂର୍ବ ଓ ପରର ଗୁପ୍ତ ତଥ୍ୟ ଏମାନେ ଦେଇଛନ୍ତି।

Advertisment

୩ ଜଣଙ୍କଠାରୁ ୩ଟି ଲାପଟପ ଜବତ କରାଯାଇଛି । ଅଭିଯୁକ୍ତଙ୍କ ମୋବାଇଲ୍ ସିଜ୍ କରି ଫରେନସିକ୍ ଲ୍ୟାବ୍‌କୁ ପଠାଯାଇଛି । ଅଭିଯୁକ୍ତ ସଚିନ୍ ITR ନିର୍ଦ୍ଦେଶକଙ୍କ ଗାଡ଼ି ଚଳାଉଥିଲେ। ସେ ମଧ୍ୟ ୨/୩ ଜଣ ଝିଅଙ୍କ ସହ କଥା ହୋଇଥିବା ଜଣାଯାଇଛି। 

ତେବେ ଅଭିଯୁକ୍ତଙ୍କ ବାଂଲାଦେଶୀ ଲିଙ୍କକୁ ଖଣ୍ଡନ କରିଛନ୍ତି କ୍ରାଇମବ୍ରାଞ୍ଚ ଏଏସ୍‌ପି। ତଦନ୍ତରୁ ଆହୁରି ଜଣାପଡ଼ିଛି, ୫ ଅଭିଯୁକ୍ତଙ୍କ ଭିତରୁ ବସନ୍ତ ବେହେରାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଟ୍ରାନ୍ସଫର ହୋଇଛି। ମିଳିଥିବା ସୂଚନା ମୁତାବକ, ବସନ୍ତଙ୍କ ଆକାଉଣ୍ଟକୁ ଥରେ ୨୮ ହଜାର ଓ ଆଉଥରେ ୧୪ ହଜାର ଟଙ୍କା ଯାଇଛି। ଏହି ଟଙ୍କା ଦୁବାଇରୁ ଆସିଛି ବୋଲି କହିଛନ୍ତି 

Advertisment

 ରିମାଣ୍ଡ ଅବଧି ସରିବା ପରେ ବାଲେଶ୍ୱର SDJM କୋର୍ଟରେ ୫ ଅଭିଯୁକ୍ତଙ୍କୁ ହାଜର କରାଯାଇଥିଲା  ତେବେ ହାଜର ପରେ ପୁଣି ରିମାଣ୍ଡ ପାଇଁ ଆବେଦନ କରିନାହିଁ କ୍ରାଇମବ୍ରାଞ୍ଚ। ବ୍ୟାଙ୍କ ତଥ୍ୟ ଆସିବା ପରେ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନିଆଯାଇପାରେ ବୋଲି କ୍ରାଇମବ୍ରାଞ୍ଚ ଏଏସ୍‌ପି ସୂଚନା ଦେଇଛନ୍ତି  ।

ପାକିସ୍ତାନୀ ଗୁପ୍ତଚରଙ୍କୁ ଡିଆର୍‌ଡିଏର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ବାଲେଶ୍ୱର ପୁଲିସ ରାତି ଅଧିଆ ୪ ଅଭିଯୁକ୍ତଙ୍କୁ ଟେକି ଆଣିଥିଲେ। ପଚରାଉଚରା ପରେ ପୁଲିସ ଆଇଟିଆର୍‌ର ଠିକା ଏସି ଅପରେଟର ବସନ୍ତ ବେହେରା ଓ ଶେଖ୍‌ ମୁଶାଫିର, ମେନ୍‌ଗେଟ କିପର ତାପସ ନାୟକ ଏବଂ ଡିଜି ଅପରେଟର ହେମନ୍ତ କୁମାର ମିସ୍ତ୍ରୀଙ୍କୁ ଗିରଫ କରିଥିଲା। ମାମାଲାର ଗୁରୁତ୍ୱକୁ ଦେଖି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର। ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରି ଦେଇ ଡିଆର୍‌ଡିଓର କର୍ମଚାରୀ ସଚିନ କୁମାର ଛତ୍ତାଙ୍କୁ ଗିରଫ କରିଥିଲା। ସେ ଡିଆର୍‌ଡିଓର ଜଣେ ଅଧିକାରୀଙ୍କ ଗାଡି ଚଳାଉଥିଲେ।

PRASANT_BISOI_BYTE_9PM
DRDO_LEAK_FLP_AVO_9PM

DRDO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ