Advertisment

Murder: ଏଥର ମୋ ହାତରେ କିଏ ବାନ୍ଧିବ ଲୋ ରାକ୍ଷୀ; ଫେରିଆ ଲୋ ମୋ ସୁନା ଭଉଣୀ

ଭାଗ୍ୟଶାଳୀଙ୍କୁ ବିବାହ କରିଥିଲେ କିନ୍ତୁ ଭାଗ୍ୟବତୀ ହୋଇପାରିଲେନି ଆରତି । ଆରତି ୬ ବର୍ଷ ତଳେ ଖଲ୍ଲିକୋଟ ଥାନା ନୂତନ ଗୁରୁଣ୍ଠିରେ ଭାଗ୍ୟଶାଳୀ ସାହୁଙ୍କୁ ବିବାହ କରିଥିଲେ। ବିବାହ ପରେ କିଛି ଦିନ ଭଲରେ ଚାଲିଥିଲା ଆରତିଙ୍କ ସଂସାର। କିନ୍ତୁ...

ଅଦ୍ୟତନ ହୋଇଛି
Murder

Murder

Advertisment

ଏଥର ମୋ ହାତରେ କିଏ ବାନ୍ଧିବ ଲୋ ରାକ୍ଷୀ....। ସୁନା ଭଉଣୀ ତୁ ଫେରିଆ...। ରାକ୍ଷୀ ପିନ୍ଧାଇ ଯେଉଁ ଗିଫ୍ଟ ମାଗିବୁ ମୁଁ ତୋତେ ଦେବି ଲୋ....। ମୋ ପାଖକୁ ଫେରିଆ ସୁନା ଭଉଣୀ। ଏପରି କହି କାନ୍ଦି କାନ୍ଦି ଗଡ଼ିଯାଉଛି ସାନ ଭାଇ।

Advertisment

ହେଲେ ସେ ଜାଣିଛି ତା’ ଭଉଣୀ ଆଉ ଫେରିବନି। ଭଉଣୀ ତାର ଅଫେରା ରାଇଜକୁ ଚାଲିଯାଇଛି। ଶ୍ୱଶୁର ଘର ଲୋକ କେଇଟା ଟଙ୍କା ପାଇଁ ତାର ଭଉଣୀକୁ ମାରି ଦେଇଛନ୍ତି। ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ। ଜଣେ ବଧୂକୁ ତାର ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ଆରତି ସାହୁ।

ଅଭିଯୋଗ ଅନୁସାରେ, ଆରତି ୬ ବର୍ଷ ତଳେ ଖଲ୍ଲିକୋଟ ଥାନା ନୂତନ ଗୁରୁଣ୍ଠି ଗାଁର ଭାଗ୍ୟଶାଳୀ ସାହୁଙ୍କୁ ବିବାହ କରିଥିଲେ। ବିବାହ ପରେ କିଛି ଦିନ ଭଲରେ ଚାଲିଥିଲା ଆରତିଙ୍କ ସଂସାର। ତା’ପରେ ଶ୍ୱଶୁର ଘର ଲୋକେ ଯୌତୁକ ପାଇଁ ଆରତିଙ୍କୁ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି । ଗତକାଲି ଆରତିଙ୍କ ମୃତ୍ୟୁ ଘଟିଥିଲା।ଏନେଇ ପାଖ ପଡ଼ିଶା ଆରତିଙ୍କ ବାପ ଘରକୁ ଖବର ଦେଇଥିଲେ।

Advertisment

ବାପ ଘର ଲୋକ ଝିଅର ମୃତ୍ୟୁ ଖବର ଶୁଣି ନୂତନ ଗୁରୁଣ୍ଠିରେ ପହଞ୍ଚିଯାଇଥିଲେ। ହେଲେ ଶାଶୁ ଶ୍ୱଶୁର ଓ ସ୍ୱାମୀ ଫେରାର ଥିଲା ବେଳେ ସଂପର୍କୀୟମାନେ ତାଙ୍କୁ ଘର ଭିତରକୁ ଛାଡ଼ି ନଥିଲେ। ରାତି ସାରା ଘର ଭିତରେ ମୃତଦେହ ପଡ଼ି ରହିବା ସହ ଝିଅର ଶ୍ୱଶୁର ଘର ଆଗରେ ଧାରଣାରେ ବସିଥିଲେ ବାପଘର ଲୋକ। ଆଜି ସକାଳେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଏ ସଂପର୍କରେ ଶ୍ୱଶୁର ଘର ଲୋକଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । 

ଅଧିକ ପଢ଼ନ୍ତୁ :Fire Mishap: ଏମିତି ଆସେ ମୃତ୍ୟୁ; ନିଜ ଦୋକାନରେ ଜୀବନ୍ତ ଦଗ୍ଧ

Murder Ganjam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ