ପୁଣି ଆକ୍ଟିଭ ଲେଡି ଡନ୍‌ ! ଡାକ୍ତରଙ୍କୁ କିଡ୍‌ନାପ କରି ମାଗିଲେ ୨୫ ଲକ୍ଷ ମୁଣ୍ଡ ଜାମିନ

ଖାଲି ସ୍ୱାମୀ ନୁହେଁ ଅପହରଣ ପାଇଁ ପ୍ରସ୍ତୁତ କରାଯାଇଥିଲା ଏକ ସ୍ୱତନ୍ତ୍ର କିଡ୍‌ନାପିଙ୍ଗ୍‌ ଟିମ୍‌ । ଯେଉଁଥିରେ ମାଷ୍ଟର ମାଇଣ୍ଡ ପତି ପତ୍ନୀଙ୍କ ବ୍ୟତୀତ ଆଉ ୪ ଜଣ ସହଯୋଗୀ ବି ସାମିଲ ଥିଲେ ।

Lady Don

ଭୁବନେଶ୍ୱରରେ ପୁଣି ଆକ୍ଟିଭ ଲେଡି ଡନ୍‌ । ଅପହରଣ କଲେ, ମାରିଦେବାକୁ ଧମକ ଦେଲେ । ଡାକ୍ତରଙ୍କୁ ଅପହରଣ କରି ମାଗିଲେ ମୁଣ୍ଡ ଜାମିନ୍ । କହିଲେ ୨୫ ଲକ୍ଷ ନଦେଲେ ଗଡ଼ିବ ଡାକ୍ତରଙ୍କ ମୁଣ୍ଡ ।

ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ୱରରରୁ । ଚିକିତ୍ସା ନାଁରେ ମେଡ଼ିକାଲ ଅଫିସରଙ୍କୁ ଘରକୁ ଡାକି ଅପହରଣ କରିଥିଲେ ଲେଡି ହନ୍‌ । ଆଉ ତାଙ୍କର ସାଥ୍‌ ଦେଇଥିଲେ ତାଙ୍କ ସ୍ୱାମୀ । ଖାଲି ସ୍ୱାମୀ ନୁହେଁ ଅପହରଣ ପାଇଁ ପ୍ରସ୍ତୁତ କରାଯାଇଥିଲା ଏକ ସ୍ୱତନ୍ତ୍ର କିଡ୍‌ନାପିଙ୍ଗ୍‌ ଟିମ୍‌ । ଯେଉଁଥିରେ ମାଷ୍ଟର ମାଇଣ୍ଡ ପତି ପତ୍ନୀଙ୍କ ବ୍ୟତୀତ ଆଉ ୪ ଜଣ ସହଯୋଗୀ ବି ସାମିଲ ଥିଲେ ।

ଚିକିତ୍ସା ବାହାନାରେ ଡାକ୍ତରଙ୍କୁ ଘରକୁ ଡାକି ଅପହରଣ କରିବା ପରେ, ତାଙ୍କ ଘରକୁ ଫୋନ୍‌ କରି ମାଗିଥିଲେ ୨୫ ଲକ୍ଷ ଟଙ୍କା । ଆଉ ୨୫ ଲକ୍ଷ ନଦେଲେ ଡାକ୍ତରଙ୍କ ମୁଣ୍ଡ ଗଡ଼ିବ ବୋଲି ଧମକ ଦେଇଥିଲେ । ଏହି ଭୟରେ ଡାକ୍ତରଙ୍କ ପରିବାର ଲୋକେ ୧ ଲକ୍ଷ ଟଙ୍କା ନଗଦ ଦେବା ସହ ୯ ଲକ୍ଷ ଟଙ୍କାର ଚେକ୍‌ ଦେଇଥିଲେ ଅପହରଣକାରୀଙ୍କୁ । ତାପରେ ଡାକ୍ତରଙ୍କୁ ମୁକ୍ତ କରିଥିଲେ ଅପହରଣକାରୀ ।

ଏବେ ଏହି ଘଟଣାର ପର୍ଦ୍ଦାଫାସ୍‌ ହୋଇଛି । ୪ ସହଯୋଗୀଙ୍କ ସମେତ କିଡ୍‌ନାପିଂର ମାଷ୍ଟର ମାଇଣ୍ଡ ପତି ପତ୍ନୀଙ୍କୁ ବି ଗିରଫ କରିଛି ପୋଲିସ । ଏହି ପୁରା ଘଟଣା ତମଣ୍ଡୋ ଥାନା ଅଧୀନରେ ଘଟିଯାଇଛି । ଗତ ୮ ତାରିଖରେ ମେଡ଼ିକାଲ ଅଫିସରକୁ ଚିକିତ୍ସା ବାହାନାରେ ଅପହରଣ କରାଯାଇଥିଲା । ଅପହରଣକାରୀଙ୍କଠାରୁ ମୁକ୍ତ ହେବା ପରେ ମେଡ଼ିକାଲ ଅଫିସର ଜଣକ ଏନେଇ ଥାନାରେ ଅଭିଯୋଗ କରିଥିଲେ । ତାପରେ ପୋଲିସ ତଦନ୍ତ କରିଥିଲା । ଆଉ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।