Advertisment

DN ଗ୍ରୁପ୍ ମୁଖ୍ୟଙ୍କୁ ITର ଜେରା ଶେଷ, ଜଗଦୀଶ କହିଲେ ଆୟକର ଫାଙ୍କିବା ଅଭିଯୋଗ ମିଛ

ମୋତେ ଆୟକର ବିଭାଗ କିଛି ପ୍ରଶ୍ନ କରିନି କହିଲେ ଜଗଦୀଶ । ଏଯାଏଁ ଜବତ ହେଲାଣି ୩୨ କୋଟିରୁ ଅଧିକ ଟଙ୍କା ।

ଅଦ୍ୟତନ ହୋଇଛି
DN Group IT Raid

DN Group IT Raid

Advertisment

ଚାରି ଦିନର ଛାନଭିନ ପରେ ଶେଷ ହୋଇଛି ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ରେଡ୍ । ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକ ଓ ତାଙ୍କ ଲିଗାଲ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କୁ ମୁହାଁମୁହିଁ ଜେରା କରିଥିଲେ ଆୟକର ଅଧିକାରୀ। ତେବେ ଆୟକର ଫାଙ୍କିବା ଅଭିଯୋଗକୁ ମିଛ ବୋଲି କହିଛନ୍ତି ଡ଼ିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ତାଙ୍କୁ ଆୟକର ବିଭାଗ କିଛି ପଚରାଉଚରା କରିନି। ହେଲେ ଚନ୍ଦ୍ରଶେଖର ପଣ୍ଡା କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

Advertisment

୪ ଦିନ ଧରି DN ଗ୍ରୁପର ବିଭିନ୍ନ ସ୍ଥାନରେ ରେଡ୍ ଚାଲିଥିବା ବେଳେ ଚତୁର୍ଥ ଦିନରେ DN ଗ୍ରୁପ ମାଲିକ ଜଗଦୀଶ ନାୟକଙ୍କୁ ଜେରା କରିଥିଲେ IT ଅଧିକାରୀ। ଜବତ ହୋଇଥିବା ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ନେଇ ଖୋଳତାଡ଼ କରିଛି ଆୟକର ବିଭାଗ। କେଉଁଠୁ ଆସିଲା କୋଟି କୋଟି ଟଙ୍କା, କେତେ ଟଙ୍କାର ଟିକସ ଫାଙ୍କିଛନ୍ତି ସେ ନେଇ ସବୁ ତଦନ୍ତ କରିଛି ଆୟକର ବିଭାଗ।

ଯିବା ବେଳେ ଆୟକର ବିଭାଗର ଅଧିକାରୀ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ଦସ୍ତାବିଜ ନେଇଥିବା ଜଣାପଡ଼ିଛି। ତେବେ ଚଢାଉ ଶେଷ ହୋଇଥିବା ନେଇ ଆୟକର ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Advertisment

ଏପଟେ DN GROUPରେ ଆଇଟି ରେଡ୍ ବେଳେ ମିଳିଥିବା କୋଟି କୋଟି ଟଙ୍କାକୁ ନେଇ ରାଜ୍ୟ ରାଜନୀତି ବି ସରଗରମ। ଗତକାଲି ପ୍ରେସମିଟ୍ କରି ସିଧାସଳଖ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲା କଂଗ୍ରେସ। ଭୁବନେଶ୍ୱର ସହିଦ ନଗର ଜମି ଘୋଟାଲା ପ୍ରସଙ୍ଗ ଉଠାଇବା ସହ ଶହ ଶହ କୋଟି ଟଙ୍କାର ପ୍ରୋଜେକ୍ଟକୁ ସରକାର ଶାଗ ମାଛ ଦରରେ ଡିଏନ୍ ହୋମ୍ସକୁ ଦେଇ ଅନୁକମ୍ପା ଦେଖାଇଥିବା ଅଭିଯୋଗ କରିଛି। ବିଜେପି ବି ଶାସକ ଦଳକୁ ସମାଲୋଚନା କରିଛି।

IT Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ