Advertisment

ଦିବ୍ୟାଙ୍ଗ ପୁଅକୁ ପିଟିପିଟି ମାରିଦେଲା ସାବତ ମା’

ପଥରପୁଞ୍ଜା ଗାଁରେ ବିଜୟ ପ୍ରଧାନଙ୍କୁ ତାଙ୍କ ସାବତ ମା’ ପିଟିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ବିଜୟ ବିବାହ କରିବାକୁ ଚାହୁଁଥିଲେ । ହେଲେ ସାବତ ମା’ ଏଥିରେ ରାଜି ନଥିଲେ । ଫଳରେ ପୁଅର ବିବାହକୁ ନେଇ ସାବତ ମାଆଙ୍କ ସହ ବଚସା ହୋଇଥିଲା ।

ଅଦ୍ୟତନ ହୋଇଛି
Divyang man allegedly beaten to death by step-mother

Divyang man allegedly beaten to death by step-mother

Advertisment

ଦିବ୍ୟାଙ୍ଗ ପୁଅକୁ ପିଟି ମାରିଦେଲା ସାବତ ମା’ । ବିବାହ କରିବାକୁ କହିବାରୁ ଦିବ୍ୟାଙ୍ଗ ପୁଅକୁ ସାବତ ମା’ ପିଟିପିଟି ହତ୍ୟା କରିଥିବା ଆଭିଯୋଗ ହୋଇଛି । ଏହି ହତ୍ୟାରେ କେବଳ ମା’ ନୁହେଁ ବାପା ମଧ୍ୟ ସାମିଲ ଥିବା ଜଣାପଡ଼ିଛି ।

Advertisment

ସୂଚନା ମୁତାବକ ଏଭଳି ଏକ ଅଭାବନୀୟ ଘଟଣା ନୟାଗଡ଼ ଦଶପଲ୍ଲା ଅଞ୍ଚଳରେ ଘଟିଛି । ସ୍ଥାନୀୟ ସିମିଳିସାହି ଗାଁରେ ବିଜୟ ପ୍ରଧାନଙ୍କୁ ତାଙ୍କ ସାବତ ମା’ ପିଟିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ବିଜୟ ବିବାହ କରିବାକୁ ଚାହୁଁଥିଲେ । ହେଲେ ସାବତ ମା’ ଏଥିରେ ରାଜି ନଥିଲେ । ଫଳରେ ପୁଅର ବିବାହକୁ ନେଇ ସାବତ ମାଆଙ୍କ ସହ ବଚସା ହୋଇଥିଲା ।

ବଚସା ହେବା ପରେ ଦିବ୍ୟାଙ୍ଗ ପୁଅକୁ ପିଟିଥିଲେ ସାବତ ମା’ । ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ବାପା ବି ସହଯୋଗ କରିଥିବା ଅଭିଯୋଗ କରିଛନ୍ତି ସମ୍ପର୍କୀୟ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।

Advertisment
Murder Son
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ