Advertisment

ମହଙ୍ଗା ପଡ଼ିଲା ପର୍ଯ୍ୟଟକଙ୍କୁ ମାଡ଼, ମୁଣ୍ଡଳି ଟୋଲ୍ ଗେଟ୍ ସିଲ୍

ଟୋଲ୍ ଗେଟରେ ପର୍ଯ୍ୟଟକଙ୍କୁ ମାଡ଼ ପରେ ପଦକ୍ଷେପ, ଅନ୍ୟାଦେଶ ପର୍ଯ୍ୟନ୍ତ ମୁଣ୍ଡଳି ଟୋଲ୍ ଗେଟ୍ ସିଲ୍ କଲା ପ୍ରଶାସନ

ଅଦ୍ୟତନ ହୋଇଛି
Mundali Toll Gate Closed

Mundali toll gate

Advertisment

ମହଙ୍ଗା ପଡ଼ିଲା ପର୍ଯ୍ୟଟକଙ୍କୁ ମାଡ଼ । କଟକ ମୁଣ୍ଡଳି ଟୋଲ୍ ଗେଟରେ ପର୍ଯ୍ୟଟକଙ୍କୁ ମାଡ଼ ପରେ କାର୍ଯ୍ୟାନୁଷ୍ଠାନ । ସିଲ୍ ହେଲା ମୁଣ୍ଡଳି ଟୋଲ୍ ଗେଟ । ଅନ୍ୟାଦେଶ ପର୍ଯ୍ୟନ୍ତ ମୁଣ୍ଡଳି ଟୋଲ୍ ଗେଟକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ଆଜି ଜିଲ୍ଲା ପ୍ରଶାସନର ଅଧିକାରୀ ଘଟଣାସ୍ଥଳକୁ ଯାଇ ଟୋଲ୍ ଗେଟକୁ ସିଲ୍ କରିଛନ୍ତି ।

Advertisment

ସୂଚନା ଅନୁସାରେ ଦୁଇ ଦିନ ପୂର୍ବରୁ ଛତିଶଗଡରୁ ୨ଟି ବସ୍‌ରେ ଟୁରିଷ୍ଟମାନେ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିବାକୁ ଆସିଥିଲେ । ପୁରୀ ଓ ନନ୍ଦନକାନନ ବୁଲି ପର୍ଯ୍ୟଟକ ମାନେ ଛତିଶଗଡ଼ ଫେରୁଥିଲେ । ହେଲେ ମୁଣ୍ଡଳି ଟୋଲ ଗେଟ୍‌ରେ କର୍ମଚାରୀମାନେ ବସ୍‌ ଡ୍ରାଇଭରକୁ ଗେଟରେ ପାରି ହେବା ପାଇଁ ଟୋଲ ଟଙ୍କା ଗିଥିଲେ ।

ତେବେ ଟୋଲ୍ ଗେଟ୍‌ କର୍ମଚାରୀମାନେ ଧାର୍ଯ୍ୟ ରାଶି ଠାରୁ ଟୋଲ ଅଧିକ ଟଙ୍କା ମାଗିଥିବା ବସ୍‌ ଡ୍ରାଇଭର ଅଭିଯୋଗ କରିଥିଲେ । ପଇସା ନ ଦେଲେ ବସ୍‌ ଛଡ଼ାଯିବ ନାହିଁ ଟୋଲ ଗେଟ୍‌ କର୍ମଚାରୀ ବସ୍ ଡ୍ରାଇଭରକୁ କହିଥିଲେ। ପରେ ଏହି କଥାକୁ ନେଇ ଟୋଲ ଗେଟ୍ କର୍ମଚାରୀ ଓ ବସ ଡ୍ରାଇଭର ମଧ୍ୟରେ ବଚସା ହୋଇଥିଲା ।

Advertisment

ଟୋଲ ଗେଟ୍ କର୍ମଚାରୀ ଓ ବସ ଡ୍ରାଇଭରଙ୍କ ଝଗଡ଼ା ଦେଖି ଟୁରିଷ୍ଟମାନେ ମଧ୍ୟ ବସ୍‌ରୁ ଓହ୍ଲାଇ ଆସିଥିଲେ । ସେମାନଙ୍କର ମଧ୍ୟ ଟୋଲ ଗେଟ୍‌ କର୍ମଚାରୀ ସହିତ ଝଗଡ଼ା ହୋଇଥିଲା । ପରେ ଟୁରିଷ୍ଟ, ଡ୍ରାଇଭରଙ୍କୁ ଠେଙ୍ଗାବାଡ଼ିରେ ପିଟିଥିଲେ ଟୋଲ୍‌ ଗେଟ୍‌ କର୍ମଚାରୀ ।

Mundali
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ