Advertisment

ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ଭୁଲ ମାଗିବେ ଟୁଟୁ ନାୟକ: ସୁଧାକର ବସନ୍ତ

ମହିଳା ସାମ୍ବାଦିକାଙ୍କୁ ଅଶାଳୀନ ବ୍ୟବହାର ଦେଖାଇଥିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକ ଗିରଫ ହୋଇଛନ୍ତି । ପ୍ରଯୋଜକ ଟୁଟୁ ନାୟକଙ୍କୁ ପୋଲିସ ଗିରଫ କରିଥିବା ଜୋନ୍ -୧ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି।

Sudhakar Basant On Tutu Nayak

Sudhakar Basant On Tutu Nayak

Advertisment

ଭୁଲ ମାଗିବେ ଟୁଟୁ ନାୟକ। ପ୍ରଯୋଜକ ଟୁଟୁ ନାୟକ ଭୁଲ ମାଗିବେ ବୋଲି କହିଲେ ତାଙ୍କ ବନ୍ଧୁ ତଥା ନିର୍ଦ୍ଦେଶକ ସୁଧାକର ବସନ୍ତ। ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ମାମଲାରେ ଟୁଟୁ ନାୟକ ଭୁଲ ମାଗିବେ। ସେ ଏଥିପାଇଁ ରାଜି ଅଛନ୍ତି, ତାଙ୍କ ଟିକେ ସମୟ ଦେବାକୁ ଅନୁରୋଧ କଲେ ସୁଧାକର ବସନ୍ତ।

Advertisment

ସୂଚନା ଅନୁସାରେ ଜଣେ ମହିଳା ସାମ୍ବାଦିକାଙ୍କୁ ଅଶାଳୀନ ବ୍ୟବହାର ଦେଖାଇଥିବା ଅଭିଯୋଗରେ ପ୍ରଯୋଜକ ଟୁଟୁ ନାୟକ ଗିରଫ ହୋଇଛନ୍ତି । ପ୍ରଯୋଜକ ଟୁଟୁ ନାୟକଙ୍କୁ ପୋଲିସ ଗିରଫ କରିଥିବା ଜୋନ୍ -୧ ଏସିପି ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି। ଆଜି ପଚରାଉଚରା ପରେ ଟୁଟୁ ନାୟକଙ୍କୁ ଗିରଫ କରିଛି ଖାରବେଳ ନଗର ଥାନା ପୋଲିସ। ମହିଳା ସାମ୍ବାଦିକା ଦେବସ୍ମିତା ରାଉତ ଟୁଟୁ ନାୟକ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଣି ଦେବସ୍ମିତା ଖାରବେଳନଗର ଥାନାରେ ଏତଲା ଦେଇଥିଲେ । ସିସିଟିଭି ଫୁଟେଜ୍ ଆଧାରରେ ଖାରବେଳ ନଗର ଥାନା ପୋଲିସ ତଦନ୍ତ ଚଳାଇଥିଲା।

Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ