DIG Brijesh Ray
ଆସିଲା ବଡ଼ ଖବର । DIG ବ୍ରିଜେଶ କୁମାର ରାୟଙ୍କୁ କରାଗଲା ବଦଳି । ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବ୍ରିଜେଶ ରାୟଙ୍କୁ ବଦଳି କରାଯାଇଛି । ଏନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟ ପୋଲିସର ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ପତ୍ନୀ ଜଣେ ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆସିଥିଲା । ଏପରିକି ନିର୍ଯାତନାରେ ଅତିଷ୍ଠ ହୋଇ ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କରିବା ଓ ଦୁଇଟି ଯାକ ଗୋଡ଼ ହରାଇବା ଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲ୍ରେ ଉକ୍ତ ହୋମଗାର୍ଡ ଏବେ ଚିକିତ୍ସିତ ହେଉଛନ୍ତି ।
ଗତ ୧୩ ତାରିଖରେ ମହିଳା ହୋମଗାର୍ଡ ସୈରିଦ୍ରୀ ସାହୁ ନିର୍ଯାତନା ସମ୍ପର୍କରେ ହୋମଗାର୍ଡ ଡିଜିଙ୍କୁ ଲିଖିତ ଭାବେ ଜଣାଇଥିଲେ । କିନ୍ତୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ହୋମଗାର୍ଡ ଅଭିଯୋଗ କରିଛନ୍ତି ।
ସେପଟେ ପ୍ରଥମେ ନିର୍ଯାତନା ଅଭିଯୋଗକୁ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାଏ ଖଣ୍ଡନ କରିଥିଲେ । ତାଙ୍କର ପାରିବାରିକ ସମସ୍ୟା ଥିଲା, ଅନ୍ୟମନସ୍କ ରହୁଥିଲେ । ତାଙ୍କୁ କୌଣସି ନିର୍ଯାତନା ଦିଆଯାଇନାହିଁ, ତାଙ୍କୁ ଏନେଇ କେହି ପ୍ରବର୍ତ୍ତାଇ ଥିବା ଡିଆଇଜି କହିଥିଲେ । ଗତ ୧୯ ବର୍ଷ ହେଲା ଅନୁଗୁଳ ଜିଲ୍ଲାରେ ହୋମଗାର୍ଡ ଭାବେ ସୈରିଦ୍ରୀ କାର୍ଯ୍ୟ କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692704264.jpg)