Advertisment

ତୁଟିଲା ବିବାଦ, କୋର୍ଟ ମ୍ୟାରେଜ ପରେ ଶାଶୁଘର ଯିବେ ଦେବକୀ

ଯିଏ ବାଇକ୍ ଦେଇ ପାରିବ ତାଙ୍କର ସେଠି ବାହାଘର କରନ୍ତୁ, ନଚେତ୍ ଯଦି ସେ ଏବେ ବି ମତେ ବାହାହେବାକୁ ଚାହୁଁଛନ୍ତି, ତାହେଲେ ଆମ ଘରକୁ ଆସି ସମସ୍ତଙ୍କୁ କ୍ଷମା ମାଗନ୍ତୁ କହିଥିଲେ ଦେବକୀ।

ଅଦ୍ୟତନ ହୋଇଛି
devaki to go in laws house after court marriage

devaki to go in laws house after court marriage

Advertisment

ତୁଟିଲା ବିବାଦ, କୋର୍ଟ ମ୍ୟାରେଜ ହେଲେ ଶାଶୂ ଘରକୁ ଯିବେ ଦେବକୀ । ଯୌତୁକରେ ବର ବାଇକ ମାଗିବାରୁ ବାହାଘର ପରଦିନ ଝିଅ ବାପଘରକୁ ପଳାଇଆସିବା ପରେ ଏବେ ଶ୍ବଶୂର ଘର ପହଞ୍ଚି ଦେବକୀଙ୍କୁ ମନାଇଛନ୍ତି ବର ଅର୍ଜୁନ ଦିଗାଲ । ଝିଅ ଘରର ସବୁ ସର୍ତ୍ତ ମାନିବି ବୋଲି ବର ଅର୍ଜୁନ ଦିଗାଲ କହିଛନ୍ତି । ସେପଟେ ଅର୍ଜୁନଙ୍କ ଆଗରେ ସର୍ତ୍ତ ରଖିଛନ୍ତି ଝିଅ ଘର। କହିଛନ୍ତି ଆଗ କୋର୍ଟ ମ୍ୟାରେଜ ସରୁ, ତାପରେ ଝିଅ ଶାଶୁଘର ଯିବ। ଏହି ସର୍ତ୍ତକୁ ମାନିଛନ୍ତି ଅର୍ଜୁନ।

Advertisment

କନ୍ଧମାଳ ତୁମୁଡିବନ୍ଧ ଥାନା ସାରୁପାଟାର ଦେବକୀ ଦିଗାଲ ଓ ବାଲିଗୁଡ଼ା ଥାନା ବରକିଆରେ ଅର୍ଜୁନ ଦିଗାଲଙ୍କ ବାହାଘର ହୋଇଥିଲା ଗତ ୯ ତାରିଖରେ । ବିବାହ ପର ଦିନ କନ୍ୟା ପକ୍ଷ ଲୋକେ ଝିଅ ଛାଡିବାକୁ ବର ଘରକୁ ଆସିଥିବା ସମୟରେ ଯୌତୁକରେ ବାଇକ ଦେବାକୁ ବର ଦାବି କରିଥିଲେ। ଏହାକୁ ବିରୋଧ କରି ମଙ୍ଗଳସୂତ୍ର ଓ ଶଙ୍ଖା ଚୁଡ଼ି ଖୋଲି ବାପ ଘରକୁ ପଳାଇ ଆସିଥିଲେ ଦେବକୀ। 

ସେତେବେଳେ ଦେବକୀ କହିଥିଲେ, ଆମର ଗରିବ ଘର। ଆମର ସକ୍ଷ ହିସାବରେ ଯାହା ଯେମିତି ଦେବାକଥା ଦେଇଥିଲୁ। ହେଲେ ବାଇକ୍ କଥା ଜମାରୁ ଉଠି ନ ଥିଲା। ସେମାନେ ସଭା ମଝିରେ ହଠାତ୍ ବାଇକ୍ ମାଗିଲେ। ଏମିତିକି ଆମ ଘରପଟୁ ଯାଇଥିବା କୁଣିଆ ମଇତ୍ରଙ୍କୁ ପାଣି ଟୋପେ ବି ଦେଇ ନାହାନ୍ତି। ମୁଁ ଯୌତୁକକୁ ବିରୋଧ କରି ସେଠୁ ଚାଲି ଆସିଲି। ଯିଏ ବାଇକ୍ ଦେଇ ପାରିବ ତାଙ୍କର ସେଠି ବାହାଘର କରନ୍ତୁ, ନଚେତ୍ ଯଦି ସେ ଏବେ ବି ମତେ ବାହାହେବାକୁ ଚାହୁଁଛନ୍ତି, ତାହେଲେ ଆମ ଘରକୁ ଆସି ସମସ୍ତଙ୍କୁ କ୍ଷମା ମାଗନ୍ତୁ।

Advertisment
After Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ