Advertisment

ନବଙ୍କ ହତ୍ୟା ସସପେନ୍ସ: କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ସମର୍ଥକ

ସରବାହାଲ ଶେଷ କାର୍ଯ୍ୟକ୍ରମରେ ରାମ-ରାବଣ ଆଉ କୃଷ୍ଣ-କଂସ ଉପାଖ୍ୟାନ କଥା କହିଥିଲେ ନବ।

ଅଦ୍ୟତନ ହୋଇଛି
Demands for CBI probe into Naba Das murder case

Demands for CBI probe into Naba Das murder case

Advertisment

କ୍ରାଇମବ୍ରାଞ୍ଚ ତଦନ୍ତରେ ଶିଥିଳତାକୁ ନେଇ ଝାରସୁଗୁଡାରେ କୁହୁଳିଲାଣି ଅସନ୍ତୋଷ। କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ। ବିରୋଧୀ ନୁହେଁ ଏଥର କିନ୍ତୁ ପ୍ରଶ୍ନ ଉଠାଇଛନ୍ତି ନବଙ୍କ ଅନୁଗତ, ଶୁଭେଚ୍ଛୁ ଓ ସମର୍ଥକ। ଖାଲି ପ୍ରଶ୍ନ ଉଠାଇନାହାନ୍ତି ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି। ଏହାରି ଭିତରେ ୧୩ ଦିନରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ତଦନ୍ତ।

Advertisment

ଝାରସୁଗୁଡାର ଗାନ୍ଧୀ ଛକରୁ ଯାଇ ଗୁଜୁରାଟର ଗାନ୍ଧୀନଗରରେ ପହଞ୍ଚିଲାଣି କ୍ରାଇମବ୍ରାଞ୍ଚ ଟିମ। ହେଲେ ନବଙ୍କୁ କାହିଁକି ଗୁଳି ମାରିଲା ଗୋପାଳ ପରଦା ହଟାଇପାରୁନି କ୍ରାଇମବ୍ରାଞ୍ଚ। ସେଥିପାଇଁ ଏବେ ମୁହଁ ଖୋଲି କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ପଚାରିଛନ୍ତି ନବଙ୍କ ସମର୍ଥକ । ଅର୍ଥାତ ରାଜ୍ୟ ସରକାରଙ୍କ ନ୍ୟାୟିକ ତଦନ୍ତ ଉପରେ ସେମାନେ ସନ୍ତୁଷ୍ଟ ନାହାନ୍ତି । ବୋଧ ହୁଏ ଗୋପାଳ ପଛରେ ଆଉ କିଏ ଥାଇପାରେ କିମ୍ଭା ଗୋପାଳ ମୋହରା ହୋଇଥାଇପାରେ ବୋଲି ଷଡଯନ୍ତ୍ରର ଗନ୍ଧ ବାରିଛନ୍ତି ନବଙ୍କ ସମର୍ଥକ।

ଆଉ ଗୋପାଳ ଗୁଳିରେ ଟଳିବା ପୂର୍ବରୁ ବ୍ରଜରାଜନଗର ସରବାହାଲ ଶେଷ କାର୍ଯ୍ୟକ୍ରମରେ ରାମ-ରାବଣ ଆଉ କୃଷ୍ଣ-କଂସ ଉପାଖ୍ୟାନ କଥା କହିଥିଲେ ନବ। ସବୁଠି ରାମ ରହିବ ତ ରାବଣ ବି ରହିବେ ଆଉ କୃଷ୍ଣ ରହିଲେ କଂସ ବି ରହିବେ। ତା ସତ୍ତ୍ବେ ବି ସତ୍ୟର ବିଜୟ ହେବ ରାମର ବିଜୟ ହେବ। ଆଉ ପୁଣି ସେହି କଥାକୁ ଭାବବିହ୍ବଳ ହୋଇ ଝିଅ ଦିପାଲୀ ପୁଣି ଦୋହରାଇଥିଲେ ବାପାଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ।

Advertisment

ଏହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଆରମ୍ଭ ହୋଇଛି ଚର୍ଚ୍ଚା। କାହା ଆଡକୁ ଇଙ୍ଗିତ କରୁଛନ୍ତି କି ଦିପାଲୀ। କିମ୍ଭା ଓଡିଶା ରାଜନୀତିରେ ନବଙ୍କ ପାଇଁ କଂସ ରାବଣ ଚରିତ୍ର କିଏ, ସେ ବିଷୟରେ ଝିଅକୁ କହିଥିଲେ କି ନବ? ଏସବୁ ଭିତରେ ବଡ ବୟାନ ଦେଇଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ। ନବଙ୍କ ଦଳରେ ହିଁ କଂସ ରାବଣ ଅଛନ୍ତି। ଦ୍ବାଦଶ ଶ୍ରଦ୍ଧାଞ୍ଜଳୀ ସଭା ମଞ୍ଚରେ ନବଙ୍କ ହତ୍ୟାର ଷଡଯନ୍ତ୍ର କରିଥିବା ଚରିତ୍ର ଉପସ୍ଥିତ ଥିବା ଦେଖି ବାପାଙ୍କ କଂସ ରାବଣ କଥା ଦିପାଲୀ କହିଥିବା ସେ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ କହିଛି ସରକାର ସେହି କଂସ ଆଉ ରାବଣକୁ ସୁରକ୍ଷା ଦେଉଛନ୍ତି। ବିଜେଡି କହିଛି ରାଜନୀତି ନକରି ତଦନ୍ତକୁ ଅପେକ୍ଷା କରନ୍ତୁ। କ୍ରାଇମବ୍ରାଞ୍ଚ ତଦନ୍ତୁ ନେଇ ଦଳୀୟମହଲରେ ଏବେ ଅସନ୍ତୋଷ ତେଜିବାକୁ ଲାଗିଥିବା ବେଳେ ଦେଖିବାର କଥା ଦଳ ତାକୁ କିଭଳି ମ୍ୟାନେଜ କରୁଛି।

Advertisment

(ସମ୍ବଲପୁରରୁ ସଞ୍ଜୟ ଦାସ, ଝାରସୁଗୁଡାକୁ ଭାଗିରଥି ସାହୁ, ଭୁବନେଶ୍ବରରୁ ସୌମ୍ୟ ରଞ୍ଜନ ସାହୁଙ୍କ ରିପୋର୍ଟ)

Naba Das Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ