/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692173923.jpg)
Delhi woman kills boyfriends son
ପ୍ରେମ ପାଇଁ ପ୍ରେମିକର ପୁଅକୁ ମାରିଦେଲା ପ୍ରେମିକା । ନାବାଳକର ତଣ୍ଟିକାଟି କଲା ବୀଭତ୍ସ ହତ୍ୟା । ପ୍ରେମିକକୁ ବିବାହ କରିବାରେ ପ୍ରତିବନ୍ଧକ ସାଜିବାରୁ ନାବାଳକକୁ ଅତି ନୃଶଂସ ଭାବେ ଜଣେ ପ୍ରେମିକା ହତ୍ୟା କରିଛି । ଷଡ଼ଯନ୍ତ୍ର ରଚିବା ସହ ୧୧ ବର୍ଷିୟ ନାବାଳକକୁ ହତ୍ୟା କରି ତାର ମୃତଦେହକୁ ଏକ ବକ୍ସରେ ଲୁଚାଇ ଫେରାର ହୋଇଯାଇଛି । ଏନେଇ ପୋଲିସରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତ ପ୍ରେମିକାକୁ ଗିରଫ କରିବାରେ ସଫଳ ହୋଇଛି ।
ଏପରି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ରାଜଧାନୀ ନୂଆଦିଲ୍ଲୀରେ । ସୂଚନା ମୁତାବକ ଅଭିଯୁକ୍ତ ପ୍ରେମିକା ବିବାହିତ ଯୁବକ ଜିତେନ୍ଦ୍ରଙ୍କୁ ପ୍ରେମ କରୁଥିଲେ । ତାଙ୍କ ସହ ରିଲେସନସିପ୍ରେ ମଧ୍ୟ ରହିଥିଲେ । ରିଲେସନସିପ୍ରେ କିଛି ଦିନ ରହିବା ପରେ ତାଙ୍କୁ ବିବାହ କରିବାକୁ କହିଥିଲେ । ହେଲେ ଜିତେନ୍ଦ୍ର ବିବାହ କରିଥିବାରୁ ଏବଂ ତାଙ୍କର ଏକ ପୁଅ ଥିବାରୁ ସେ ପୂଜାଙ୍କୁ ବିବାହ କରିବାକୁ ମନା କରିଦେଥିଲେ । ଯାହାକୁ ନେଇ ପରେ ପରେ ପୂଜା ରଚିଥିଲେ ଷଡ଼ଯନ୍ତ୍ର ।
୨୪ ବର୍ଷୀୟା ପୂଜା ଜିତେନ୍ଦ୍ରଙ୍କୁ ବାରମ୍ବାର ଛାଡ଼ପତ୍ର ପାଇଁ କହିଥିଲେ । ହେଲେ ପୂଜାଙ୍କ କଥାକୁ ସେତେଟା ଗୁରୁତ୍ୱ ଦେଇନଥିଲେ ଜିତେନ୍ଦ୍ର । ଜିତେନ୍ଦ୍ର ସିଧା ସିଧା ପୂଜାଙ୍କ ପ୍ରସ୍ତାବକୁ ମନା କରିବା ସହ ତାଙ୍କର ଏକ ପୁଅ ଅଛି ତେଣୁ ସେ ଛାଡ଼ପତ୍ର ନେପାରିବେ ନାହିଁ ବୋଲି କହିଥିଲେ । ତେଣୁ ପୂଜା ତା’ର ପ୍ରେମକୁ ସାକାର କରିବାକୁ ଜିତେନ୍ଦ୍ରଙ୍କ ଘରେ ପହଞ୍ଚିଥିଲା ଏବଂ ଏକ ଧାରୁଆ ଅସ୍ତ୍ରରେ ଜିତେନ୍ଦ୍ରଙ୍କ ପୁଅର ଗଳାକାଟି ହତ୍ୟା କରିଥିଲା । ହତ୍ୟା କରିବା ପରେ ସେଠାରୁ ଫେରାର ହୋଇଯାଇଥିଲା ।
ଏନେଇ ଜିତେନ୍ଦ୍ର ଥାନାରେ ଅଭିଯୋଗ କରିବା ପରେ ପୂଜାକୁ ପୋଲିସ ଗିରଫ କରିଛି । ତଦନ୍ତ ସମୟରେ ଘଟଣାର ସମସ୍ତ କଥାକୁ ଗୋଟି ଗୋଟି କରି କହିଛି ପୂଜା । ପୂଜା କହିବା ଅନୁସାରେ ଜିତେନ୍ଦ୍ରଙ୍କ ପୁଅ ଯେଉଁ ସମୟରେ ଶୋଇଥିଲେ ସେହି ସମୟରେ ସେ ତା’ର ଗଳାକାଟି ହତ୍ୟା କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)