Advertisment

ବାପା ଚାଲିଗଲା ପରେ ଅଭାବ ଏମିତି ମାଡ଼ି ବସିଲା ଯେ, ମାଆର ତଣ୍ଟି ଚିପି ମାରିଦେଲା ପୁଅ, ତା’ପରେ...

ମାର୍ଚ୍ଚ ୧୩ ତାରିଖ ରାତି ପ୍ରାୟ ୧୦ଟା ବେଳେ ମହିଳା ଜଣକ ଟାବ୍ଲେଟ୍‌ ଖାଇଥିବା ବେଳେ ପରଦିନ ସକାଳ ପର୍ଯ୍ୟନ୍ତ ସେ ଜୀବିତ ଥିଲେ । ଆଉ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲେ ।

ଅଦ୍ୟତନ ହୋଇଛି
Delhi Man Kills Mother Due To Financial Stress

Crime

Advertisment

ପୁଣି ଏକ ଦୁଃଖଦ ଘଟଣା । ଅଭାବ ନେଇଗଲା ଜୀବନ । ମାଆର ତଣ୍ଟି ଚିପି ମାରିଦେଲା ପୁଅ ! ବାପା ଚାଲିଗଲା ପରେ ପରିବାର ଅଭାବ ଅନଟନରେ ଗତି କରୁଥିଲା । ପ୍ରବଳ ମାନସିକ ଚାପରେ ଗତି କରୁଥିଲା ପରିବାର । ଶତ ଚେଷ୍ଟା ପରେ ବି ସୁଧୁରିଲାନି ସ୍ଥିତି । ଶେଷରେ ମାଆର ଜୀବନ ନେଇଗଲା ପୁଅ । ଆଉ ନିଜ ଜୀବନ ହାରିବାକୁ ନେଲା ନିଷ୍ପତ୍ତି । ଏମିତି ଏକ ଦୁଃଖଦ ଘଟଣା ଦିଲ୍ଲୀ ଦ୍ୱାରକା ଅଞ୍ଚଳରୁ ସାମ୍ନାକୁ ଆସିଛି ।

Advertisment

ପୁରା କାହାଣୀଟି ହେଲା, ଦିଲ୍ଲୀ ଦ୍ୱାରକା ଅଞ୍ଚଳର ବସବି ବିଶ୍ୱାସ ନାମକ ୬୫ ବର୍ଷିୟ ମହିଳା ଅଭାବ କାରଣରୁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ । ଏଥିପାଇଁ ସେ ହାଇପରଟେନ୍‌ସନ୍‌ ଟାବ୍ଲେଟ୍‌ ଖାଇଲେ । ପାଖାପାଖି ୭୦ଟି ଟାବ୍ଲେଟ୍‌ ଖାଇବା ପରେ ବି ତାଙ୍କ ଜୀବନ ବଞ୍ଚିଯାଇଥିଲା । ମାର୍ଚ୍ଚ ୧୩ ତାରିଖ ରାତି ପ୍ରାୟ ୧୦ଟା ବେଳେ ମହିଳା ଜଣକ ଟାବ୍ଲେଟ୍‌ ଖାଇଥିବା ବେଳେ ପରଦିନ ସକାଳ ପର୍ଯ୍ୟନ୍ତ ସେ ଜୀବୀତ ଥିଲେ । ଆଉ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲେ ।

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ !! ନିଜ ମୃତ୍ୟୁର ନିଜେ ରଚିଥିଲେ ଷଡ଼ଯନ୍ତ୍ର !

ମାଆଙ୍କୁ ଏତେ କଷ୍ଟରେ ଦେଖିବା ପରେ ପୁଅ ଅନିର୍ବାଣ ବିଶ୍ୱାସ୍ ନିଜକୁ ସମ୍ଭାଳି ପାରିନଥିଲା । ଫଳରେ ସେ ମାଆଙ୍କୁ ମାରିବାର ନିଷ୍ପତ୍ତି ନେଇଥିଲା । ଆଉ ବେକରେ ପିନ୍ଧା ଯାଉଥିବା ଟାଏରେ ମାଆର ଜୀବନ ନେଇଗଲା । ଖାଲି ସେତିକି ନୁହେଁ ମାଆଙ୍କୁ ହତ୍ୟା କରିବା ପରେ ପୁଅ ନିଜେ ଆତ୍ମହତ୍ୟା କରିବାକୁ ବି ଚେଷ୍ଟା କରିଥିଲା । ହେଲେ ବିଫଳ ହୋଇଥିଲା । ଏନେଇ ପୋଲିସ ସମ୍ପୂର୍ଣ୍ଣ ସୂଚନା ଦେଇଛି ।

Advertisment

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬.୩୦ରେ ଆତ୍ମହତ୍ୟା ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ସେଠାରେ ମହିଳାଙ୍କ ମୃତଦେହ ବେଡ୍‌ ଉପରେ ପଡ଼ିଥିବା ଦେଖିବାକୁ ପାଇଥିଲା । ଏହାସହ ତାଙ୍କ ବେକରେ ଚିହ୍ନ ରହିଥିଲା ଏବଂ ନାକରୁ ରକ୍ତ ବାହାରୁଥିଲା । ଅନ୍ୟପଟେ ଏକ କାନ୍ଥରେ ସୁଇସାଇଡ୍‌ ନୋଟ ମଧ୍ୟ ଲାଗିଥିଲା । ପୋଲିସ ଘଟଣାସ୍ଥଳରୁ  ୭ ପ୍ୟାକେଟ୍ ହାଇପରଟେନ୍‌ସନ୍‌ ଟାବ୍ଲେଟ୍‌ର ଖାଲି ପ୍ୟାକେଟ୍‌ ମଧ୍ୟ ଜବତ କରିଛି ।

ସେହିଭଳି ପୁଅ ଅନିର୍ବାଣକୁ ଅନ୍ୟ ଏକ ରୁମ୍‌ରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ସେ ମାଆଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ବିଫଳ ହେଲା ।

Advertisment

ପୋଲିସ ଅନିର୍ବାଣକୁ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରି ଗିରଫ କରିଛି । ପଚରାଉଚରା ବେଳେ ଅନିର୍ବାଣ ସ୍ୱୀକାର କରିଛିଯେ, ତାଙ୍କ ମାଆ କଷ୍ଟ ପାଉଥିଲେ ବୋଲି ସେ ତାଙ୍କୁ ହତ୍ୟା କରିବାକୁ ବାଧ୍ୟ ହେଲା ।

Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ