Advertisment

Delhi Man Killed His Lover: ପରିଚୟ ଲୁଚାଇ ଘରେ ପଶିଲା ପ୍ରେମିକ, ଛାତ ଉପରେ କଥା କଟାକଟିରୁ...ଚାଲିଗଲା ଜୀବନ

ନେହାଙ୍କ ପରିବାର ଉଭୟଙ୍କ ସଂପର୍କକୁ ଅସ୍ବୀକାର କରିଛନ୍ତି । କହିଛନ୍ତି ନେହା ଘରେ ତୌଫିକଙ୍କୁ ଭାଇ ବୋଲି ପରିଚୟ ଦେଇଥିଲେ । ଏପରିକି ତୌଫିକଙ୍କୁ ରାକ୍ଷୀ ବାନ୍ଧିଥିଲେ ନେହା ।

ଅଦ୍ୟତନ ହୋଇଛି
Delhi Man Killed His Lover

Delhi Man Killed His Lover

Advertisment

ବୁର୍ଖା ପିନ୍ଧି ଘରେ ପଶି ପ୍ରେମିକାକୁ ହତ୍ୟା କଲା ପ୍ରେମିକ । ଦିଲ୍ଲୀର ଅଶୋକ ନଗରରେ ଏଭଳି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ଜଣେ ୨୬ବର୍ଷିୟ ଯୁବକ ବୁର୍ଖା ପିନ୍ଧି ଘରେ ପଶି ପ୍ରେମିକାକୁ ପଞ୍ଚମ ମହଲାରୁ ଠେଲି ହତ୍ୟା କରିଥିବା ଅଭିଯାଗ ହୋଇଛି । ୧୯ବର୍ଷିୟ ନେହାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର କିନ୍ତୁ ନେହାଙ୍କୁ ମୃତ ଘୋଷଣା କରିଥିଲେ ।

Advertisment

ଅଭିଯୁକ୍ତର ନାଁ ତୌଫିକ । ସେ ୟୁପି ରାମପୁରର ବାସିନ୍ଦା । ଘଟଣା ପରେ ସେ ଫେରାର ହୋଇଯାଇଥିଲା । ମଙ୍ଗଳବାର ତୌଫିକକୁ ପୋଲିସ ଗିରଫ କରିବା ସହ ଜେରା କରିଛି । ପୋଲିସ ସୂଚନା ଅନୁସାରେ ନେହା ଓ ତୌଫିକ ମଧ୍ୟରେ କିଛି ମାସ ହେବ ପ୍ରେମ ସଂପର୍କ ଗଢିଉଠିଥିଲା । ତେବେ ହଠାତ ପରିବାର ଲୋକ ତୌଫିକର ବିବାହ ଅନ୍ୟ ଏକ ଜାଗାରେ କରିବାକୁ ନିଷ୍ପତ୍ତି ନେଇଥିଲେ ।

ଅଧିକ ପଢ଼ନ୍ତୁ: ରିଲ୍ସ ହେଲା କାଳ, ଲାଇକ୍ ମିଳିବା ଆଗରୁ ଚାଲିଗଲା ଜୀବନ

ତୌଫିକର ବିବାହ ଅନ୍ୟ ଜାଗାରେ ଠିକ ହୋଇଥିବା ନେହା ଜାଣିବାକୁ ପାଇଥିଲେ । ସୋମବାର ତୌଫିକ ନିଜର ପରିଚୟ ଲୁଚାଇ ବୁର୍ଖା ପିନ୍ଧି ନେହାଙ୍କ ଘରକୁ ଆସିଥିଲେ । ଯାହାକି ସିସିଟିଭିରେ କଏଦ ହୋଇଛି । ବିବାହକୁ ନେଇ ଘରର ପଞ୍ଚମ ମହଲାର ଛାତରେ ୨ଜଣଙ୍କ ମଧ୍ୟରେ ଜୋରରେ ଝଗଡା ହୋଇଥିଲା । ଏଥିରେ ତୌଫିକ ରାଗିଯାଇ ନେହାଙ୍କୁ ଛାତରୁ ଠେଲି ଦେଇଥିଲେ ।

Advertisment

ତେବେ ନେହାଙ୍କ ପରିବାର ଉଭୟଙ୍କ ସଂପର୍କକୁ ଅସ୍ବୀକାର କରିଛନ୍ତି । କହିଛନ୍ତି ନେହା ଘରେ ତୌଫିକଙ୍କୁ ଭାଇ ବୋଲି ପରିଚୟ ଦେଇଥିଲେ । ଏପରିକି ତୌଫିକଙ୍କୁ ରାକ୍ଷୀ ବାନ୍ଧିଥିଲେ ନେହା । କିନ୍ତୁ ତୌଫିକ ବିବାହ ପାଇଁ ନେହା ଉପରେ ଚାପ ପକାଉଥିଲା ।

ନେହାକୁ ବିଭିନ୍ନ ସମୟରେ ତୌଫିକ ଧମକ ଚମକ ବି ଦେଉଥିଲା । ଏନେଇ ନେହା ଘର ଲୋକଙ୍କୁ ପୂର୍ବରୁ ଜଣାଇଥିଲେ । ତୌଫିକକୁ ପାଖାପାଖି ୩ବର୍ଷ ହେବ ନେହାଙ୍କ ପରିବାର ଲୋକ ଜାଣିଥିଲେ । ଲଗାତାର ତୌଫିକ ନେହାଙ୍କ ଘରକୁ ଆସୁଥିଲା 

Advertisment

ଅଧିକ ପଢ଼ନ୍ତୁ: ମୃତ୍ୟୁର ୩ ଦିନ ପରେ ମାଟିତଳୁ କଢାଯିବ ମହିଳାଙ୍କ ଶବ

Murder Delhi Uttar Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ