Advertisment

ଶ୍ୱଶୁରଙ୍କ ଗାଡ଼ି ଭାଙ୍ଗିଦେଲେ ଦୀପିକା ! କହିଲେ- ମୁଁ ରାଗିକି କରିଛି

ମାନବାଧିକାର କର୍ମୀଙ୍କ ସହ ଯାଇ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଦିନେଶଙ୍କ ପରିବାର ଅଭିଯୋଗ କରିବା ସହ ଦୀଓପିକାଙ୍କୁ ଘର ଆଗରୁ ଉଠାଇବାକୁ ଦାବି କରିଛନ୍ତି।

deepika breaks father in law scooter

deepika breaks father in law scooter

Advertisment

ପତ୍ନୀର ମାନ୍ୟତା ସହ ପୁଅକୁ ବାପର ପରିଚୟ ଦାବିରେ ବ୍ରହ୍ମପୁରରେ ଧାରଣାରେ ବସିଥିବା କେ.ଦୀପିକାଙ୍କ ନାଁରେ ଅଭିଯୋଗ କଲେ ସ୍ବାମୀ ଦୀନେଶଙ୍କ ପରିବାର ଲୋକେ। ଭିଡିଓ ଦେଖାଇ ଦୀପିକା ଗାଡ଼ି ଭଙ୍ଗରୁଜା କରୁଥିବା ଦୀନେଶଙ୍କ ପରିବାର ଅଭିଯୋଗ କରିଛନ୍ତି। ଏଥି ସହିତ ଦୀପିକା ସେମାନଙ୍କୁ ହଇରାଣ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି।

Advertisment

ମାନବାଧିକାର କର୍ମୀଙ୍କ ସହ ଯାଇ ଦକ୍ଷିଣାଞ୍ଚଳ ଆଇ.ଜି.ଙ୍କୁ ଦିନେଶଙ୍କ ପରିବାର ଅଭିଯୋଗ କରିବା ସହ ଦୀଓପିକାଙ୍କୁ ଘର ଆଗରୁ ଉଠାଇବାକୁ ଦାବି କରିଛନ୍ତି। ଦୀପିକା କହିଛନ୍ତି, ମୁଁ କାହାକୁ ହଇରାଣ କରୁନି,ମୋତେ ଗାଳି ଦେବାରୁ ଗାଡ଼ି ଭାଙ୍ଗିଥିବା ସେ କହିଛନ୍ତି।

ଜୁଲାଇ ୨୩ ତାରିଖରେ ଦୀପିକା ତାଙ୍କ ଘର ଦାଣ୍ଡକୁ ଆସି ଗାଡ଼ି ଭଙ୍ଗାରୁଜା କରିଥିଲେ। ପ୍ରତିଦିନ ଘର ଦାଣ୍ଡରେ ବସି ସେମାନଙ୍କ ଯିବା ଆସିବାରେ ପ୍ରତିବନ୍ଧକ ସାଜୁଛନ୍ତି। ଯାହାଦ୍ୱାରା ଘରେ ଥିବା ଦିନେଶଙ୍କ ଜେଜେ ବାପା,ଜେଜେ ମାଆ ଓ ପୁରା ପରିବାର ମାନସିକ ଅବସାଦ ଭିତରେ ରହିଥିବା ଅଭିଯୋଗ କରିଛନ୍ତି। 23 ତାରିଖର ଭିଡିଓରେ ଦୀପିକା ଏକ ଗାଡ଼ିକୁ ନାଳରେ ପକାଇବାକୁ ଉଦ୍ୟମ କରୁଥିବା ଦେଖା ଯାଉଛି।

Advertisment

ସେପଟେ DNA ରିପୋର୍ଟ ଘଟଣାରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ଦିନେଶଙ୍କ ପରିବାର। ଯାହା କୋର୍ଟ ନିଷ୍ପତ୍ତି ନେବ ତାହାକୁ ସେମାନେ ମାନିବେ ବୋଲି ଦିନେଶଙ୍କ ମା କହିଛନ୍ତି।

ଗାଡି ଭଙ୍ଗା ଭିଡିଓ ଉପରେ ଦୀପିକା କହିଛନ୍ତି ଯେ ଗତ ୨୩ ତାରିଖ ଦିନ ସେ ମାନସିକ ଚିନ୍ତା ଭିତରେ ତାଙ୍କ ଶିଶୁକୁ ବିନା ପୋଷାକରେ ଆଣିଦେଇଥିଲେ। ସେ ଦିନେଶ ଘର ନିକଟକୁ ଆସିବା ବେଳକୁ ତାଙ୍କ ଶ୍ଵଶୁର ଗାଡ଼ି ନେଇ କୁଆଡେ ଯାଉଥିଲେ । ତାଙ୍କୁ ଦେଖିବା ମାତ୍ରେ ବହୁତ୍ ଖରାପ ଭାଷାରେ ଗାଳି କରିଥିଲେ। ଏହା ପରେ କାଳେ ସେ ଘରେ ପଶିଯିବ ଭାବି ତାଲା ବନ୍ଦ କରିଦେଇଥିଲେ। ବାହାରେ ବାଇକଟିକୁ ଛାଡ଼ି ଦେଇଥିଲେ। ଖରାପ ଭାଷାରେ ଗାଳି ଦେବାରୁ ମୁଁ ରାଗି ଯାଇ ଗାଡ଼ିକୁ ଓଲଟାଇ ଦେଇ ନାଳରେ ପକାଇବାକୁ ଚେଷ୍ଟା କରିଥିଲେ ବୋଲି କହିଛନ୍ତି ଦୀପିକା।

Advertisment

ତେବେ ଏହି ମାମଲା କୋର୍ଟରେ ରହିଥିବା ବେଳେ ଦୀପିକା ଏଭଳି ଦାଣ୍ଡରେ ବସିବାକୁ ନେଇ ବିରୋଧ କରିଛନ୍ତି ମାନବ ଅଧିକାର କର୍ମୀ। ଅନ୍ୟପକ୍ଷରେ ଉଭୟ ପକ୍ଷଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ହେବ। ଯିଏ ଦୋଷୀ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଇଜି କହିଛନ୍ତି।

Berhampur Marital Dispute Case Deepika
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ