Advertisment

ନିର୍ବାଚନ ପୂର୍ବରୁ ଡିପ୍ ଫେକ୍ ଚିନ୍ତା; ଅପଦସ୍ତ ହୋଇପାରନ୍ତି ନେତା, ଅଣ୍ଟାଭିଡ଼ିଲା କମିଶନରେଟ୍ ପୋଲିସ

କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଚୟନ କରି ଡିପ୍ ଫେକ୍ ସଂପର୍କରେ ଦିଆଯିବ ତାଲିମ । ଏକ ସଫ୍ଟୱେର୍ କମ୍ପାନୀର ୨୦ ସାଇବର୍ ଏକ୍ସପର୍ଟ ସଂପୃକ୍ତ ଅଫିସରକୁ ତାଲିମ ଦେବେ ।

ଅଦ୍ୟତନ ହୋଇଛି
undefined

Deep fake

Advertisment

ନେତାଙ୍କୁ ଘାରିଛି ଡିପ୍ ଫେକ୍ ଆଶଙ୍କା । ପୋଲିସକୁ ଘାରିଛି ନେତାଙ୍କ ଡିପ୍ ଫେକ୍ ଚିନ୍ତା । ଆଗକୁ ସାଧାରଣ ନିର୍ବାଚନ ତେଣୁ Artificial Intelligence ତଥା AI ପ୍ରଯୁକ୍ତି ବିଦ୍ୟାକୁ ଅସ୍ତ୍ର କରି ବହୁଳ ମାତ୍ରାରେ ଡିପ୍ ଫେକ୍ ତଥା ଅବିକଲ୍ ନକଲ୍ ଫଣ୍ଡା ଆପଣାଇପାରନ୍ତି ଦୁର୍ବୃତ୍ତ, ନେତାଙ୍କୁ ଫସାଇପାରନ୍ତି ଜାଲରେ, କରିପାରନ୍ତି ଅପଦସ୍ତ । ତେଣୁ କେନ୍ଦ୍ର ସରକାରଙ୍କ ତତ୍ପରତା ପରେ ସମ୍ଭାବ୍ୟ ସମସ୍ୟାକୁ ପ୍ରତିହତ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ ।

Advertisment

ନିଷ୍ପତ୍ତି ଅନୁଯାୟୀ, କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଚୟନ କରି ଡିପ୍ ଫେକ୍ ସଂପର୍କରେ ଦିଆଯିବ ତାଲିମ । ଏକ ସଫ୍ଟୱେର୍ କମ୍ପାନୀର ୨୦ ସାଇବର୍ ଏକ୍ସପର୍ଟ ସଂପୃକ୍ତ ଅଫିସରକୁ ତାଲିମ ଦେବେ । ଡିପଫେକ୍ ଅଭିଯୋଗ ଆସିଲେ, କେମିତି ଏହାର ଫ୍ୟାକ୍ଟ ଚେକ୍ କରିବେ, ଡିପ୍ ଫେକ୍ କଣ୍ଟେଣ୍ଟକୁ ଭାଇରାଲ୍ ହେବାରୁ ନିବୃତ କରିପାରିବେ ଏବଂ ସାଇବର୍ ଠକେଇକୁ କେମିତି ରୋକିପାରିବେ, ତା’ଉପରେ ବିସ୍ତ୍ରୁତ ଭାବେ ମନୋନୀତ ପୋଲିସ ଟିମକୁ ତାଲିମ୍ ଦେବେ ସଂପୃକ୍ତ ସାଇବର ଏକ୍ସପର୍ଟ ।

କେବେ ନେତା ତ କେବେ ଅଭିନେତା, କେବେ ସେଲିବ୍ରିଟି ତ କେବେ ସାଧାରଣ ଜନତା । ସମସ୍ତଙ୍କୁ ଘାରିଛି ଡିପ୍ ଫେକର ଡର । ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ସମେତ କାଜୋଲ୍ ଓ କଟ୍ରିନା କୈଫ୍ ଡିପ୍ ଫେକର ଶିକାର ହୋଇଥିଲେ । ସୋସିଆଲ୍ ମିଡ଼ିଆରେ ଏଭଳି ମିଛ ଭିଡ଼ିଓର ପ୍ରସାରଣ ପରେ ଚିନ୍ତା ବ୍ୟକ୍ତ କରିଥିଲେ ଅମିତାଭ ବଚ୍ଚନ । ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉଦବେଗ ପ୍ରକାଶ କରିବା ସହ ଗରବା ନୃତ୍ୟରେ ତାଙ୍କର ଏକ ନକଲି ଭିଡିଓ ସଂପର୍କରେ ଚିନ୍ତା ପ୍ରକଟ କରିଥିଲେ ।

Advertisment

କ୍ରମାଗତ ଭାବେ ଏଭଳି ଅନୈତିକ ଏବଂ ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ପୂର୍ବରୁ ଅଣ୍ଟା ଭିଡ଼ିସାରିଛନ୍ତି କେନ୍ଦ୍ର ସରକାର । ଡିପଫେକ୍ ରୋକିବାକୁ ଖୁବଶୀଘ୍ର ପ୍ରଚଳିତ ଆଇନକୁ ସଂଶୋଧନ ସହ ସୋସିଆଲ୍ ମିଡିଆ କମ୍ପାନୀ, ନାସକମ୍, ଆର୍ଟଫିସିଆଲ୍ ଇଣ୍ଟେଲିଜେନ୍ସ ବିଶେଷଜ୍ଞଙ୍କୁ ଧରି ଖୁବଶୀଘ୍ର ଚିଠା ନିୟମ ଆସିବ । ଫଳରେ ଡିପଫେକ୍ ଭିଡ଼ିଓର ପ୍ରସ୍ତୁତକାରୀ ଏବଂ ପ୍ରସାରଣ କରୁଥିବା ପ୍ଲାଟଫର୍ମ ବିରୋଧରେ ବିହିତ ଦଣ୍ଡବିଧାନ ହୋଇପାରିବ । ସାଇବର ଏକ୍ସପର୍ଟଙ୍କ ମତ, ଆସନ୍ତା ନିର୍ବାଚନରେ ଜୋରଦାର ହେବ ଡିଜିଟାଲ କ୍ୟାମ୍ପେନ୍ ୱାର୍ । ତାହାରି ଭିତରେ ସବୁଠୁ ବଡ଼ ଅସ୍ତ୍ର ସାଜିପାରେ ଡିପ୍ ଫେକ୍ ଫଟୋ ସହ ଭିଡିଓ । ତେଣୁ ବେଳହୁଁ ସାବଧାନ ।

NCRBର ସଦ୍ୟତମ ରିପୋର୍ଟ ବି କହୁଛି, ୨୦୨୨ ତୁଳନାରେ ୨୦୨୩ରେ ବଢ଼ିଛି ୨୪ % ସାଇବର କ୍ରାଇମ୍ । ତେଣୁ ନିର୍ବାଚନ ବେଳେ ଏହା ଆହୁରି ବଢ଼ିବାର ଆଶଙ୍କା ରହିଛି ।

Advertisment
Commissionerate Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ