Advertisment

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର; ଡ୍ରଗ୍ସ ଦେଇ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ପ୍ରାଥମିକ ଅନୁସନ୍ଧାନରୁ ସେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ତାଙ୍କର ଆନୁମାନିକ ବୟସ ୨୫ବର୍ଷ। ହତ୍ୟା ପୂର୍ବରୁ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ପୋଲିସ ସନ୍ଦେହ କରୁଛି।

ଅଦ୍ୟତନ ହୋଇଛି
Decomposed body of woman found In Bengaluru

Decomposed body of woman found

Advertisment

ଘର ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର। ମୃତଦେହ ନିକଟରୁ ଡ୍ରଗ୍ସ ଓ ସିରିଞ୍ଜ ଜବତ କରିଛି ପୋଲିସ। କେହି ଦୁଷ୍କର୍ମ ପରେ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ମୃତ ମହିଳା ପଶ୍ଚିମବଙ୍ଗର ବୋଲି ଜଣା ପଡିଛି। ଦକ୍ଷିଣ ପୂର୍ବ ବେଙ୍ଗାଲୁରୁର ଚାନ୍ଦପୁରାରେ ଥିବା ଆବାସିକ ଘରର ତୃତୀୟ ମହଲାରୁ ତାଙ୍କର ସନ୍ଦେହଜନକ ମୃତଦେହ ଉଦ୍ଧାର କରାଯାଇଛି।

Advertisment

ପୋଲିସର ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ପରିଚୟ ଏଯାଏ ଜଣାପଡିନି। ପ୍ରାଥମିକ ଅନୁସନ୍ଧାନରୁ ସେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ତାଙ୍କର ଆନୁମାନିକ ବୟସ ୨୫ବର୍ଷ। ହତ୍ୟା ପୂର୍ବରୁ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ପୋଲିସ ସନ୍ଦେହ କରୁଛି। ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରିପୋର୍ଟ ଆସିଲେ ପ୍ରକୃତ ସତ୍ୟ ଜଣାପଡିବ ।

ତେବେ ଶେଷଥର ପାଇଁ ଜଣେ ୪୦ବର୍ଷୀୟ ବ୍ୟକ୍ତିଙ୍କ ସହ ସେ ସେହି ରୁମରେ ନଜର ଆସିଥିଲେ। ମୃତକଙ୍କ ଶରୀରରେ ଆଘାତ ଲାଗିଛି ନା ନାହିଁ ତାହା ଜଣାପଡିନି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୁଷ୍କର୍ମ ହୋଇଛି ନା ନାହିଁ ତାହା ଜଣାପଡିବ।

Advertisment

ଘର ମାଲିକ ସଫ୍ଟୱେୟାର ଇଞ୍ଜିନିୟର ସଙ୍ଗୀତ ଗୁପ୍ତା ନିଜ ପରିବାର ସହ ତଳ ମହଲାରେ ରହିବା ସହ ଅବଶିଷ୍ଟ ମହଲାକୁ ଭଡା ଦେଇଥିଲେ। ଗତ ଡିସେମ୍ୱର ମାସରେ ଜଣେ ମୁସଲିମ ବ୍ୟକ୍ତି ଓଡ଼ିଶାରୁ ଆସିଥିବା କହି ୯୮୦୦ଦେଇ ଘର ଭଡା ନେଇଥିଲେ। ଏଥିସହ ୬୦ହଜାର ଟଙ୍କା ଆଡଭାନ୍ସ ଦେଇଥିଲେ। ବ୍ୟକ୍ତିଜଣକ ଜାନୁଆରୀ ୧୦ଯାଏ ଆସିନଥିଲେ। ଭଡା ଦେଇ ଘର ମାଲିକଙ୍କୁ କହିଥିଲେ ସେ ନିଜ ସ୍ତ୍ରୀଙ୍କୁ ନେଇ ଖୁବଶୀଘ୍ର ଆସିବେ।

ଫେବୃଆରୀ ୨୮ରେ, ଘର ମାଲିକ ସେହି ଭଡ଼ା ଘରେ ଜଣେ ୪୦ବର୍ଷୀୟ ବ୍ୟକ୍ତି ଓ ଜଣେ ଯୁବତୀଙ୍କୁ ଦେଖିଥିଲେ। ଯେତେବେଳେ ଘର ମାଲିକ ଭଡା ନେଇଥିବା ବ୍ୟକ୍ତିଙ୍କ ବିଷୟରେ ପଚାରିଲେ, ସେତେବେଳେ ସେମାନେ ବାପ-ଝିଅର ପରିଚୟ ଦେଇଥିଲେ। ତିନି ଦିନ ପରେ ସେମାନେ ରୁମ୍ ଖାଲି କରିବେ ବୋଲି କହିଥିଲେ।

Advertisment

ମାର୍ଚ୍ଚ ୧୦ରେ, ଯେତେବେଳେ ଗୁପ୍ତା ଦମ୍ପତି ରୁମ ଯାଞ୍ଚ କରିଥିଲେ, ସେମାନେ କବାଟ ଖୋଲା ହୋଇଥିବାର ଦେଖି ମହିଳାଙ୍କୁ କମ୍ବଳ ଘୋଡାଇ ଶୋଇଥିବାର ଦେଖିଲେ। ପରଦିନ ସକାଳେ ଦୁର୍ଗନ୍ଧ ହୋଇଥିଲା। ସେମାନେ ଘର ଭିତରକୁ ଯାଇ ଦେଖିବା ବେଳକୁ ମହିଳାଙ୍କ ଗଳିତ ମୃତଦେହ ପଡିଥିବାର ଦେଖିଥିଲେ।

ବେଙ୍ଗାଲୁରୁ ଏସପି ମଲ୍ଲିକାର୍ଜୁନ ବାଲାଣ୍ଡି କହିଛନ୍ତି, କୋଠରୀରୁ ଏକ ଧଳା ପାଉଡର ପରି ପଦାର୍ଥ ଏବଂ ଏକ ସିରିଞ୍ଜ ଉଦ୍ଧାର କରାଯାଇଛି। ସେ କହିଛନ୍ତି, “ପାଉଡର ଏକ ସିନ୍ଥେଟିକ୍ ଡ୍ରଗ୍ସ ବୋଲି ସନ୍ଦେହ କରାଯାଉଛି’’। ଘର ମାଲିକ କହିଛନ୍ତି, ଭଡା ନେଇଥିବା ବ୍ୟକ୍ତିଙ୍କଠାରୁ ସେ କୌଣସି ପରିଚୟପତ୍ର ରଖିନଥିଲେ। ସେ ଦେଇଥିବା ଫୋନ ବନ୍ଦ ଅଛି।

Murder Decomposed Body Drugs Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ