Death of woman doctor Subhashree Kar Post-mortem report
କେନ୍ଦୁଝରର ଯୁବ ଡାକ୍ତର ଶୁଭଶ୍ରୀ କରଙ୍କ ଅଚାନକ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ। ବିଳମ୍ବିତ ରାତି ଯାଏଁ ଡ୍ୟାନ୍ସ, ସହକର୍ମୀଙ୍କ ସହିତ ଭୋଜିଭାତ ପରେ ହଠାତ୍ କିଭଳି ହେଲା ଏହି ୨୫ ବର୍ଷିୟା ଡାକ୍ତରାଣୀଙ୍କ ମୃତ୍ୟୁ, ସେ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ୍। ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃତ୍ୟୁ ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ବିଷକ୍ରିୟାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜବତ ବିଷ ବୋତଲ ଫୋରେନସିକ୍ ଲ୍ୟାବ୍କୁ ପଠାଯିବ।
ସେପଟେ ତାଙ୍କ ରୁମ୍ରୁ ଏକ ଶିଶିରେ କିଛି ଗୁଣ୍ଡ ଔଷଧ ମିଳିଥିବା ବେଳେ ଶୁଭଶ୍ରୀଙ୍କ ମୋବାଇଲ୍ କଲ୍ ରେକର୍ଡ ଯାଞ୍ଚ କରାଯାଉଛି। ଏସବୁ ଭିତରେ ଗତ ଡିସେମ୍ବର ୨୦ରେ ଡାକ୍ତର ଶୁଭଶ୍ରୀ, ଅନ୍ୟ ଜଣେ ଡାକ୍ତର ଦିବ୍ୟରଂଜନ ମାଝୀଙ୍କ ନାଁରେ ଦେଇଥିବା ଏତଲା ସନ୍ଦେହ ବଢ଼ାଇଛି। ଏହା ଭିତରେ ଏକଥା ସାମ୍ନାକୁ ଆସିଛି ଯେ, ଯୋଡ଼ା ନିକଟ ରୁଗୁଡ଼ିରେ ଥିବା ଏକ ଘରୋଇ କମ୍ପାନିରେ କାର୍ଯ୍ୟରତ ଡାକ୍ତର ଦିବ୍ୟରଂଜନ ମାଝୀଙ୍କ ନାଁରେ ଡିସେମ୍ବର ୨୦ ତାରିଖରେ ଏତଲା ଦେଇଥିଲେ ଶୁଭଶ୍ରୀ।
ଏଥିରେ ସେ ଉଲ୍ଲେଖ କରିଥିଲେ, ଉଭୟଙ୍କ ମଧ୍ୟରେ କିଛି ବର୍ଷ ହେଲା ସଂପର୍କ ଥିଲା। ବିବାହର ପ୍ରତିଶ୍ରୁତି ଦେଖାଇ ଦିବ୍ୟରଂଜନ ଶାରୀରିକ ସଂପର୍କ ରଖିବା ପରେ ବାହା ହେବାକୁ ମନା କରୁଛନ୍ତି। ବଡ଼ବିଲ୍ ଜେଏମ୍ଏଫସି କୋର୍ଟରେ ଶୁଭଶ୍ରୀଙ୍କ ୧୬୪ ବୟାନ ମଧ୍ୟ ରେକର୍ଡ ହୋଇଥିଲା। ଏବେ ଶୁଭଶ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଓ ଦିବ୍ୟରଂଜନଙ୍କ ମୋବାଇଲ୍ ସୁଇଚ୍ ଅଫ୍ ହେବା ଛିଡ଼ା କରିଛି ଅନେକ ପ୍ରଶ୍ନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672726636.jpg)