/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667703814.jpg)
Deadbody Found In Railway Track In Bolangir Railway Station
ରେଳ ଧାରଣାରୁ ମିଳିଲା ଯୁବତୀଙ୍କ କଟା ମୁଣ୍ଡ। ବଲାଙ୍ଗିର ରେଲ୍ୱେ ଷ୍ଟେସନ ନିକଟ ଖୁଜେନପାଲି ଫାଟକ ରେଳ ଧାରଣାରେ ଜଣେ ଯୁବତୀଙ୍କ କଟା ମୁଣ୍ଡ ସହ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୃତକ ବଲାଙ୍ଗିର ଜିଲ୍ଲା ତାଲପାଳି ପଡାର ସାରିକା ସାଏ ବୋଲି ଜଣାପଡ଼ିଛି। ଏକ ବୀମା କମ୍ପାନୀରେ ସେ କାମ କରୁଥିଲେ ବୋଲି ସୂଚନା ମିଳିଛି। କେଉଁ ପରିସ୍ଥିତିରେ ସାରିକାଙ୍କ ମୃତ୍ୟୁ ଘଟିଲା ତାହା ଜଣାପଡ଼ିନି। ଏହା ଆତ୍ମହତ୍ୟା ନା ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ।
ସୂଚନା ଅନୁସାରେ, ଆଜି ସକାଳେ ବଲାଙ୍ଗିର ରେଲ୍ୱେ ଷ୍ଟେସନ ନିକଟ ଖୁଜେନପାଲି ଫାଟକ ରେଳ ଧାରଣାରେ ଜଣେ ଯୁବତୀଙ୍କ ମୃତଦେହ ରେଳ ଧାରଣାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍କୁ ଖବର ଦେଇଥିଲେ। ଯୁବତୀଙ୍କ ମୁଣ୍ଡ କଟି ଯାଇଥିବା ବେଳେ ମୃତଦେହ ରେଳ ଧାରଣାରେ ପଡ଼ିଥିଲା। ମୃତଦେହ ରେଳ ଧାରଣାରେ ପଡ଼ିଥିବା ବେଳେ ବେଲେ ନିକଟରେ ଏକ କାର୍ ରଖାଯାଇଥିବା ଦେଖିବାକୁ ମିଳିଛି।
ଘଟଣାସ୍ଥଳରେ ବଲାଙ୍ଗିର ଜି.ଆର.ପି ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ସାରିକାଙ୍କ ମୃତ୍ୟୁ ହେଲା ? ଏହା ହତ୍ୟା ନା ଆତ୍ମହତ୍ୟା ? ନା ଏହା ପଛରେ ଆଉ କିଛି କାରଣ ରହିଛି, ତାହା ଏବେ ସସ୍ପେନ୍ସରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)