Advertisment

ମାଟିତଳୁ ଗଳିତ ମୃତଦେହ ଉଦ୍ଧାର, ଚିହ୍ନଟ କରିବେ ପରିବାର

ବଲାଙ୍ଗିର ଓ କଳାହାଣ୍ଡି ପୋଲିସ୍ ଏହି ଷ୍ଟାଡିୟମ୍‌ରେ ପହଞ୍ଚି ଖୋଳିବା ଆରମ୍ଭ କରିଥିଲା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୧ ପ୍ଲାଟୁନ ପୋଲିସ ମୁତୟନ କରାଯାଇ ଖୋଳା କାର୍ଯ୍ୟ କରାଯାଇଥିଲା। ତାସହ ଷ୍ଟାଡିୟମ୍ ପରିସରରେ ମମିତାଙ୍କ ଜଣେ ସଂପର୍କୀୟଙ୍କୁ ପୋଲିସ୍ ଆଣିଥିଲା।

ଅଦ୍ୟତନ ହୋଇଛି
Lady Teacher Missing Case

Lady Teacher Missing Case

Advertisment

ବଲାଙ୍ଗିର: ମହାଲିଙ୍ଗ ଘରୋଇ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ମାଟିତଳୁ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିଅମରୁ ଏକ ମୃତଦେହ ଉଦ୍ଧାର ହୋଇଛି। ମହାଲିଙ୍ଗ ଷ୍ଟାଡିୟମ୍‌ରୁ ମୃତଦେହ ମିଳିଛି। ମାଟି ଖୋଳିବା ପରେ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ କାହାର ସେ ସମ୍ପର୍କରେ ସୂଚନା ମିଳିନି। ମୃତଦେହଟି ନିଖୋଜ ମମିତାଙ୍କର କି ନୁହେଁ ଜଣାପଡ଼ିନାହିଁ। ଚିହ୍ନଟ ପାଇଁ ମମିତାଙ୍କ ପରିବାର ଲୋକଙ୍କୁ ଡକାଯାଇଛି। ମୃତଦେହର ଡିଏନ୍ଏ ଟେଷ୍ଟ କରାଯିବ ବୋଲି ବଲାଙ୍ଗିର ପୋଲିସ କହିଛି। 

Advertisment

ବଲାଙ୍ଗିର ଓ କଳାହାଣ୍ଡି ପୋଲିସ୍ ଏହି ଷ୍ଟାଡିୟମ୍‌ରେ ପହଞ୍ଚି ଖୋଳିବା ଆରମ୍ଭ କରିଥିଲା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୧ ପ୍ଲାଟୁନ ପୋଲିସ ମୁତୟନ କରାଯାଇ ଖୋଳା କାର୍ଯ୍ୟ କରାଯାଇଥିଲା। ତାସହ ଷ୍ଟାଡିୟମ୍ ପରିସରରେ ମମିତାଙ୍କ ଜଣେ ସଂପର୍କୀୟଙ୍କୁ ପୋଲିସ୍ ଆଣିଥିଲା। 

ସେପଟେ ପୋଲିସ୍ ବ୍ୟାରେକ୍‌ରୁ ସ୍କୁଲ ସଭାପତି ଚମ୍ପଟ ଘଟଣାରେ ସିନ୍ଧେକେଲା ପୋଲିସ ଦ୍ୱାରା ଏକ କାର୍ ଜବତ କରାଯାଇଛି। ଜବତ କାର୍‌ଟି ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କ ନାଁରେ ଥିବା ସୂଚନା ମିଳିଛି। ନିଖୋଜ ମମିତାଙ୍କୁ ନେବା ଆଣିବାରେ ଉକ୍ତ କାର୍ ବ୍ୟବହାର ହୋଇଥିବା ଜଣାପଡ଼ିଛି। ଫେରାର ହେବାର ୨୪ ଘଣ୍ଟା ପରେ ବି ଗୋବିନ୍ଦ ସାହୁଙ୍କ ପତ୍ତା ମିଳୁନି। 

Advertisment
Odisha Police Odisha Police Department Mamita Meher Missing Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ