Advertisment

ସୌମ୍ୟଙ୍କ କ୍ୱାର୍ଟର୍ସ ଛାନଭିନ ପରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ସୁରାକ୍‌

ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଛି।  କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟଙ୍କ ଘରେ ପହଞ୍ଚି ଯାଞ୍ଚ କରିବା ପରେ ହାତରେ ଲାଗିଛି ଏମିତି ସୁରାକ୍‌।

ଅଦ୍ୟତନ ହୋଇଛି
ସୌମ୍ୟଙ୍କ କ୍ୱାର୍ଟର୍ସ ଛାନଭିନ ପରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ଗୁରୁତ୍ୱପୂର୍ଣ୍ଣ ସୁରାକ୍‌

crime branch team in acfs quarters

Advertisment

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତନାଘନା ଆରମ୍ଭ କରିଛି।  କ୍ରାଇମବ୍ରାଞ୍ଚ ଟିମ୍ ସୌମ୍ୟଙ୍କ ସରକାରୀ ବାସଭବନରେ ପହଞ୍ଚି ଯାଞ୍ଚ କରୁଛି।  ପ୍ରକୃତରେ ସୌମ୍ୟଙ୍କ ଦେହରେ କିପରି ନିଆଁ ଲାଗିଲା, ଘରେ ଏହି ଘଟଣା ହୋଇଥିଲା, ନା ବାହାରେ ହୋଇଥିଲା, ଘରେ ନିଆଁ ଲାଗିଥିଲେ କେହି କେମିତି ଜାଣିପାରିଲେ ନାହିଁ, ସେହି ସମୟରେ ବିଦ୍ୟାଭାରତୀ କଣ କରୁଥିଲେ, ଘରର ସ୍ଥିତି କେମିତି ଥିଲା, ପାରିପାର୍ଶ୍ୱିକ ସ୍ଥିତି ଦେଖି ଏ ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ଟିମ୍  ।

Advertisment

 ତଦନ୍ତ ପରେ ସୌମ୍ୟଙ୍କ କ୍ୱାର୍ଟର୍ସରେ ପୋଡା ଦାଗ ଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି। ସେ କହିଛନ୍ତି, ପାରପାର୍ଶ୍ୱିକ ସ୍ଥିତିରୁ ଯାହା ଜଣାପଡ଼ୁଛି, ଘଟଣା ଘର ଭିତରେ ହିଁ ଘଟିଛି। କ୍ୱାର୍ଟର ପଛପଟ କବାଟ ପୋଡ଼ିଯାଇଛି, ମଶା ନେଟ୍‌ରେ ନିଆଁ ଲାଗିଛି। ସମସ୍ତଙ୍କ କଲ ଡିଟେଲ୍ସ ଯାଞ୍ଚ କରାଯାଉଛି। ତଦନ୍ତାରେ ଯାହା ଯାହା କଥା ଆସିବ ସମସ୍ତଙ୍କୁ ଜେରା କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି।

ଘଟଣା ଦିନ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ, ଡିଏଫଓ ଏବଂ ରୋଷେୟା ଘରେ ଥିଲେ। କାହାର କିଛି ହେଲାନି କେବଳ ସୌମ୍ୟଙ୍କ ଦେହରେ କିଭଳି ଭାବରେ ନିଆଁ ଲାଗିଲା ବୋଲି ପ୍ରଶ୍ନ ଉଠିଥିଲା। ଏପରିକି ସୌମ୍ୟ କେମିତି ପୋଡି ହେଲେ ସେ ବିଷୟରେ ବିଦ୍ୟା ସନ୍ତୋଷଜନକ ଉତ୍ତର ଦେଇପାରି ନାହାନ୍ତି। ତେଣୁ କ୍ରାଇମବ୍ରାଞ୍ଚ ଟିମ୍‌ ତାଙ୍କ କ୍ୱାର୍ଟର୍ସରେ ଟିକି ନିଖି ଯାଞ୍ଚ କରୁଛି। 

Advertisment

ଏହା ସହିତ କିଛି ସମୟ ପରେ ଏହି ଚାଞ୍ଚଲ୍ୟକର ଘଟଣାରେ ବାରମ୍ବାର ନାଁ ଉଠୁଥିବା ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରିବ ତଦନ୍ତକାରୀ ଟିମ୍ ।  ତା ସହିତ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ଜେରା କରାଯିବ  । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରଠୁ ସନ୍ଦେହ ଘେରରେ ଅଛନ୍ତି ଡିଏଫ୍ଓ । ତାଙ୍କ ଭୂମିକାକୁ ନେଇ ସୌମ୍ୟଙ୍କ ପରିବାର ଲୋକ ବାରମ୍ବାର ପ୍ରଶ୍ନ ଉଠାଇଛନ୍ତି।

Advertisment

ସଂକଟାପନ୍ନ ଅବସ୍ଥାରେ ସୌମ୍ୟଙ୍କୁ ମେଡ଼ିକାଲ୍ ନେଉଥିବା ଆମ୍ବୁଲାନ୍ସକୁ ଅଟକାଇବାଠୁ ଆରମ୍ଭ କରି ବିଭିନ୍ନ ସମୟରେ ତଦନ୍ତ ବେଳେ ଅନ୍ୟ ଏକ ଥାନା ଅଂଚଳର ଓଆଇସି କାହିଁକି ଉପସ୍ଥିତ ଥିଲେ ବୋଲି ପ୍ରଶ୍ନ କରିଥିଲେ ସୌମ୍ୟଙ୍କ ବାପା।  ତେବେ ପୋଲିସର ତଦନ୍ତ ଉପରେ ଭରସା ଅଛି ବୋଲି କହିଛନ୍ତି ସୌମ୍ୟଙ୍କ ପରିବାର  ଅାଗରୁ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ବାଲେଶ୍ୱର ଯାଇ ସୌମ୍ୟଙ୍କ ପରିବାର ଓ ମୟୂରଭଂଜ ଜିଲ୍ଲା କପ୍ତିପଦା ଗୌଡ଼ଗାଁକୁ ଯାଇ ବିଦ୍ୟାଭାରତୀଙ୍କୁ ପଚରା ଉଚରା କରିଥିଲେ ।

ACFMurderCase Paralakhemundi ACF Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ