Advertisment

ବୋହୂ ଉପରେ ରାଗ, ହେଲେ ଶାଶୁକୁ ନିସ୍ତୁକ ମାଡ଼

୮୦ ବର୍ଷିୟ ବୃଦ୍ଧା ଶାଶୁଙ୍କୁ ଏକ ରୁମ୍‌ ଭିତରେ ରଖି ମାଡ଼ମାରିଲେ ।

ଅଦ୍ୟତନ ହୋଇଛି
Crime

Crime

Advertisment

ବୋହୂ ଉପରେ ରାଗ ଥିଲା । ହେଲେ ଶାଶୁକୁ ମାଡ଼ ମାରି ସୁଝାଇଲେ ମହିଳା । କଥାଟା ଟିକେ ନୂଆ ଲାଗୁଥିବ । ଘଟଣାଣଟି ହେଲା, ବୋହୂ ଉପରେ କିଛି ମହିଳାଙ୍କ ରାଗ ଥିଲା, ହେଲେ ସଠିକ୍‌ ସମୟରେ ବୋହୂକୁ ନପାଇବାରୁ ତାଙ୍କ ଶାଶୁ ଉପରେ ରାଗ ସୁଝିଲା । ଏମିତିକି ୮୦ ବର୍ଷିୟ ବୃଦ୍ଧା ଶାଶୁଙ୍କୁ କିଛି ଏକ ରୁମ୍‌ ଭିତରେ ରଖି ମାଡ଼ମାରିଲେ ।

Advertisment

ବୋହୂର ଋଣ ପାଇଁ ୮୦ ବର୍ଷ ବୟସର ବୃଦ୍ଧାଙ୍କୁ ବନ୍ଧକ ରଖିଲେ ମହିଳା ସମିତି । ନିବୁଜ କୋଠରୀରେ ପୁରେଇ ମାଡ଼ ମାରିବା ସହ ୪ ଘଣ୍ଟା କାଳ ତାଲା ପକାଇ ରଖିଲେ । ଏମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳ ଗଞ୍ଜା ଗାଁରେ । ସେହି ଗାଁର ପୂଜା ରାୟ ନାମକ ଜଣେ ମହିଳା ସ୍ଥାନୀୟ ମହିଳା ସମିତିରୁ ଋଣ ନେଇଥିଲେ । ଅଭାବ ଅନଟନ ଯୋଗୁଁ ଠିକ୍ ସମୟରେ କିସ୍ତି ଦେଇ ପାରୁନଥିଲେ । ଏଥିପାଇଁ ମହିଳା ସମିତିର ସଭାପତି ଗାୟତ୍ରୀ ମହଲା ତାଙ୍କୁ ବାରମ୍ବାର ତାଗିଦ କରୁଥିଲେ ।

ତେବେ ସ୍ୱାମୀ ଅସୁସ୍ଥ ହୋଇପଡ଼ିବାରୁ ପୂଜା ଜଣକ ତାଙ୍କୁ ନେଇ ମେଡିକାଲ ଯାଇଥିଲେ । ଆଉ ଏତିକି ବେଳେ ମହିଳା ସମିତି ସଦସ୍ୟମାନେ ତାଙ୍କ ଘରେ ପହଞ୍ଚିଥିଲେ । ପୂଜାଙ୍କୁ ନପାଇ ଉତ୍‌କ୍ଷିପ୍ତ ହୋଇ ୮୦ ବର୍ଷ ବୟସର ବୃଦ୍ଧା ଶାଶୂ ସରସ୍ୱତୀ ରାୟଙ୍କୁ ତାଙ୍କ ଘରେ ତାଲା ପକାଇ ମାଡ଼ ମାରିଥିଲେ । ତେବେ ୪ ଗଣ୍ଟା କାଳ ବନ୍ଦ ରହିବା ପରେ ଗାଁର କିଛି ଯୁବକ ଖବର ପାଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଆସି ସରସ୍ୱତୀଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛି । 

Advertisment
Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ