Advertisment

ବିପଦ ! ୪ ରାଜ୍ୟରେ ମାଓବାଦୀ ଆକ୍ରମଣ ଆଶଙ୍କା

ସମ୍ବାଦ ସରବରାହ ସଂସ୍ଥା ଆଇଏଏନ୍ଏସ୍‌ର ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗର ସଚିବାଳୟରେ ହୋଇଥିବା ଏକ ବୈଠକରେ ଏହିସବୁ ରାଜ୍ୟ ଗୁଡ଼ିକୁ ସୂଚନା କେନ୍ଦ୍ର ତରଫରୁ କୁହାଯାଇଛି ।

Maoist

Maoist

Advertisment

ବିପଦ ! ୪ ରାଜ୍ୟରେ ହୋଇପାରେ ମାଓବାଦୀ ଆକ୍ରମଣ । ଏନେଇ ଗୁଇନ୍ଦା ବିଭାଗ ଦେଲା ସୂଚନା । ଓଡ଼ିଶା, ଝାଡ଼ଖଣ୍ଡ, ବିହାର ଏବଂ ପଶ୍ଚିମବଙ୍ଗକୁ କେନ୍ଦ୍ର ଗୃହମନ୍ତ୍ରାଳୟର ସତର୍କ ସୂଚନା । ଏହି ୪ ରାଜ୍ୟରେ କିଛି ଦିନ ଭିତରେ ହିଂସାକାଣ୍ଡ ଘଟାଇପାରନ୍ତି ମାଓବାଦୀ । ଆସନ୍ତା ୧୫ ଦିନ ଭିତରେ ଲାଲବାହିନୀର ଗତିବିଧିକୁ ନେଇ ସତର୍କ ରହିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ପରାମର୍ଶ ଦେଇଛି । ସମ୍ବାଦ ସରବରାହ ସଂସ୍ଥା ଆଇଏଏନ୍ଏସ୍‌ର ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗର ସଚିବାଳୟରେ ହୋଇଥିବା ଏକ ବୈଠକରେ ଏହିସବୁ ରାଜ୍ୟ ଗୁଡ଼ିକୁ ସୂଚନା କେନ୍ଦ୍ର ତରଫରୁ କୁହାଯାଇଛି ।

Advertisment

ବୈଠକରେ ସଂପୃକ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବମାନେ ଯୋଗଦେଇଥିଲେ । କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ତରଫରୁ ଏହି ସତର୍କ ସୂଚନା ଆସିଥିବାରୁ ଏହାକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । କୌଣସି ପ୍ରକାର ଅଘଟଣ ବା ଲାଲବାହିନୀର ହିଂସାକୁ ପ୍ରତିହତ କରିବାକୁ ଉଚିତ ପଦକ୍ଷେପ ନେବା ପାଇଁ ୪ ରାଜ୍ୟକୁ କୁହାଯାଇଥିବା ସୂଚନା ମିଳିଛି ।

Attack Maoist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ