ପର୍ଯ୍ୟଟନ ସହରକୁ ବୁଲିବାକୁ ଯାଉଛନ୍ତି କି... ପୁରୀରେ ଭୂତ ହୋଟେଲ !

ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକ ହ୍ୱାଟସଆପ୍ ଯୋଗେ ହୋଟେଲ ବୁକ୍ କରି ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପୁରୀର ନିୟୁ ମେରାଇନ ଡ୍ରାଇଭ ରୋଡର ହୋଟେଲ ସ୍ୱର୍ଣ୍ଣ ଦୀପ ନାଁରେ ବୁକିଂ କରାଯାଇଛି ।

ପୁରୀରେ ଭୂତ ହୋଟେଲ !

ପର୍ଯ୍ୟଟନ ସହରକୁ ବୁଲିବାକୁ ଯାଉଛନ୍ତି କି ? ଦେଖିଚାହିଁ ଅନଲାଇନରେ ବୁକିଂ କରନ୍ତୁ ହୋଟେଲ । ଖୋଦ ହୋଟେଲକୁ ଯାଇ ବୁକ୍ କରନ୍ତୁ ନଚେତ ଭରସାଯୋଗ୍ୟ ଆପର ସହାୟତା ନିଅନ୍ତୁ । କାହିଁକି ନା ଏବେ ଅନଲାଇନରେ ମାତିଛନ୍ତି ଠକ । ଫେକ୍ ହୋଟେଲ ନାଁରେ ଫେକ୍ ୱେବସାଇଟ୍ କରି ଟଙ୍କା ଲୁଟୁଛନ୍ତି । ପର୍ଯ୍ୟଟନ ସହର ପୁରୀରୁ ସାମ୍ନାକୁ ଆସିଛି ଏଭଳି ଘଟଣା ।

ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକ ହ୍ୱାଟସଆପ୍ ଯୋଗେ ହୋଟେଲ ବୁକ୍ କରି ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପୁରୀର ନିୟୁ ମେରାଇନ ଡ୍ରାଇଭ ରୋଡର ହୋଟେଲ ସ୍ୱର୍ଣ୍ଣ ଦୀପ ନାଁରେ ବୁକିଂ କରାଯାଇଛି । କିନ୍ତୁ ପୁରୀରେ ସେଭଳି କୌଣସି ହୋଟେଲ ହିଁ ନାହିଁ । ପୁରୀକୁ ଆସିବା ପରେ ସେ ଏହା ଜାଣିବା ପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଅଧିନରେ ଥିବା ନୀଳାଦ୍ରି ଭକ୍ତ ନିବାସ ନାଁରେ ମଧ୍ୟ ଫେକ୍ ଆଇଡି କରି ବୁକିଂ କରାଯାଇଥିବା ଅଭିଯୋଗ ହୋଇଛି । ଗୋଟିଏ ଦିନରେ ଦୁଇ ଜଣ ଲୁଟର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି । ସାଇବର ଥାନା ପୋଲିସ ମାମଲାର ଛାନଭିନ୍ ଚଳାଇଛି ।