Advertisment

'ହେଲୋ, ମୁଁ କ୍ରାଇମବ୍ରାଞ୍ଚ ଡିସିପି କହୁଛି'..ଏମିତି କହି ଲୁଟିନେଲେ ୧ କୋଟି ୪୮ ଲକ୍ଷ ଟଙ୍କା

ସାଇବର ଫ୍ରଡଙ୍କ ଶିକାର ହୋଇଛନ୍ତି ଜଣେ ବୟସ୍କ ମହିଳା। ଚୋରଙ୍କ ଜାଲରେ ପଡ଼ି ଗଣିଲେ ୧ କୋଟି ୪୮ ଲକ୍ଷ ଟଙ୍କା। ତିନିଦିନ ଧରି ମହିଳାଙ୍କ ସମସ୍ତ ତଥ୍ୟ ନେଇ ତାଙ୍କୁ ବୁଲାଇଲେ କଳାକନା। ବୃଦ୍ଧାଙ୍କୁ ଡିସିପି ବୋଲି ପରିଚୟ ଦେଇ ତାଙ୍କ ଆକାଉଣ୍ଟ ଖାଲି କରିଦେଇଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Cyber Lootera

Cyber Lootera

‘ହେଲୋ, ମୁଁ କ୍ରାଇମବ୍ରାଞ୍ଚ ଡିସିପି କହୁଛି। ମୋତେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ଡିଟେଲ୍ସ ଦିଅନ୍ତୁ।’ ଏମିତି କହି ବୃଦ୍ଧାଙ୍କ ଆକାଉଣ୍ଟ ଲୁଟିନେଲେ ଲୁଟେରା। ଏବେ ସାରା ଦେଶରେ ମାତିଛନ୍ତି ଡିଜିଟାଲ ଚୋର। ନିଜକୁ ସରକାରୀ ଅଧିକାରୀ କହି ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା। ଉତ୍ତରପ୍ରଦେଶ ପ୍ରୟାଗରାଜରେ ଏଭଳି କିଛି ଘଟଣା ଘଟିଛି। ନିଜକୁ କ୍ରାଇମବ୍ରାଞ୍ଚର ଡିସିପି କହି ବୃଦ୍ଧାଙ୍କ ଆକାଉଣ୍ଟରୁ ଲୁଟିନେଲେ ୧ କୋଟି ୪୮ ଲକ୍ଷ ଟଙ୍କା।

Advertisment

ସୂଚନା ମୁତାବକ ନିଜକୁ ଡିସିପି କହିଥିବା ଲୁଟେରା ଭିଡିଓ କଲ୍‌ କରି ବୃଦ୍ଧାଙ୍କୁ ଘରୁ ୩ ଦିନ ପର୍ଯ୍ୟନ୍ତ ନ ବାହାରିବାକୁ କହି ଏକ ପ୍ରକାର ଗୃହବନ୍ଦୀ କରି ରଖିଥିଲେ। ଏହାପରେ ବୃଦ୍ଧାଜଣକ ଏକ ବଡ଼ ଧରଣର ଠକେଇର ଶିକାର ହୋଇଥିବା ଜାଣିବା ପରେ ଥାନାରେ ପହଞ୍ଚିଛନ୍ତି। ପୋଲିସ୍‌ ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛି। ଠକେଇର ଶିକାର ହୋଇଥିବା ବୃଦ୍ଧାଜଣକ କାକୋଳି ଦାସ ବୋଲି ଜଣାଯାଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ଠକେଇର ଶିକାର ହୋଇଥିବା ମହିଳା ଜଣକ ସିବିଆଇ ଅଫିସରଙ୍କ ପତ୍ନୀ। ଗତ କିଛି ବର୍ଷ ହେବ ସ୍ୱାମୀଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଏକମାତ୍ର ଝିଅ ବିଦେଶରେ ରହୁଛି। ତେଣୁ କାକୋଳି ପ୍ରୟାଗରାଜରେ ଏକୁଟିଆ ରହୁଛନ୍ତି।

ଗତ ୨୩ ତାରିଖରେ ଏକ ଅଜଣା ନମ୍ବରରୁ ତାଙ୍କ ପାଖକୁ କଲ୍‌ ଆସିଲା। କଲ୍‌ କରିଥିବା ବ୍ୟକ୍ତିଜଣକ ନିଜକୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଅଫିସର ବୋଲି କହିଥିଲେ। ଏହାପରେ ତାଇୱାନରୁ ଆପଣଙ୍କ ନାଁରେ ଏକ ପାର୍ସଲ ଆସିଥିବା ବେଳେ ସେଥିରେ ୨ଶହ ଗ୍ରାମ ଡ୍ରଗ୍ସ , ୩ କ୍ରେଡିଟ୍‌ କାର୍ଡ ଓ ୫ ଲାପଟପ୍‌ ରହିଥିବା କହିଥିଲେ। ତେଣୁ ଆପଣ ନିଜ ବ୍ୟାଙ୍କ ଖାତା ଡିଟେଲ୍ସ ଦିଅନ୍ତୁ, ଆମେ ଯାଞ୍ଚ କରିବୁ ବୋଲି ଅପର ପାର୍ଶ୍ୱର ବ୍ୟକ୍ତିଜଣକ କହିଥିଲେ। ଏହାଶୁଣି ଭୟଭୀତ ହୋଇ କାକୋଳି ତୁରନ୍ତ ନିଜ ବ୍ୟାଙ୍କ ଖାତା ଡିଟେଲ୍ସ ଦେଇ ଦେଇଥିଲେ। କିଛି ସମୟ ପରେରେ ତାଙ୍କ ବ୍ୟାଙ୍କ ଖାତାରୁ ୧ କୋଟି ୪୮ ଲକ୍ଷ ଟଙ୍କା କଟିଯାଇଥିଲା।

Advertisment

ନିଜକୁ ପୋଲିସ ଡିସିପି ବୋଲି ବୃଦ୍ଧାଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଭିଡିଓ କଲ୍‌ କରି ନିଜକୁ କ୍ରାଇମବ୍ରାଞ୍ଚ ଡିସିପି ବୋଲି କହିଥିଲେ। ଏଥିସହ ୩ ଦିନ ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ କିମ୍ବା କାହାକୁ କିଛି ନ କହିବାକୁ କହିଥିଲେ। ଚତୁର୍ଥ ଦିନ ଠକେଇର ଶିକାର ହୋଇଥିବା ଜାଣିପାରି ବୃଦ୍ଧାଜଣକ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ପ୍ରୟାଗରାଜ ସାଇବର ସେଲ୍‌ ପୋଲିସ୍‌ ତୁରନ୍ତ ତଦନ୍ତ ଆରମ୍ଭ କରି ଯେଉଁ ୪ ଆକାଉଣ୍ଟକୁ ବୃଦ୍ଧାଙ୍କ ଟଙ୍କା ଟ୍ରାନ୍ସଫର ହୋଇଥିଲା ସେମାନଙ୍କୁ ଗିରଫ କରିଛି।

Cyber Fraud Cyber Lootera
Advertisment
Advertisment