Advertisment

ସାଇବର ଥାନା ହେବାର ଦେଢ ବର୍ଷ ମଧ୍ୟରେ ୨ କୋଟି ଠକି ନେଲେ ଲୁଟେରା

ଲୋଭରେ ପଡ଼ି ଲୋକେ ଇନଭେଷ୍ଟମେଣ୍ଟ ଏବଂ ଅନଲାଇନ୍‌ ଟ୍ରେଣ୍ଡିଂ ମୋହରେ ପଡ଼ି ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଖାଲି ଏତିକି ନୁହେଁ ବରଂ ଟେଲିଗ୍ରାମ୍‌ ଜରିଆରେ ଲିଙ୍କ୍ ପଠାଇ ଅଧିକ ରିର୍ଟନ ପାଇବା ଆଶାରେ କୋଟି କୋଟି ଟଙ୍କାର ଠକେଇର ଶିକାର ହୋଇଛନ୍ତି ଲୋକେ । ପାଖାପାଖି ଏନେଇ ୧୪ ମାମଲା ସାମ୍ନାକୁ ଆସିଛି ।

ଅଦ୍ୟତନ ହୋଇଛି
Bhubaneswar Cyber Loot

Cyber Loot

Advertisment

ଜୋରଦାର ମାତିଛନ୍ତି ସାଇବର ଲୁଟେରା । ମାର୍ଚ୍ଚ ମାସରେ ହୋଇଛି ୨ କୋଟି ୨୦ ଲକ୍ଷ ଟଙ୍କାର ଠକେଇ । କେବଳ ଏଇ ମାସରେ ଅନଲାଇନ୍‌ ଟ୍ରେଡ଼ିଂ ଏବଂ ଇନଭେଷ୍ଟମେଣ୍ଟ ନାଁରେ ପ୍ରାୟ ୧ କୋଟି ୫୫ ଲକ୍ଷ ଟଙ୍କାର ଠକେଇ ହୋଇଛି । ଓଟିପି, KYC ଅପଡେଟ୍‌ ଏବଂ ଲିଙ୍କରେ କ୍ଲିକ୍‌ କରିବା ମାତ୍ରେ ସାଇବର ଲୁଟ୍‌ର ଶିକାର ହୋଇଛନ୍ତି ଅନେକ ଲୋକେ । ତେବେ ଗୋଟିଏ ମାସରେ ଏତେ ଟଙ୍କା ଲୁଟ୍‌ ହେବାକୁ ନେଇ ବଢିଲାଣି ଚର୍ଚ୍ଚା ।

Advertisment

ତେବେ ଲୋଭରେ ପଡ଼ି ଲୋକେ ଇନଭେଷ୍ଟିମେଣ୍ଟ ଏବଂ ଅନଲାଇନ୍‌ ଟ୍ରେଣ୍ଡିଂ ମୋହରେ ପଡ଼ି ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଖାଲି ଏତିକି ନୁହେଁ ବରଂ ଟେଲିଗ୍ରାମ୍‌ ଜରିଆରେ ଲିଙ୍କ୍ ପଠାଇ ଅଧିକ ରିର୍ଟନ ପାଇବା ଆଶାରେ କୋଟି କୋଟି ଟଙ୍କାର ଠକେଇର ଶିକାର ହୋଇଛନ୍ତି ଲୋକେ । ପାଖାପାଖି ଏନେଇ ୧୪ ମାମଲା ସାମ୍ନାକୁ ଆସିଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସାଇବର ଥାନା ଗଠନ ହେବାର ମାତ୍ର ଦେଢବର୍ଷ ମଧ୍ୟରେ ସର୍ବାଧିକ ଲୁଟ୍‌ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ମୋଟ୍‌ ଠକେଇ କଲ ଆସିଥିଲା ୪୦୫, ୟୁପିଆଇ ଫ୍ରଡ କଲ ୨୧୭, ସୋସିଆଲ ମିଡିଆ ଠକେଇ ୧୦୫ ହୋଇଥିବା ବେଳେ ଜାନୁଆରୀ ମାସରେ ୧ କୋଟି ୮୭ ହଜାର ଏବଂ ଫେବୃଆରୀ ମାସରେ ୧ କୋଟି ୪୪ ଲକ୍ଷ ଟଙ୍କାର ଠକେଇ ହୋଇଛି । ତେବେ ସାଇବର କ୍ରାଇମ ବଢୁଥିବାରୁ ଏବେ ସମସ୍ତେ ଚିନ୍ତାରେ ।

Advertisment
Cyber Loot Cyber Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ