Advertisment

ଲୋକସଭା ବାଚସ୍ପତିଙ୍କ ନମ୍ବର କହି ଟଙ୍କା ମାଗୁଥିଲେ ସାଇବର ଠକ

ସୁରାକ ମିଳିବା ପରେ ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ।

Fake LS speaker

Fake LS speaker

Advertisment

ସିମକାର୍ଡ ଫ୍ରଡ୍ ମାମଲାରେ ପ୍ରତିଦିନ ଖୋଲୁଛି ଠକେଇର କଳାକାରନାମା। ଫେକ୍ ପ୍ରମାଣପତ୍ରରେ ଥିବା ସିମ୍‌କୁ ବ୍ୟବହାର କରି ରାଜନେତା ଓ ବଡ଼ ଚେହେରାଙ୍କ ନାଁରେ ଟଙ୍କା ମଗାଯାଉଥିଲା।କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆଯାଇଥିବା ଏହି ନମ୍ବର-- 94390 73870 ଯାହାକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନମ୍ବର କହି ଟଙ୍କା ମାଗୁଥିଲେ ସାଇବର ଠକ। ଭଲ ଭାବେ ଦେଖନ୍ତୁ ଫିଚର୍‌ରେ ଦିଆଯାଇଥିବା ଓ୍ବାଟ୍ସ ଆପର ଏହି ଫଟୋକୁ, କିପରି ଓମ୍ ବିର୍ଲାଙ୍କ ଫଟୋକୁ ଏହି ନମ୍ବରରେ ବ୍ୟବହାର କରାଯାଇଛି।

Advertisment

ଏହି ନମ୍ବର ଦ୍ୱାରା ବିଭିନ୍ନ ଲୋକଙ୍କୁ ଓ୍ବାଟସପ୍ ଓ ଫୋନ୍ କଲ ଜରିଆରେ ଠକେଇ କରିବାକୁ ଉଦ୍ୟମ ହୋଇଛି। ଯାହା ସମ୍ପର୍କରେ ସୁରାକ ମିଳିବା ପରେ ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ। ଫୋନ୍ ନମ୍ବର ଢେଙ୍କାନାଳ ଜିଲ୍ଲାର ତାଲବାରକୋଟରୁ ବ୍ୟବହାର ହୋଇଥିବା ଜାଣିବାକୁ ମିଳିଥିଲା। ତିନିଟି ଭିନ୍ନ ଭିନ୍ନ ଫୋନ୍‌ରେ ଏହି ନମ୍ବରକୁ ବ୍ୟବହାର କରିଥିଲେ ଠକ।

ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ହାତରେ ବିଭିନ୍ନ କମ୍ପାନିର ୧୪ ହଜାରରୁ ଅଧିକ ସିମ୍ କାର୍ଡ ବି ମିଳିଛି। ମାତ୍ର ୪୦୦ ଟଙ୍କାରେ ବିନା ପ୍ରମାଣପତ୍ରରେ ଏହି ସିମ୍ କାର୍ଡ ଗୁଡ଼ିକ ବିକ୍ରି ହେଉଥିଲା। ସାଇବର କ୍ରାଇମ ସମେତ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଏସବୁ ବ୍ୟବହାର କରୁଥିଲେ ଅପରାଧୀ। 

Advertisment
Crime Branch Cyber Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ