Advertisment

ସାବତ ମାଆର ରାକ୍ଷସୀ ରୂପ ! ଗୋଟିଏ ବିସ୍କୁଟ ପାଇଁ ପିଲାଙ୍କୁ ମାରି ମାରି ଅଧା ମରା କରିଦେଲା...

ସୁନୀଲଙ୍କ ପ୍ରଥମ ପତ୍ନୀଙ୍କ ୧୩ ବର୍ଷର ପୁଅ ଓ ୧୦ ବର୍ଷର ଝିଅ ଥିବାବେଳେ ଉଭୟଙ୍କୁ ନିଜ ପାଖରେ ରଖି ନିର୍ଯାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Step Mother Beats Son

Step Mother Beats Son

Advertisment

ଏ କାହାଣୀ ପ୍ରତ୍ୟେକ ବାପା, ମା କିମ୍ବା ପିଲାଙ୍କ ଅଭିଭାବକଙ୍କୁ ନିଶ୍ଚିତ ବିଚଳିତ କରିବ। କାରଣ ସାବତ ମା ଟିଏ ବାପା ସହ ମିଶି ଯେଉଁଭଳି ଭାବେ ୨ ପିଲାଙ୍କୁ ନିର୍ଯାତନା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି, ଶୁଣିଲେ ଆପଣଙ୍କୁ ମଧ୍ୟ କଷ୍ଟ ହେବ। ଘଟଣା ଘଟିଛି, ଆଠଗଡ଼ ଅଶୋକନଗର ଅଞ୍ଚଳରେ।

Advertisment

ସାମାନ୍ୟ ବିସ୍କୁଟ ଖାଇଦେଲେ ବୋଲି ୨ ଭାଇଭଉଣୀଙ୍କୁ ନିସ୍ତୁକ ମାଡ଼ ମାରିଛି ସାବତ ମା । ଦୁଇ ଦିନ ଧରି ୨ ପିଲାଙ୍କୁ ଘର ଭିତରେ ବାନ୍ଧି ରଖିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରିକି ବାପା ମଧ୍ୟ ଏହି ୨ ପିଲାଙ୍କୁ ମାଡ଼ ମାରିଥିବା କହିଛନ୍ତି ଆହତ ଶିଶୁମାନେ। ମିଳିଥିବା ସୂଚନା ଅନୁଯାୟୀ, ବାଙ୍କି ପାର୍ଥପୁର ଅଞ୍ଚଳର ସୁନିଲ କୁମାର ନନ୍ଦ ପତ୍ନୀ ଥାଉ ଥାଉ ଯାଜପୁର ଅଞ୍ଚଳର ଆଉ ଜଣେ ମହିଳାଙ୍କ ସହ ଅଶୋକ ନଗରରେ ଘର ଭଡାନେଇ ରହୁଥିଲେ।

ସୁନୀଲଙ୍କ ପ୍ରଥମ ପତ୍ନୀଙ୍କ ୧୩ ବର୍ଷର ପୁଅ ଓ ୧୦ ବର୍ଷର ଝିଅ ଥିବାବେଳେ ଉଭୟଙ୍କୁ ନିଜ ପାଖରେ ରଖି ନିର୍ଯାତନା ଦେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସାବତ ମା’ଙ୍କୁ ଆଠଗଡ଼ ପୋଲିସ ଅଟକ ରଖି ତଦନ୍ତୁ କରୁଛି। 

Advertisment

ସେପଟେ ପୀଡ଼ିତ ଭାଇ ଭଉଣୀଙ୍କୁ ଆଠଗଡ଼ ମେଡ଼ିକାଲରେ ଚିକିତ୍ସା କରାଯାଇଛି। ଆଠଗଡ ଡାକ୍ତରଖାନାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପହଞ୍ଚି ଗୁରୁତର ଭାଈ ଭଉଣୀକୁ ଭେଟି ଆଲୋଚନା କରିଛନ୍ତି। ତେବେ ଏନେଇ ସୁନୀଲ କିମ୍ବା ଅଭିଯୁକ୍ତ ମହିଳାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Step Mother Beats Son
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ