Advertisment

ଗିରଫ ହେଲେ କୋଟିପତି ପିଏସ୍‌

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ କୁବେର ପିଏସ୍  ବିରଞ୍ଚି ନାରାୟଣ ସାହୁଙ୍କୁ ପୋଲିସ ଗିରଫ କରିଛି।  ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ରେଡ୍ କରିଥିବା ବେଳେ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା  ।

ଅଦ୍ୟତନ ହୋଇଛି
ଗିରଫ ହେଲେ କୋଟିପତି ପିଏସ୍‌

ps biranchi Narayan Sahu arrested

Advertisment

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ କୁବେର ପିଏସ୍  ବିରଞ୍ଚି ନାରାୟଣ ସାହୁଙ୍କୁ ପୋଲିସ ଗିରଫ କରିଛି।  ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ରେଡ୍ କରିଥିବା ବେଳେ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା  ।

Advertisment

ସୂଚନାଥାଉ କି, ପିଏସ୍  ବିରଞ୍ଚି ନାରାୟଣ ସାହୁଙ୍କ ଘରୁ ଗତକାଲି ଦେଢ଼ କେଜି ସୁନା, ନଗଦ ୨୫ ଲକ୍ଷ ଟଙ୍କା, ପାଖାପାଖି ସାଢ଼େ ୩ କୋଟିର ସଂପତ୍ତି ତା’ ସାଙ୍ଗକୁ ଆହୁରି  ବିପୁଳ ପରିମାଣର ଆୟବହିର୍ଭୁତ ସଂପତ୍ତି ଭିଜିଲାନ୍ସ  ଠାବ କରିଛି। ଏହାକୁ ନେଇ ହଇଚଇ ସୃଷ୍ଟି ହୋ‍ଇଛି।  ତାଙ୍କର ୧୪ଟି ପ୍ଲଟ୍ ଓ ୨ଟି ଦୋ-ତାଲା ସମେତ ମୋଟ ୪ଟି କୋଠା ମଧ୍ୟ ରହିଛି।  ତା ସହ ୫୬ ଲକ୍ଷ ଟଙ୍କାର ବୀମା ସାଙ୍ଗକୁ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଜବତ କରିଛି ଭିଜିଲାନ୍ସ। 

Advertisment

ଗତକାଲି ବିରଞ୍ଚିଙ୍କ ଭୁବନେଶ୍ୱର ଓ କଟକ ବାସଭବନ ସମେତ ୬ଟି ସ୍ଥାନରେ ରେଡ୍ ହୋଇଥିଲା  ।ତାଙ୍କ ଘରୁ ନିଯୁକ୍ତି ସମ୍ପର୍କିତ ବହୁ ଆବେଦନ ଫର୍ମ ଓ ଆଡମିଟ୍ କାର୍ଡ ମଧ୍ୟ ଜବତ କରାଯାଇଛି  । ଏପର୍ଯ୍ୟନ୍ତ ଜବତ ହୋଇଥିବା ସମ୍ପତ୍ତିର ମୂଲ୍ୟ ୩ କୋଟି ୭୯ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ସୂଚନା ଦେଇଛି  ।

ଏଠାରେ ପ୍ରଶ୍ନ ଉଠୁଛି ଯେ ଜଣେ ତୃତୀୟ ଶ୍ରେଣୀ ସରକାରୀ କର୍ମଚାରୀଙ୍କ ପାଖକୁ ଏତେ ଟଙ୍କା, ସଂପତ୍ତି ଆସିଲା କୁଆଡୁ? ଷ୍ଟାଫ୍ ସିଲେକ୍ସନ୍ ଜରିଆରେ ନିଯୁକ୍ତିରେ ଅର୍ଥକାରବାର ହେଉଛି କି? ଚାକିରି ପାଇଁ ପ୍ରାର୍ଥୀଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି କି? ଯଦି ହଁ, ତେବେ ଏଥିରେ କେବଳ ପିଏସ୍ ବିରଞ୍ଚି ସଂପୃକ୍ତ ନା ଉପର ଅଧିକାରୀଙ୍କ ବି ସଂପୃକ୍ତି ରହିଛି? ଏ ଚେର ଆଉ କୁଆଡ଼େ କୁଆଡ଼େ ମାଡ଼ିଛି? ତେବେ ବିରଞ୍ଚିଙ୍କ ଏତେ ଦରମା ନ ଥିବାରୁ ଏହା ନିଶ୍ଚିତ ଭାବେ ଅସାଧୁ ଅର୍ଜନ ବୋଲି ଭିଜିଲାନ୍ସ ଏସ୍‌ପି ଆର୍. ପ୍ରକାଶ ବି ସନ୍ଦେହ କରିଛନ୍ତି। ତେଣୁ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ ଚାଲିଛି।

Advertisment

ଏପଟେ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ସଦସ୍ୟଙ୍କ ପିଏସ୍‌ଙ୍କ ପାଖରୁ ଏଭଳି ବିପୁଳ ସମ୍ପତ୍ତି ଠାବ ପରେ OSSCରେ ବି କମ୍ପନ ସୃଷ୍ଟି ହୋଇଛି। ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି, OSSCର ସମସ୍ତ ପରୀକ୍ଷାରୁ ବିରଞ୍ଚି ଦୂରରେ ରୁହନ୍ତି। ହେଲେ ତାଙ୍କ ପାଖରୁ ଏତେ ଟଙ୍କା କେଉଁଠୁ ଓ କେମିତି ଆସିଲା ତା’ର ତଦନ୍ତ ହେବ। ତେବେ ନିଜ ପିଏସ୍‌ଙ୍କ ଘରେ ଭିଜିଲାନ୍ସ ରେଡ୍ ସଂପର୍କରେ ମୁହଁ ଖୋଲି OSSC ସଦସ୍ୟ ଜଗନ୍ନାଥ ଲେଙ୍କା ଏଥିରେ ତାଙ୍କର କୌଣସି ନେଣଦେଣ ନାହିଁ ବୋଲି କହିଛନ୍ତି।

Arrested By Vigilance Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ