Advertisment

ମାଲଦାର ଯନ୍ତ୍ରୀଙ୍କର ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା; ଯେତେ ଖୋଳିଲେ ସେତେ ବାହାରୁଛି...

ଭିଜିଲାନ୍ସ ରେଡରୁ ଫିଟୁଛି ମାଲଦାର ଯନ୍ତ୍ରୀଙ୍କର ସମ୍ପତ୍ତି ପେଡି। OBCC ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥଙ୍କର ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ।

ଅଦ୍ୟତନ ହୋଇଛି
Vigilance Raid on Additional Chief Engineer of OBCC In Cuttack

Vigilance Scanner

Advertisment

ଯେତେ ଖୋଳିଲେ ସେତେ ବାହାରୁଛି। ଭିଜିଲାନ୍ସ ରେଡରୁ ଫିଟୁଛି ମାଲଦାର ଯନ୍ତ୍ରୀଙ୍କର ସମ୍ପତ୍ତି ପେଡି। OBCC ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥଙ୍କର ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ। କୋଟିଏ ୩୮ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ମିଳିଛି।

Advertisment

ବାବୁଙ୍କର ମାଳ ମାଳ ପ୍ଲଟ ଓ ଏକାଧିକ ଫ୍ଲାଟ ରହିଛି। ୪୨ଟି ପ୍ଲଟ୍ ଠାବ ହୋଇଛି। ଯେଉଁଥିରୁ କେବଳ ଯାଜପୁରରେ ରହିଛି ୩୨ଟି। ଭୁବନେଶ୍ବରରେ ବିଳାସପୂର୍ଣ୍ଣ ବଙ୍ଗଳା ଓ ୨ଟି ଫ୍ଲାଟ୍ ଥିବା ବେଳେ ଭଦ୍ରକରେ ୩ ମହଲା କୋଠା ରହିଛି।

ଅଧିକ ପଢନ୍ତୁ: ସରକାରୀ ବାବୁଙ୍କୁ ଘାରିଛି କୁବେର ହେବାର ନିଶା; ଅମାପ ସଂପତ୍ତି ଠୁଳ କରି ଭିଜିଲାନ୍ସ ଜାଲରେ ବଡ଼ ମାଛ...

Advertisment

ରେଡ ବେଳେ ତାଙ୍କ ଘରୁ ଆଖି ତରାଟିଲା ଭଳି ସୁନା ଗହଣା ମିଳିଛି। କେଜିଏରୁ ଅଧିକ ସୁନା ଗହଣା ଓ ଅଧକିଲୋ ରୂପା ଅଳଙ୍କାର ଜବତ କରିଛି ଭିଜିଲାନ୍ସ। ଏହା ବ୍ୟତୀତ ବାବୁଙ୍କର କ୍ରସର ୟୁନିଟ୍, ୨ଟି ଜେସିବି, ଗୋଟିଏ ଏକ୍ସକାଭେଟର ବି ରହିଛି। 

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଭିଜିଲାନ୍ସ ଟିମ୍ ପ୍ରଦୀପଙ୍କ ଘର, ପୈତୃକ ଘର ଓ ଅଫିସ୍ ସମେତ ୧୨ଟି ଠିକଣାରେ ଏକାସଙ୍ଗେ ପଞ୍ଝା ମାରିଥିଲା। ଗତ ସପ୍ତାହ ଭିତରେ ୧୦ରୁ ଅଧିକ ସରକାରୀ ଅଧିକାରୀ ଭିଜିଲାନ୍ସ ଜାଲରେ ପଡିଲେଣି। 

Advertisment

Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ