Advertisment

ମଦ୍ରାସା ଛୁଟି କରିବାକୁ ସୁପରପ୍ଲାନ୍; ୩ ନାବାଳକ କ୍ରାଇମ୍‌ ସୋ’ ଦେଖି ଶିଶୁକୁ କଲେ ହତ୍ୟା

ଛୁଟି ପାଇଁ ୫ ବର୍ଷର ଶିଶୁକୁ ମାରିଦେଲେ ୩ ନାବାଳକ ଛାତ୍ର। ଉତ୍ତର-ପୂର୍ବ ଦିଲ୍ଲୀର ଏକ ମଦ୍ରାସାରେ ଏହି ହତ୍ୟାକାଣ୍ଡ ଘଟିଛି।

Murder

Murder

Advertisment

ଆଜିକାଲି ଅପରାଧର ଅନେକ ନୂଆ ତରିକା ଦେଖିବାକୁ ମିଳୁଛି। ସାମାନ୍ୟ କଥାକୁ ନେଇ ହତ୍ୟାକାଣ୍ଡ ଘଟୁଛି। ହେଲେ ଦିଲ୍ଲୀର ଏ ହତ୍ୟାକାଣ୍ଡ କଥା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କ୍ରାଇମ ସୋ’ ଦେଖିବା ପରେ ୩ ନାବାଳକ ମିଶି ଜଣେ ଶିଶୁର ଜୀବନ ନେଇଛନ୍ତି। ଆଉ ଯାହାର କାରଣ ଆପଣଙ୍କୁ ବି ଚକିତ କରିଦେବ। ମଦ୍ରାସା ଛୁଟି ହୋଇଯିବ ଭାବି ସେମାନେ ଏପରି କାଣ୍ଡ ଭିଆଇଛନ୍ତି ବୋଲି ପୋଲିସ ଆଗରେ ସ୍ୱୀକାର କରିଛନ୍ତି।

Advertisment

ଛୁଟି ପାଇଁ ୫ ବର୍ଷର ଶିଶୁକୁ ମାରିଦେଲେ ୩ ନାବାଳକ ଛାତ୍ର। ଉତ୍ତର-ପୂର୍ବ ଦିଲ୍ଲୀର ଏକ ମଦ୍ରାସାରେ ଏହି ହତ୍ୟାକାଣ୍ଡ ଘଟିଛି। ଦିଲ୍ଲୀର ଦୟାଲପୁର ଅଞ୍ଚଳରେ ଥିବା ତାଲିମୁଲ କୁରାନ ମଦ୍ରାସାରେ ପଢୁଥିବା ତିନିଜଣ ନାବାଳକ ଛାତ୍ର ଜଣେ ୫ବର୍ଷର ଶିଶୁକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ଘଟାଇଥିବା ଏହି ନାବାଳକଙ୍କ ବୟସ ୯ରୁ ୧୧ବର୍ଷ ମଧ୍ୟରେ ବୋଲି ପୋଲିସ ସୂଚନା ଦେଇଛି। ତେବେ ଏପରି କଲେ ମଦ୍ରାସା ଛୁଟି ହୋଇଯିବ ବୋଲି ସେମାନେ ଏକ କ୍ରାଇମ୍‌ ସୋ’ରେ ଦେଖିଥିଲେ।

ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ଜଣେ ମହିଳା ମଦ୍ରାସାରୁ ପୋଲିସ କଣ୍ଟ୍ରୋଲ ରୁମକୁ କଲ୍ କରିଥିଲେ। ମହିଳାଙ୍କ ୫ବର୍ଷର ପୁଅ ସେହି ମଦ୍ରାସାରେ ରହି ପାଠ ପଢୁଥିଲା। ହଠାତ ସେ ଅସୁସ୍ଥ ହୋଇପଡିଛି ଓ ଏହା ପଛରେ ଅନ୍ୟ କିଛି କାରଣ ଥିବା ସେ ସନ୍ଦେହ କରୁଛନ୍ତି ବୋଲି ପୋଲିସକୁ ଜଣାଇଥିଲେ। ପୋଲିସ ତୁରନ୍ତ ସେହି ସ୍ଥାନରେ ପହଞ୍ଚିଥିଲା ​​। ସେତେବେଳକୁ ପିଲାଟିକୁ ଧରି ତା ମା ବସି ରହିଥିଲେ। ପିଲାଟିର ବେକ, ପିଠି ଓ ଅଣ୍ଟା ଫୁଲିବା ପରି ଜଣାପଡୁଥିଲା। ପୋଲିସ ତୁରନ୍ତ ଶିଶୁଟିକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ​। ସେଠାରେ ତାର ମୃତ୍ୟୁ ହୋଇଥିଲା।

Advertisment

ମା’ଙ୍କ ବିବୃତ୍ତି ଆଧାରରେ ପୋଲିସ ଶିଶୁର ପୋଷ୍ଟମର୍ଟମ କରିଥିଲା। ଶନିବାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ସମସ୍ତଙ୍କୁ ଚକିତ କରିଥିଲା। ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି ଯେ ଶିଶୁର ମୃତ୍ୟୁର କାରଣ କୌଣସି ରୋଗ ନୁହେଁ ବରଂ ଶାରୀରିକ ଆକ୍ରମଣ ହେତୁ ଅନେକ ଗୁରୁତର ଆଭ୍ୟନ୍ତରୀଣ ଆଘାତ ଲାଗିଛି। ଏହି ରିପୋର୍ଟ ପରେ ଦିଲ୍ଲୀ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମଦ୍ରାସାର ସିସିଟିଭି ଫୁଟେଜ ଯାଞ୍ଚ କରି ଶିଶୁର ସାଙ୍ଗ ଏବଂ ଅନ୍ୟ ଛାତ୍ରମାନଙ୍କୁ ପଚରାଉଚରା କରିଥିଲା।ଏହାପରେ ସବୁ କଥା ଜଣାପଡିଥିଲା।

ପୋଲିସର ସୂଚନାନୁସାରେ, ତିନିଜଣ ଛାତ୍ର ଛୁଟି ନେଇ ଘରକୁ ଯିବାକୁ ଚାହୁଁଥିଲେ। ଏଥିପାଇଁ ସେମାନେ ହତ୍ୟା କରିଛନ୍ତି। ତେବେ ଏହି ତିନିଜଣ ଛାତ୍ର ଟିଭିରେ ଦେଖୁଥିବା କ୍ରାଇମ ସୋ’ରୁ ଏହି ଧାରଣା ପାଇଥିବା କହିଛନ୍ତି। ଯେତେବେଳେ ସେମାନେ ସେହି ନିର୍ଦ୍ଦିଷ୍ଟ ବାଳକକୁ କାହିଁକି ହତ୍ୟା କଲେ ବୋଲି ପଚରାଗଲା, ସେମାନେ କହିଥିଲେ ଯେ ସେ ସେମାନଙ୍କୁ ଦୁର୍ବ୍ୟବହାର କରୁଥିଲା। ସେଥିପାଇଁ ସେମାନେ ତାକୁ ରାସ୍ତାରୁ ହଟାଇଦେଲେ। ବର୍ତ୍ତମାନ ଏହି ମଦ୍ରାସା ବନ୍ଦ ରଖାଯାଇ ସମସ୍ତ ପିଲାଙ୍କୁ ଘରକୁ ପଠାଯାଇଛି। ପୋଲିସ ୩ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରି ତଦନ୍ତ ଚଳାଇଛି।

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ