Advertisment

Student Suicide Attempt Case: ଛାତ୍ରୀ ଆତ୍ମାହୂତି ଉଦ୍ୟମ ମାମଲା, FM କଲେଜରେ କ୍ରାଇମବ୍ରାଞ୍ଚର ଛାନ୍‌ଭିନ୍

FM କଲେଜ ଛାତ୍ରୀ ଆତ୍ମାହୂତି ଉଦ୍ୟମ ମାମଲାର ଛାନଭିନ । କଲେଜର ତଦନ୍ତ କରିଛି ଉଚ୍ଚସ୍ତରୀୟ କମିଟି । ନିଲମ୍ବିତ ପ୍ରିନ୍ସିପାଲଙ୍କୁ ପଚରାଉଚରା । କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍‌ ବି ଆରମ୍ଭ କରିଛନ୍ତି ତଦନ୍ତ । ଘଟଣା ଉପରେ ଅନୁଧ୍ୟାନ କରାଯାଉଥିବା କହିଛନ୍ତି କ୍ରାଇମବ୍ରାଞ୍ଚ DSP।

ଅଦ୍ୟତନ ହୋଇଛି
Student Suicide Attempt

Student Suicide Attempt

Advertisment

FM କଲେଜ୍ ଛାତ୍ରୀ ଆତ୍ମାହୂତି ଉଦ୍ୟମ ମାମଲାରେ ଆରମ୍ଭ ହୋଇଛି ତନାଘନା। କଲେଜରେ ପହଞ୍ଚି ତଦନ୍ତ କରିଛି ୩ ଜଣିଆ ଉଚ୍ଚସ୍ତରୀୟ କମିଟି । ଗତକାଲି ଏହି ଟିମ୍ ନିଲମ୍ବିତ ପ୍ରିନ୍ସିପାଲଙ୍କୁ ପଚରାଉଚରା କରିଥିଲା । କଲେଜର ଇଣ୍ଟରନାଲ୍ କମ୍ପ୍ଲେନ୍ କମିଟି ରିପୋର୍ଟକୁ ବି ତଦାରଖ କରାଯାଇଛି । ଆଜି ପୁଣି ଥରେ ତିନି ଜଣିଆ କମିଟି ତଦନ୍ତ କରିବ। ଅନ୍ୟପଟେ ଛାତ୍ରୀ ଆତ୍ମାହୂତି ଘଟଣାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ବି ଆରମ୍ଭ ହୋଇଛି ତଦନ୍ତ। 

Advertisment

କଲେଜରେ ପହଞ୍ଚି ଗତକାଲି ଛାନଭିନ୍ କରିଛି କ୍ରାଇମ ଏଗେନଷ୍ଟ ଓମେନ ଏବଂ ଚିଲଡ୍ରେନ୍ ୱିଙ୍ଗ୍ । କ୍ରାଇମବ୍ରାଞ୍ଚ CAW & CWର ଦୁଇ ଜଣିଆ ଟିମ୍ କଲେଜରେ ପହଞ୍ଚି ତଦନ୍ତ କରିଛନ୍ତି । DSP ଓ ଅତିରିକ୍ତ SPଙ୍କୁ ନେଇ ଦୁଇ ଜଣିଆ ଟିମ୍ କଲେଜରେ ପହଞ୍ଚିଥିଲେ। କ୍ରାଇମବ୍ରାଞ୍ଚ ଡିଜିଙ୍କ ନିର୍ଦ୍ଦେଶରେ ନିଜ ପକ୍ଷରୁ ନିରୀକ୍ଷଣ ପାଇଁ ପହଞ୍ଚିଥିଲେ ଟିମ୍। ଘଟଣା ଉପରେ ଅନୁଧ୍ୟାନ କରାଯାଉଥିବା କହିଛନ୍ତି କ୍ରାଇମବ୍ରାଞ୍ଚ DSP।

ସୂଚନାଯୋଗ୍ୟ, ଗତ ଶନିବାର ଜଣେ ଛାତ୍ରୀ ଅସଦାଚରଣ ଅଭିଯୋଗ ଆଣିଥିଲେ । କେହି ନଶୁଣିବାରୁ ଆତ୍ମାହୁତି ଉଦ୍ୟମ କରି ଗୁରୁତର ହୋଇଛନ୍ତି । ଛାତ୍ରୀ ଜଣକ ନିଜେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଜଣେ ଶିକ୍ଷକଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗରେ ଧାରଣାରେ ବସିଥିଲେ ଛାତ୍ରୀ । ପରେ ହଠାତ୍ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିବା ଉଦ୍ୟମ କରିଥିଲେ । ତାଙ୍କୁ ତୁରନ୍ତ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସା ଜାରି ରହିଛି । 

Advertisment

ଅଧିକ ପଢନ୍ତୁ: ଛାତ୍ରୀ ଆତ୍ମାହୂତି ଘଟଣା: FM କଲେଜ ପ୍ରିନ୍ସିପାଲ-ଏଜୁକେସନ ବିଭାଗ HOD ସସ୍‌ପେଣ୍ଡ...

Student Crime Branch Suicide Attempt Investigation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ