Advertisment

ସେଦିନ ଆଶ୍ରମରେ କଣ ଘଟିଥିଲା, ସବୁ ଜାଣିଲା କ୍ରାଇମବ୍ରାଞ୍ଚ୍ !

ଅଢେଇ ଘଣ୍ଟାର ତନାଘନା ପରେ ଭୁବନେଶ୍ୱର ଦୟାଲ ବୃଦ୍ଧାଶ୍ରମ ସିଲ୍ କଲା କ୍ରାଇମବ୍ରାଞ୍ଚ।

CameraMan MurderCase

CameraMan MurderCase

Advertisment

ମାନସ ମର୍ଡର ମିଷ୍ଟ୍ରିର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଫୋକସରେ ମର୍ଡର ସ୍ପଟ୍ ଭୁବନେଶ୍ୱରର ଦୟାଲ ଆଶ୍ରମ। କ୍ୟାମେରାମ୍ୟାନ୍ ମାନସଙ୍କୁ ଚାନ୍ଦବାଲିର ପଲାସପୁରରୁ ଅପହରଣ ପରେ ଆଶ୍ରମକୁ ଆଣି ମାରପିଟ୍ କରାଯାଇଥିବା କେୟାର ଟେକର କହିଥିଲେ। ଏପରିକି ଆଶ୍ରମରୁ ମାନସଙ୍କ ରକ୍ତଛିଟା ମିଳିଥିବା କୁହାଯାଉଥିଲା। ତେଣୁ ଦୟାଲ ଆଶ୍ରମକୁ ଯାଇ ଖୋଳତାଡ କରିବ କ୍ରାଇମବ୍ରାଂଚ୍ ଟିମ୍।

Advertisment

ମୃତ୍ୟୁ ପୂର୍ବରୁ ମାନସଙ୍କ ଶେଷ ଚିଠି ପାଇଥିବା ଆଶ୍ରମର କେୟାରଟେକରଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ। ସେଦିନ ଆଶ୍ରମରେ କଣ ଘଟିଥିଲା, କିଏ କିଏ ଆଶ୍ରମକୁ ଆସିଥିଲେ, ମାନସଙ୍କ ସହ କଣ ଘଟିଥିଲା, ଏସବୁ ବାବଦରେ କେୟାରଟେକରଙ୍କ ଠାରୁ ତଥ୍ୟ ନେଇଛି ତଦନ୍ତକାରୀ ଟିମ୍।

ଅଢେଇ ଘଣ୍ଟାର ତନାଘନା ପରେ ଭୁବନେଶ୍ୱର ଦୟାଲ ବୃଦ୍ଧାଶ୍ରମ ସିଲ୍ କଲା କ୍ରାଇମବ୍ରାଞ୍ଚ। ଦୟାଲ ଆଶ୍ରମରୁ କିଛି ସୁରାଗ କ୍ରାଇମବ୍ରାଞ୍ଚକୁ ମିଳିଥିବା ଜଣାପଡ଼ିଛି। ଆଶ୍ରମରୁ କାଠ ଫାଳିଆ ଜବତ କରାଯାଇଥିବା ସୂଚନା ମିଳିଛି। କାଠ ଫାଳିଆ ହତ୍ୟାରେ ବ୍ୟବହୃତ ହୋଇଛି କି ନାହିଁ ଜାଣିବାକୁ ଫରେନସିକ୍ ଟେଷ୍ଟ ହେବ। ଥ୍ରୀ ଡି କ୍ୟାମେରା ଯୋଗେ କିଛି ଫିଙ୍ଗର ପ୍ରିଣ୍ଟ୍‌ ଓ ଫୁଟେଜ ସଂଗ୍ରହ କରାଯାଇଛି।

Advertisment

ସେପଟେ ଜବତ ହୋଇଥିବା ଶର୍ମିଷ୍ଠାଙ୍କ କାର୍‌ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ। ଏୟାରଫିଲ୍ଡ୍ ଥାନାରେ ଜବତ କାର୍‌ର କାର୍‌ର ଫୋରେନସିକ୍ ଓ କେମିକାଲ ପରୀକ୍ଷା କରୁଛି କ୍ରାଇମବ୍ରାଞ୍ଚ। ଜବତ କାର୍‌ରେ କ୍ୟାମେରାମ୍ୟାନ ମାନସଙ୍କୁ ଅପହରଣ ହୋଇଥିଲା। ହତ୍ୟା ପରେ ମୃତଦେହକୁ ମଧ୍ୟ ସେହି କାର୍‌ ନିଆଯାଇଥିଲା।

Cameraman Manas Murder Case Eyewitness
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ