Advertisment

୧୦୦ ଟଙ୍କାରେ ହେଇଥିଲା ମୃତ୍ୟୁର ସଉଦା, ଯୁବତୀ କିଣି କଲେଜକୁ ନେଇଥିଲେ ପେଟ୍ରୋଲ !

ଘଟଣା ଦିନ ଜଣେ ଯୁବତୀ ଚାଲି ଚାଲି ଯାଇ, ସଂପୃକ୍ତ ପେଟ୍ରୋଲ ପମ୍ପରୁ ଗୋଟିଏ ପ୍ଲାଷ୍ଟିକ ବୋତଲରେ ଗୋଟିଏ ଲିଟର ପେଟ୍ରୋଲ କିଣିଥିଲେ। ଯାହାର ଦୃଶ୍ୟ ସିସିଟିଭି ଫୁଟେଜରୁ ମିଳିଥିବା କୁହାଯାଉଛି। କ୍ରାଇମବ୍ରାଞ୍ଚ ଟିମ୍ ଏବେ ସେହି ଫୁଟେଜକୁ ନେଇ ତଦନ୍ତ ଆଗକୁ ବଢାଇଛି।

FM College Student Death Case

FM College Student Death Case

Advertisment

ଏଫଏମ୍ ଛାତ୍ରୀ ମୃତ୍ୟୁର ତନାଘନା କରୁଥିବା କ୍ରାଇମବ୍ରାଞ୍ଚ ଟିମକୁ ନୂଆ ସୁରାକ୍ । ଘଟଣା ଦିନ ପେଟ୍ରୋଲ କେଉଁଠୁ ଆସିଲା, ଏବଂ କିଏ ଆଣିଲା, ସେ ନେଇ କିଛି ସୁରାକ୍ ମିଳିଥିବା କୁହାଯାଉଛି । ଗତକାଲି ରାତିରେ କଲେଜ୍ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପକୁ ଯାଇ ପୁଣି ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ୍ ଟିମ୍ । ଏହାସହ ୧୨ ତାରିଖରେ ସେହି ପେଟ୍ରୋଲ ପମ୍ପରୁ ଜଣେ ଯୁବତୀ ବୋତଲରେ ପେଟ୍ରୋଲ କିଣି ନେଇଥିବାର ସିସିଟିଭି ଫୁଟେଜ୍ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ହାତରେ ଲାଗିଥିବା କୁହାଯାଉଛି ।

Advertisment

ଯୁବତୀ ଜଣକ କିଏ ? ସେ କେଉଁ ଉଦ୍ଦେଶ୍ୟରେ ପେଟ୍ରୋଲ କିଣିଥିଲେ ? ଏବଂ ଏଫ୍ ଏମ୍ ଛାତ୍ରୀ ମୃତ୍ୟୁ ଘଟଣା ସହ ଏହି ପେଟ୍ରୋଲର ସମ୍ପର୍କ ରହିଛି କି ନାହିଁ, ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରିନି। କ୍ରାଇମବ୍ରାଞ୍ଚ୍ ଟିମ୍ ଏହି ସୁରାକ ପାଇବା ପରେ ବର୍ତ୍ତମାନ ଏ ଦିଗରେ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଘଟଣା ଦିନ ଜଣେ ଯୁବତୀ ଚାଲି ଚାଲି ଯାଇ, ସଂପୃକ୍ତ ପେଟ୍ରୋଲ ପମ୍ପରୁ ଗୋଟିଏ ପ୍ଲାଷ୍ଟିକ ବୋତଲରେ ଗୋଟିଏ ଲିଟର ପେଟ୍ରୋଲ କିଣିଥିଲେ। ଯାହାର ଦୃଶ୍ୟ ସିସିଟିଭି ଫୁଟେଜରୁ ମିଳିଥିବା କୁହାଯାଉଛି। କ୍ରାଇମବ୍ରାଞ୍ଚ ଟିମ୍ ଏବେ ସେହି ଫୁଟେଜକୁ ନେଇ ତଦନ୍ତ ଆଗକୁ ବଢାଇଛି। ସେପଟେ ଘଟଣା ଦିନ ସଂପୃକ୍ତ ପେଟ୍ରୋଲ ପମ୍ପରେ ଡ୍ୟୁଟିରେ ଥିବା କର୍ମଚାରୀ ମଧ୍ୟ, ଜଣେ ଯୁବତୀଙ୍କୁ ବୋତଲରେ ପେଟ୍ରୋଲ ଦେଇଥିବା କଥା ସ୍ବୀକାର କରିଛନ୍ତି। ତେଣୁ ଆଗକୁ ଏ ଘଟଣାରେ ଯଦି କିଛି ତଥ୍ୟ ଆସେ, ତେବେ କ୍ରାଇମବ୍ରାଞ୍ଚକୁ ପେଟ୍ରୋଲ କିଏ ଆଣିଥିଲା, ତାର ଖୁଲାସା ହୋଇପାରେ ବୋଲି ଅନୁମାନ କରାଯାଉଛି।...

Advertisment

ସେପଟେ FM କଲେଜ ଛାତ୍ରୀ ମୃତ୍ୟୁ ମାମଲାର ଖୋଳତାଡ଼। ଗ୍ରାଉଣ୍ଡରେ ତଦନ୍ତ କରୁଛି ତିନିଟି ସଂସ୍ଥା। କ୍ରାଇମବ୍ରାଞ୍ଚ, UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ, ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ତଦନ୍ତକାରୀ ଟିମ୍ ତନ ତନ କରି ଯାଞ୍ଚ କରୁଛି। କ୍ରାଇମବ୍ରାଞ୍ଚ ଟିମ୍ କଲେଜ୍ କତ୍ତୃପକ୍ଷ, ଛାତ୍ରଛାତ୍ରୀ ଏବଂ ପୀଡ଼ିତାଙ୍କ ପରିବାରଲୋକଙ୍କ ସହ ଆଲୋଚନା କରିଛି ।

ଦିଲ୍ଲୀରୁ ଆସିଥିବା UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଓ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ତଦନ୍ତକାରୀ ଟିମ୍ କଲେଜକୁ ଯାଇ ଘଣ୍ଟାଚକଟା କରିଛି । ଆଜି ବି ଏହି ସବୁ ଟିମ୍ ତଦନ୍ତ କରିବ। ବିଶେଷ ଭାବେ କଲେଜର ICC ଟିମ୍, ଅଧ୍ୟାପକ, ଛାତ୍ରଛାତ୍ରୀ, ବର୍ତ୍ତମାନ ଦାୟିତ୍ୱରେ ଥିବା ଅଧ୍ୟକ୍ଷଙ୍କୁ ଘଟଣା ସମ୍ପର୍କରେ ପଚରା ଉଚରା କରିଛି। ପିଲାଙ୍କ ପ୍ରତି ସମୀର ସାହୁଙ୍କ ଆଚରଣ କେମିତି ଥିଲା, ତାଙ୍କ ଭୂମିକା ଆଦି ସଂପର୍କରେ ଟିମ୍ ପଚରାଉଚରା ହେଉଛି ।

Advertisment
Crime Branch Petrol
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ