Advertisment

କ୍ୟାମେରାମ୍ୟାନ ହତ୍ୟା ମାମଲା: ଘଟଣାସ୍ଥଳକୁ ଯିବ କ୍ରାଇମବ୍ରାଞ୍ଚ୍‌ ଟିମ୍

ଶର୍ମିଷ୍ଠା ଲୁଚିଥିବା ସନ୍ଦିଗ୍ଧ ସ୍ଥାନରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତାଙ୍କୁ ଖୋଜିବ ସିବି।

Cameraman Murder Case

Cameraman Murder Case

Advertisment

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚ ଟିମ୍ ଭଦ୍ରକର ଚାନ୍ଦବାଲିରେ ପହଞ୍ଚିଛି। ତଦନ୍ତ ଅଧିକାରୀ ଡିଏସ୍‌ପି କଳ୍ପନା ସାହୁଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ଭଦ୍ରକ ଏସପିଙ୍କ ସହ ଆଲୋଚନା ପରେ ଚାନ୍ଦବାଲିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୌର ନିର୍ବାଚନ ପାଇଁ ଏସଡିପିଓ ଓ ଆଇଆଇସି ଅନ୍ୟତ୍ର ବ୍ୟସ୍ତ ଥିବାରୁ ଥାନାର ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଛି।

Advertisment

ଟିମ୍‌ରେ ଇନସପେକ୍ଟର ବିଶ୍ୱପ୍ରକାଶ ରାଉତ, ଜଣେ ଏସଆଇ ଓ ୨ ଜଣ ଏଏସ୍ଆଇ ଅଛନ୍ତି। ଗତ ରାତିରେ ଆଇବିରେ ରହିଥିବା ଏହି ଟିମ୍ ସକାଳେ ଏସଡିପିଓ ଚାନ୍ଦବାଲି ଥାନା ଅଧିକାରୀଙ୍କ ସହ ଆଲୋଚନା କରି ଘଟଣାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ପ୍ରଥମ ଦିନରେ ଗତକାଲି କେବଳ କାଗଜପତ୍ର ଯାଞ୍ଚ କରିଛି ଏହି ଟିମ୍।

ସେହିପରି ଆଉ ଗୋଟିଏ ଟିମ୍ ରାଜ୍ୟ ବାହାରକୁ ମଧ୍ୟ ଯାଇଛି। ଶର୍ମିଷ୍ଠା ଲୁଚିଥିବା ସନ୍ଦିଗ୍ଧ ସ୍ଥାନରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତାଙ୍କୁ ଖୋଜିବ ବୋଲି କୁହାଯାଇଛି। 

Advertisment
Crime Branch Cameraman Manas Swai Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ