Advertisment

ବିଦ୍ୟାଭାରତୀଙ୍କ ଠାରୁ ୬ ପ୍ରଶ୍ନର ଉତ୍ତର ଖୋଜିବ କ୍ରାଇମବ୍ରାଞ୍ଚ

ଗତକାଲି ସୌମ୍ୟଙ୍କ ପୈତୃକ ଘରକୁ ଯାଇ ତାଙ୍କ ପରିବାରକୁ କ୍ରାଇମବ୍ରାଞ୍ଚ ପଚରା ଉଚରା କରିଛି। ସୌମ୍ୟଙ୍କ ମୃତ୍ୟୁ ପ୍ରାୟ ଦେଢ଼ ମାସ ପରେ ମଧ୍ୟ ସସପେନ୍ସରେ ରହିଛି। ସୌମ୍ୟଙ୍କ ମୃତ୍ୟୁର ରହସ୍ୟ ଫିଟି ପାରିନି। ଆଗରୁ ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିଛି।

Bidyabharati panda

Bidyabharati panda

Advertisment

ପାରଳାଖେମୁଣ୍ଡି: ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚର ପଚରା ଉଚରା। ବିଦ୍ୟାଭାରତୀଙ୍କ ବାପ ଘର ଗୌଡ଼ଗାଁ ଘରେ ତାଙ୍କୁ ଜେରା କରାଯାଉଛି। ବିଦ୍ୟାଭାରତୀଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍। ଘଟଣା ଆରମ୍ଭରୁ ବିଦ୍ୟାଭାରତୀଙ୍କ ସମ୍ପୃକ୍ତି ରହିଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିଲେ। ତେବେ ବିଦ୍ୟାଭାରତୀଙ୍କ ଠାରୁ ମୁଖ୍ୟତଃ ୬ଟି ପ୍ରଶ୍ନର ଉତ୍ତର ଖୋଜିବ କ୍ରାଇମବ୍ରାଞ୍ଚ।

Advertisment
  1. ସୌମ୍ୟଙ୍କ ଦେହରେ କେମିତି ନିଆ ଲାଗିଲା ?
  2. କାହିଁକି ତାଙ୍କୁ ନିଆଁ ଦାଉରୁ ରକ୍ଷା କରାଯାଇ ପାରିଲା ନାହିଁ ?
  3. ସୌମ୍ୟଙ୍କୁ ରକ୍ଷା କରିବାକୁ ବିଦ୍ୟାଭାରତୀ କିଛି ଚେଷ୍ଟା କରିଥିଲେ କି ?
  4. ଡିଏଫ୍ଓ ସଂଗ୍ରାମଙ୍କ ସହିତ ତାଙ୍କର କିଭଳି ସଂପର୍କ ରହିଛି?
  5. ଶ୍ୱଶୂରଙ୍କ ପରିବାର ଯେଉଁ ଅଭିଯୋଗ କରୁଛନ୍ତି, ତାକୁ ନେଇ ବିଦ୍ୟାଭାରତୀଙ୍କ ପ୍ରତିକ୍ରିୟା କଣ?
  6. ସୌମ୍ୟଙ୍କ ଉପରେ ଡିଏଫ୍ଓ କିଛି ଚାପ ପକାଉଥିଲେ କି?

ଏସବୁ ପ୍ରଶ୍ନର ଉତ୍ତର ଖୋଜିପାରେ କ୍ରାଇମବ୍ରାଞ୍ଚ। ଗତକାଲି ସୌମ୍ୟଙ୍କ ପୈତୃକ ଘରକୁ ଯାଇ ତାଙ୍କ ପରିବାରକୁ କ୍ରାଇମବ୍ରାଞ୍ଚ ପଚରା ଉଚରା କରିଛି। ସୌମ୍ୟଙ୍କ ମୃତ୍ୟୁ ପ୍ରାୟ ଦେଢ଼ ମାସ ପରେ ମଧ୍ୟ ସସପେନ୍ସରେ ରହିଛି। ସୌମ୍ୟଙ୍କ ମୃତ୍ୟୁର ରହସ୍ୟ ଫିଟି ପାରିନି। ଆଗରୁ ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଜେରା କରିଛି।

Advertisment
Odisha News Odisha Crime Branch Paralakhemundi ACF Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ